ବିଭିନ୍ନ ଘଟଣା, ଦୁର୍ଘଟଣାର ମିଳିଥାଏ ପୂର୍ବ ସୂଚନା
ଏମିତି ବି କିଛି ଘଟଣା ରହିଛି, ଯାହା ଆମକୁ ସାମାନ୍ୟ ଲାଗୁଥିଲେ ବି ତାହା ଭବିଷ୍ୟତରେ ହେବାକୁ ଥିବା କୌଣସି ବଡ଼ ସମସ୍ୟାର ସଙ୍କେତ ଭାବେ ଆମକୁ ପୂର୍ବରୁ ସୂଚନା ଦେଇଥାଏ।
Loading...
ଦର୍ପଣ ସମ୍ବନ୍ଧୀୟ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟ ହେଉଛି, ଏହାକୁ ଶୟନ କକ୍ଷରେ ଲଗାଇବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ବିଶ୍ୱାସର ଅଭାବ ଦେଖାଦିଏ ।
ଦର୍ପଣ ଆମକୁ ଆମର ବ୍ୟକ୍ତିତ୍ୱର ଝଲକ ଦେଖାଇଥାଏ । ଏହା ଆମର ଦୈନନ୍ଦିନ ଜୀବନରେ କାମରେ ଲାଗୁଥିବା ଏକ ମହତ୍ତ୍ୱପୂର୍ଣ୍ଣ ବସ୍ତୁ ଅଟେ । ବାସ୍ତୁଶାସ୍ତ୍ର ଅନୁସାରେ ଦର୍ପଣ ଘରେ ସକାରାତ୍ମକ ଉର୍ଜାକୁ ବୃଦ୍ଧି କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ । ଦର୍ପଣର ଏପରି କିଛି ଲାଭ ମଧ୍ୟ ରହିଛି ଯାହା ଦ୍ୱାରା ଆପଣ ନିଜ ଘରେ ଧନ, ପ୍ରସନ୍ନତା ତଥା ଖୁସିକୁ କିଛି ଗୁଣ ଅଧିକ ବୃଦ୍ଧି କରିପାରିବେ । ଦର୍ପଣ ସାହାଯ୍ୟରେ ଆପଣ ଘରେ ବ୍ୟାପିଥିବା ନକରାତ୍ମକ ଉର୍ଜାକୁ ଦୂର କରିପାରିବେ । ଗୃହର କେଉଁ ଦିଗରେ ଦର୍ପଣ ରଖିବା, କେଉଁ ଆକୃତିର ଦର୍ପଣ ଲାଗିଛି ଏହିସବୁ କଥାର ପ୍ରଭାବ ସେଠାକାର ଉର୍ଜା ଉପରେ ବିଶେଷ ପ୍ରଭାବ ପକାଇଥାଏ । ଏଥିପାଇଁ ବାସ୍ତୁ ଶାସ୍ତ୍ରରେ ଏହାର ଠିକ ଭୁଲ୍ ବ୍ୟବହାର ଉପରେ ଗୁରୁତ୍ଵ ଦିଆଯାଇଛି । ଭୁଲ୍ ଦିଗ କିମ୍ବା ଭୁଲ୍ ଆକୃତିର ଦର୍ପଣ ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ ।
ଦର୍ପଣକୁ କେବେ ମଧ୍ୟ ଘରର ପଶ୍ଚିମ ଅଥବା ଦକ୍ଷିଣ ଦିଗର କାନ୍ଥରେ ଲଗାନ୍ତୁ ନାହିଁ । କାରଣ ଏହି ଦିଗରେ ଲାଗିଥିବା ଦର୍ପଣ ପୂର୍ବ ଓ ଉତ୍ତର ଦିଗରୁ ଆସୁଥିବା ସକାରାତ୍ମକ ଉର୍ଜାକୁ ପ୍ରତିଫଳିତ କରିଦିଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଦର୍ପଣକୁ ସର୍ବଦା ପୂର୍ବ ଅଥବା ଉତ୍ତର ଦିଗର କାନ୍ଥରେ ଏପରି ଭାବରେ ଲଗାଇବା ଉଚିତ ଯେପରି ଏହାକୁ ଦେଖୁଥିବା ବ୍ୟକ୍ତିର ମୁଖ ପୂର୍ବ କିମ୍ବା ଉତ୍ତରରେ ରହିବ । ଉତ୍ତର ଦିଗରେ ଲାଗିଥିବା ଦର୍ପଣ ଆପଣଙ୍କ ଆର୍ଥିକ ଉନ୍ନତିକୁ ବୃଦ୍ଧି କରିଥାଏ । ସେପଟେ ଉତ୍ତର, ଐଶାନ୍ୟ କୋଣ ଓ ପୂର୍ବ ଦିଗରେ ଦର୍ପଣ ଲଗାଇଲେ ଘରର ସଦସ୍ୟଙ୍କ ଉନ୍ନତି ସହ ସମାଜରେ ଆପଣଙ୍କ ମାନସମ୍ମାନ ଓ ଯଶ ବୃଦ୍ଧି ହେବ ।
