Loading...

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଓଡିଆ ଷ୍ଟାଇଲ "ଚାଉଳ ଖିରୀ"

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଓଡିଆ ଷ୍ଟାଇଲ "ଚାଉଳ ଖିରୀ"

ମଧ୍ୟମ ଉତ୍ତାପରେ ଏକ ଭାରୀ ତଳ ଗଭୀର ଥିବା ପାତ୍ରରେ ଘିଅକୁ ଗରମ କରନ୍ତୁ । କାଜୁ କିସମିସ ସୁନେଲି ରଙ୍ଗ ହେବା ଯାଏଁ ଭାଜି କରି ହାଣ୍ଡିରୁ ବାହାର କରନ୍ତୁ ।

ଆବଶ୍ୟକୀୟ ସାମଗ୍ରୀ

  1. ଅରୁଆ ଚାଉଳ (ବସୁମତୀ) – ୧/୪ କପ୍, ୩୦ ମିନିଟ୍ ପାଇଁ ଭିଜାଇ ରଖିବେ
  2. କ୍ଷୀର – ୧ ଲିଟର
  3. ଚିନି – ୧/୪ କପ୍
  4. ଘିଅ – ୧ ଚାମଚ
  5. କାଜୁ କିସମିସ – ଅଳ୍ପକିଛି
  6. ଗୁଜୁରାତି ଗୁଣ୍ଡ – ଅଳ୍ପ ପରିମାଣରେ
  7. ଲୁଣ – ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

           ମଧ୍ୟମ ଉତ୍ତାପରେ ଏକ ଭାରୀ ତଳ ଗଭୀର ଥିବା ପାତ୍ରରେ ଘିଅକୁ ଗରମ କରନ୍ତୁ । କାଜୁ କିସମିସ ସୁନେଲି ରଙ୍ଗ ହେବା ଯାଏଁ ଭାଜି କରି ହାଣ୍ଡିରୁ ବାହାର କରନ୍ତୁ । ବଳକା ଥିବା ଘିଅରେ ଚିନି ମିଶାନ୍ତୁ ଏବଂ ଏହାର ରଙ୍ଗ ହାଲୁକା ଗୋଲାପୀ ହେବାପର୍ଯ୍ୟନ୍ତ ଚିନିକୁ କ୍ରମାଗତ ଭାବରେ ଗୋଳାନ୍ତୁ । ଗୋଳେବା ବନ୍ଦ କରିବେ, ନାହିଁ, ନେହେଲ ଚିନି ଜଳିଯାଇପାରେ । ଚାଉଳକୁ ଭଲ ଭାବରେ ଧୋଇ ନିଅନ୍ତୁ ଓ ତା’ପରେ ଧୁଆ ହୋଇଥିବା ଚାଉଳକୁ ହାଣ୍ଡିରେ ମିଶାନ୍ତୁ ଏବଂ ଏହାକୁ କାରାମାଲାଇଜଡ୍ ଚିନି ସହିତ ଭଲ ଭାବରେ ମିଶାନ୍ତୁ । ଏକ ଭିନ୍ନ ପାତ୍ରରେ କ୍ଷୀର ଗରମ କରନ୍ତୁ । ବର୍ତ୍ତମାନ ଚାଉଳ ଅଳ୍ପ ଅଳ୍ପ ପରିମାଣରେ ମିଶାନ୍ତୁ । କ୍ଷୀର ମିଶାଇବା ସମୟରେ ହାଣ୍ଡିରୁ ହାତ ଏବଂ ମୁହଁ ଦୂରରେ ରଖନ୍ତୁ । ଏବଂ ଏହି ପ୍ରକ୍ରିୟାକୁ ଅତି ଯତ୍ନର ସହିତ କରନ୍ତୁ । ଏହି ମିଶ୍ରଣକୁ ୧୦ ରୁ ୧୫ ମିନିଟ୍ ପାଇଁ ରାନ୍ଧନ୍ତୁ । ଚାଉଳ ସିଝିଯିବା ପର୍ଯ୍ୟନ୍ତ ଏହାକୁ ମଝିରେ ମଝିରେ ଘାଣ୍ଟୁଥା’ନ୍ତୁ, ନଚେତ ଲାଗିଯାଇପାରେ । ଆପଣ ଚାହିଁଲେ ଏଇଥିରେ ମିଲ୍କମାଇଡ୍ ମିଶାଇପାରିବେ ଏବଂ ମିଶାଇବା ପରେ ଆଉ ୧ ମିନିଟ୍ ପାଇଁ ଆଞ୍ଚରେ ବସାଇ ଭଲରେ ଗୋଳାଇଦିଅନ୍ତୁ । ଏହାପରେ ଗୁଜୁରାତି ଗୁଣ୍ଡ, ଭଜା କାଜୁ କିସମିସ ଏବଂ ୧ ଚାମଚ ଲୁଣ ମିଶାଇବା ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ ଏବଂ ଏହାକୁ ସ୍ୱାଭାବିକ ଭାବରେ ଥଣ୍ଡା ହେବାକୁ ଦିଅନ୍ତୁ ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.