Loading...

ଏମିତି ପ୍ରସ୍ତୁତ କରନ୍ତୁ ଦହି ଆଳୁ ତରକାରୀ

ଏମିତି ପ୍ରସ୍ତୁତ କରନ୍ତୁ ଦହି ଆଳୁ ତରକାରୀ

ଆବଶ୍ୟକ ସାମଗ୍ରୀ: ଆଳୁ, ଦହି, ପିଆଜ, ଲଙ୍କା, ଅଦା, ଶୁଖିଲା ଲଙ୍କା, ଗୋଲ ମରିଚ, ଘିଅ ,ଜିରା, ଭୃସୁଙ୍ଗ ପତ୍ର, ରସୁଣ ବଟା, ହଳଦୀ, ଲୁଣ, ଓ ଧନିଆ ପତ୍ର।

ଆବଶ୍ୟକ ସାମଗ୍ରୀ: ଆଳୁ, ଦହି, ପିଆଜ, ଲଙ୍କା, ଅଦା, ଶୁଖିଲା ଲଙ୍କା, ଗୋଲ ମରିଚ, ଘିଅ ,ଜିରା, ଭୃସୁଙ୍ଗ ପତ୍ର, ରସୁଣ ବଟା, ହଳଦୀ, ଲୁଣ, ଓ ଧନିଆ ପତ୍ର।


ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁରୁ ଚୋପା ଛଡ଼ାଇ ଲୁଣ ପାଣିରେ ସିଝାନ୍ତୁ। ଆଳୁ ସିଝିଯିବା ପରେ ୪ ପିସ୍‌ କରି କାଟି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ଦହି ଫେଣ୍ଟି ରଖନ୍ତୁ। ଏହା ସହ ଅଦା, ଲଙ୍କା, ପିଆଜ କଟା, ଶୁଖିଲା ଲଙ୍କା ଓ ଗୋଲ ମରିଚ  ଗୁଣ୍ଡ କରି ରଖନ୍ତୁ। ତା’ପରେ କଡେଇରେ ଘିଅ ଗରମ କରି ସେଥିରେ ଜିରା, ଭୃସୁଙ୍ଗ ପତ୍ର ପକାଇ ଫୁଟାନ୍ତୁ। ଏହାପରେ କଟା ପିଆଜ, ଅଦା ଓ କଟା ଲଙ୍କା ପକାଇ ପିଆଜ ନରମ ହେବା ଯାଏଁ ଭାଜନ୍ତୁ। ତା’ପରେ ରସୁଣ ବଟା ପକାଇ ୫ରୁ ୬ମିନିଟ୍‌ ପର୍ଯ୍ୟନ୍ତ କଷନ୍ତୁ।  ମସଲା କଷି ହୋଇଯିବା ପରେ ଆଳୁ ଓ ଦହି  ପକାଇ ଫୁଟିବାକୁ ଛାଡି ଦିଅନ୍ତୁ। ଏହା ଫୁଟିଯିବା ପରେ ଶେଷରେ ଲଙ୍କା ଓ ଗୋଲମରିଚ ଗୁଣ୍ଡ ପକାଇ ଗୋଳାଇ  ଦିଅନ୍ତୁ। ତାପରେ ସେଥିରେ ଧନିଆ ପତ୍ର ପକାଇ ପରଷନ୍ତୁ ଗରମ ଗରମ ଦହି ଆଳୁ ତରକାରୀ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.