VASTU

ଭଗବାନଙ୍କୁ ଫୁଲ ଅର୍ପଣ ସମୟରେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ: ଆପଣଙ୍କ ଜୀବନ ସୁଖମୟ ହୋଇଯିବ

କଥାରେ ଅଛି ଦିନର ଆରମ୍ଭରୁ ହିଁ ଦିନର ପରିଚାର୍ଜ୍ୟା  ବିଷୟରେ ଜଣାପଡିଥାଏ। ତେବେ ସକାଳୁ ସକାଳୁ ଘରର ସୁଖସାନ୍ତି ପାଇଁ ଘରେ ପୂଜାର୍ଚନା  ତ ସମସ୍ତଙ୍କ ଘରେ କରାଯାଇଥାଏ। ତେବେ ଏହି ପୂଜା ଯଦି ବାସ୍ତୁଶାସ୍ତ୍ର  ଅନୁସାରେ ହୁଏ ତେବେ ଏହା ଅଧିକ ଫଳପ୍ରଦ ହୋଇଥାଏ।। ତେବେ ହିନ୍ଦୁ ଶାସ୍ତ୍ର ଅନୁସାରେ ପୂଜା ସମୟରେ ଈଶ୍ୱରଙ୍କୁ ଫୁଲ ଅର୍ପଣ କରିବାର ମହତ୍ୱ ରହିଛି। ଈଶ୍ୱରଙ୍କ ପାଦ ତଳେ ଫୁଲ ଅର୍ପଣ କରିବା ଦ୍ୱାରା ଈଶ୍ୱର ପ୍ରସନ୍ନ ହୋଇଥାନ୍ତି। ପୂଜା କରିବାବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେଇ ଫୁଲ ଅର୍ପଣ କରିବା ଉଚିତ। କିଛି ଭୁଲ ହୋଇଗଲେ ଏହାର କୁପ୍ରଭାବ ପଡିବାର ମଧ୍ୟ ଉଦାହରଣ ରହିଛି।

୧) ଭଗବାନଙ୍କୁ ଫୁଲ ଅର୍ପଣ କରିବା ଦ୍ୱାରା ମଣିଷକୁ ଏହି ସକାରାତ୍ମକ ଶକ୍ତିର ଲାଭ ମିଳିଥାଏ | ମନ୍ଦିରରେ ହେଉ କିମ୍ବା ଘରେ ହେଉ ପୂଜା କରିବା ପୂର୍ବରୁ ଫୁଲକୁ ସଫା ଭାବେ ଧୋଇବା ଦରକାର |
୨) ସବୁ ଦେବାଦେବୀଙ୍କୁ ଫୁଲ ଅର୍ପଣ କରିବାର ଅଲଗା ଅଲଗା ମହତ୍ୱ ରହିଛି | ଯେଉଁ ଫୁଲକୁ ବର୍ଜନ କରାଯାଇଥାଏ ସେହି ଫୁଲକୁ କଦାପି ଅର୍ପଣ କରିବା କଥା ନୁହେଁ |
୩) ପୂଜା କରିବା ପୂର୍ବରୁ ମନ୍ଦିରରେ ଅର୍ପଣ କରାଯାଇଥିବା ଫୁଲକୁ ସାବଧାନତାପୂର୍ବକ କାଢ଼ିଦେବା ଉଚିତ | କଢ଼ା ଯାଇଥିବା ଏହି ବାସି ଫୁଲରେ ଯେମିତି ଗୋଡ ନ ବାଜେ ସେଠି ପ୍ରତି ଧ୍ୟାନ ଦେବା ଦରକାର |
୪) ଭଗବାନଙ୍କୁ ଫୁଲ ଅର୍ପଣ କରିବା ପୂର୍ବରୁ ଭୁଲରେ ମଧ୍ୟ ଶୁଙ୍ଘିବା ଉଚିତ ନୁହେଁ |
୫) ମନ୍ଦିରରେ ଅର୍ପଣ କରାଯାଇଥିବା କିଛି ଫୁଲ ନିଜ ପାଖରେ ରଖିଲେ ଶୁଭ ହୋଇଥାଏ | ଏଥିରୁ ସକାରାତ୍ମକ ଶକ୍ତି ମିଳିଥାଏ |
୬) ଭଗବାନଙ୍କୁ ସବୁବେଳେ ସତେଜ ଫୁଲ ଅର୍ପଣ କରିବା ଉଚିତ | ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଈଶ୍ୱରଙ୍କ କୃପା ପ୍ରାପ୍ତି ହେବ |

Related posts

ଚାଣକ୍ୟ ନୀତିଅନୁସାରେ ବଡ଼ ମଣିଷ ହେବାକୁ ହେଲେ ଶିଖନ୍ତୁ ଏହିସବୁ କଥା, ଜୀବନରେ ନିଶ୍ଚିତ ମିଳିବ ସଫଳତା!

ENO Beuro

ଆପଣ ଜାଣନ୍ତି କି ତିଲକ ଲଗାଇଲା ପରେ କାହିଁକି ସେଥିରେ ଚାଉଳ ଲଗାଯାଇଥାଏ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ବାସ୍ତୁଶାସ୍ତ୍ର ପ୍ରଭାବ ଆପଣଙ୍କ ଜୀବନ ଉପରେ କିପରି ପଡିଥାଏ ଜାଣନ୍ତୁ

ENO Beuro

Leave a Comment