ଦର୍ପଣ ସମ୍ବନ୍ଧୀୟ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟ ହେଉଛି, ଏହାକୁ ଶୟନ କକ୍ଷରେ ଲଗାଇବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ବିଶ୍ୱାସର ଅଭାବ ଦେଖାଦିଏ । ଏହା ସହିତ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଆପୋଷ ମତଭେଦ ବଢ଼ିଥାଏ ଏବଂ ସ୍ୱାମୀ ସ୍ତ୍ରୀଙ୍କୁ କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସ୍ୱାମୀ ସ୍ତ୍ରୀ ଉଭୟ ସର୍ବଦା ଆଳସ୍ୟ ଅନୁଭବ କରିଥାନ୍ତି, କାମ କରିବାକୁ ଆଗ୍ରହ ଆସେ ନାହିଁ । ଯଦି ଡ୍ରେସିଂ ଟେବୁଲ ରଖିବା ଜରୁରୀ ଅଟେ, ତେବେ ଏପରି ଭାବରେ ରଖନ୍ତୁ ଯେପରି ଶୋଇଥିବା ବ୍ୟକ୍ତିଙ୍କ ପ୍ରତିବିମ୍ବ ଦର୍ପଣରେ ଦେଖା ଯାଉନଥିବ ଅଥବା ଶୋଇବା ପୂର୍ବରୁ ଏହାକୁ ଘୋଡେ଼ଇ ଦିଅନ୍ତୁ । ଏହା ମଧ୍ୟ ଧ୍ୟାନ ରଖନ୍ତୁ ଯେ, ଯେଉଁ ସ୍ଥାନରେ ଦର୍ପଣ ଲାଗିଛି ସେଠାରେ ନକରାତ୍ମକ ପ୍ରଭାବକୁ ବୃଦ୍ଧି କରୁଥିବା ବସ୍ତୁର ପ୍ରତିବିମ୍ବ ଦେଖାନଯିବ ।
Shakespeare, in the beautiful garden, among the party. Some of the hall: in fact she was ever to.
ଏମିତି ବି କିଛି ଘଟଣା ରହିଛି, ଯାହା ଆମକୁ ସାମାନ୍ୟ ଲାଗୁଥିଲେ ବି ତାହା ଭବିଷ୍ୟତରେ ହେବାକୁ ଥିବା କୌଣସି ବଡ଼ ସମସ୍ୟାର ସଙ୍କେତ ଭାବେ ଆମକୁ ପୂର୍ବରୁ ସୂଚନା ଦେଇଥାଏ।
ସକାଳୁ ଉଠିବା ମାତ୍ରେ ଘରର ସ୍ତ୍ରୀଲୋକ ଯଦି ପ୍ରତିଦିନ ଦାଣ୍ଡଦୁଆରକୁ ସଫାସୁତୁରା କରିଥାନ୍ତି, ତ’ହେଲେ ଘରକୁ କୌଣସି ପ୍ରକାରର ନକାରାତ୍ମକ ଊର୍ଜ୍ଜା ପ୍ରବେଶ କରେନାହିଁ
ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ ଗୋଟିଏ ପ୍ରାଣୀକୁ ଅତ୍ୟନ୍ତ ଶୁଭ ବୋଲି ଗଣନା କରାଯାଏ । ଏହି ଜୀବଟିର ନାମ ହେଉଛି “ଓଟ “ ।