Loading...

ଜାଣନ୍ତୁ ବାସ୍ତୁ ଅନୁସାରେ ଦିଆସିଲି ରଖିବାର ସଠିକ ଜାଗା

ଜାଣନ୍ତୁ ବାସ୍ତୁ ଅନୁସାରେ ଦିଆସିଲି ରଖିବାର ସଠିକ ଜାଗା

ଆସନ୍ତୁ ଆଜି ଆମେ ଜାଣିବା ବସ୍ତୁ ସହକିପରି ଜଡିତ ଦିଆସିଲି। କେଉଁଠି ରଖିବେ ଓ କେଉଁଠି ନରଖିଲେ ଆପଙ୍କ ଜୀବନରେ ସୁଖ ଓ ଶାନ୍ତି ଭରିଯିବ।

ଘରେ ବା ପୂଜା ଘରେ ରଖୁଥିବ ଦିଆସିଲି ଆପଣଙ୍କ ଜୀବନକୁ ବହୁଳ ଭାବେ ପ୍ରଭାବିତ କରିପାରେ । ଅଧିକାଂଶ ଲୋକ ଠାକୁର ଘରେ ପୂଜା ପାଇଁ ଦିଆସିଲି ରଖି ବ୍ୟବହାର କରିଥାନ୍ତି । କିନ୍ତୁ ଏହାର କୁପ୍ରଭାବ ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ ପଡିପାରେ । ଆସନ୍ତୁ ଆଜି ଆମେ ଜାଣିବା ବସ୍ତୁ ସହକିପରି ଜଡିତ ଦିଆସିଲି। କେଉଁଠି ରଖିବେ ଓ କେଉଁଠି ନରଖିଲେ ଆପଙ୍କ ଜୀବନରେ ସୁଖ ଓ ଶାନ୍ତି ଭରିଯିବ। 

ବାସ୍ତୁ ଶାସ୍ତ୍ର ଅନୁସାରେ, ପୂଜା ଘରେ ଦିଆସିଲି ରଖିବା ଅନୁଚିତ୍ ବା ବର୍ଜନୀୟ । ଏହାଦ୍ୱାରା ଆପଣଙ୍କୁ ଅନେକ ପ୍ରକାର ଖରା ପରିଣାମ ଭୋଗିବାକୁ ପଡିପାରେ । ଠାକୁର ଘର ପ୍ରତ୍ୟେକ ଘରର ସବୁଠାରୁ ସୁନ୍ଦର ଏବଂ ପବିତ୍ର ସ୍ଥାନ ହୋଇଥାଏ । ତେଣୁ ଏଠାରେ କୌଣସି ପ୍ରକାରର ଜ୍ୱଳନଶୀଳ ସାମଗ୍ରୀ ରଖିବା ଅନୁଚିତ ବୋଲି ବିଶ୍ୱାସ କରାଯାଏ । ତେବେ ଯଦି କେହି ବ୍ୟକ୍ତି ଜାଣତରେ ଅବା ଅଜାଣତରେ ପୂଜାଘରେ ଏଭଳି କୌଣସି ଜିନିଷ ରଖି ଦିଅନ୍ତି, ତାହା ଯୋଗୁଁ ଅନେକ ପ୍ରକାରର କ୍ଷତି ଘଟିପାରେ । ଏ ନେଇ ଜ୍ୟେତିର୍ବିଦମାନେ କହିଛନ୍ତି ଯେ, ପୂଜାଘରେ ଦିଆସିଲି ରଖିଲେ ଘରକୁ ନକରାତ୍ମକ ଶକ୍ତି ଆକର୍ଷିତ ହୋଇଥାନ୍ତି । ଏସବୁ ଅଶୁଭ ଶକ୍ତି ମଣିଷର ବିଭିନ୍ନ କାର୍ଯ୍ୟରେ ବାଧା ଦେଇଥାଏ । ତେଣୁ ଅନେକ ଶୁଭ କାର୍ଯ୍ୟରେ ବିଳମ୍ବ ହେବା ସହ ଅନେକ ସମୟରେ ଏହା ଅଟକି ଯାଇଥାଏ ।

ଏହି ନକରାତ୍ମକ ଶକ୍ତି ଯୋଗୁଁ ଘରେ ଧନର ଅଭାବ ଦେଖାଯାଇଥାଏ ଏବଂ ଋଣଭାର ମଧ୍ୟ ବୃଦ୍ଧି ପାଇଥାଏ । ଏହାଦ୍ୱାରା ପୂଜା-ଯଜ୍ଞ ଇତ୍ୟାଦିର ଫଳ ମଧ୍ୟ ପ୍ରାପ୍ତି ହୋଇ ନଥାଏ । ବାସ୍ତୁ ଶାସ୍ତ୍ର ମୁତାବିକ, ଘରେ କୌଣସି ବନ୍ଦ ଜାଗା ବା ଆଲମାରୀରେ ଦିଆସିଲି ରଖାଯିବା ଉଚିତ । ଏହାଦ୍ୱାରା ନକରାତ୍ମକ ଶକ୍ତି ଇତ୍ୟାଦି ଘରୁ ଦୂରରେ ରହିପାରିବ ଏବଂ ପରିବାରରେ ଖୁସି ଓ ବିକାଶ ଦିଗରେ ଆଗେଇ ପାରିବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.