26 C
Bhubaneswar
October 24, 2020
EnewsOdia.Com
ଜୀବନଚର୍ଯ୍ୟା

‘ଫ୍ଲୁ’ ରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ୫ଟି ପ୍ରାକୃତିକ ଉପାୟ

ମୌସମ ଟିକେ ବି ବଦଳିଲେ ବହୁତ ଲୋକଙ୍କୁ ଥଣ୍ଡା ଏବଂ ଜ୍ଵରର ଶିକାର ହେବାକୁ ପଡିଥାଏ । ଥଣ୍ଡା ବା ଫ୍ଲୁ ର ସମସ୍ୟା ଆପଣଙ୍କର ପୁରା ସପ୍ତାହର କାର୍ଯ୍ୟକ୍ରମ କୁ ବାଧା ଦେଇପାରେ । ଶରୀର ଥକା ଲାଗିବା କାରଣରୁ ଆପଣ ଯାହାବି କାମ କରିବାକୁ ଚାହୁଁଥିବେ ତାହାକୁ କରିପାରିବେ ନାହିଁ । ଅଧିକାଂଶ ଲୋକ ଫ୍ଲୁରୁ ରକ୍ଷା ପାଇବା ପାଇଁ ଏନ୍ଟିବାୟରାଲ ଔଷଧ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏହା ସହିତ ଆପଣ କିଛି ପ୍ରାକୃତିକ ଉପଚାର ବି କରିପାରିବେ ।

ଆଜି ଆମେ ଆପଣଙ୍କୁ ୫ଟି ପ୍ରାକୃତିକ ଉପଚାର ବିଷୟରେ କହିବୁ ଯାହା ଆପଣଙ୍କର ସାହାଯ୍ୟ କରିପାରିବ ।

ଫ୍ଲୁ ପାଇଁ ୫ଟି ପ୍ରାକୃତିକ ଉପଚାର

ଲୁଣ ପାଣି

ଲୁଣ ପାଣିରେ କୁଳୁକୁଳୁ କରିବା ଦ୍ଵାରା ଗଳାକୁ ଆରମ ମିଳିଥାଏ ଛାତି ଉପରେ ବାନ୍ଧି ହୋଇଥିବା କଫକୁ ସଫା କରିବାରେ ବି ସାହାଯ୍ୟ କରିଥାଏ । ଏକ ଗ୍ଳାସ ପାଣିରେ ଅଧା ଚାମଚ ଲୁଣ ମିଶାଇ କୁଳୁକୁଲୁ କରନ୍ତୁ ଏବଂ ଏହାକୁ ଦିନରେ ତିନି ଥର କରନ୍ତୁ ।

ଏସେନ୍ସିଆଲ ତେଲ

ଯଦି ଆପଣ ଫ୍ଲୁରେ ପୀଡିତ ଅଛନ୍ତି ତାହେଲେ ଏସେଶୀୟଲ ତେଲ ଆପଣଙ୍କ ପାଇଁ ବହୁତ ପ୍ରଭାବୀ ହେଇ ପାରିବ । ଏହା ଆମ ଶରୀର ଭିତରେ ବଢୁଥିବା ଭାଇରସକୁ ରୋକିଥାଏ । ଫ୍ଲୁରେ ପୀଡିତ ହେଇଥିବା ସମୟରେ ପୁଦିନା ,ଲେମ୍ବୁ ,ନିଳଗିରି ତେଲକୁ ସବୁଠାରୁ ଭଲ ବୋଲି କୁହାଯାଇଥାଏ । ଏହି ତେଲକୁ ଆପଣ ଖାଇବାରେ ବ୍ୟବହାର କରିପାରିବେ କିନ୍ତୁ କିଛି ବୁନ୍ଦା ତେଲ ଆଣି ଗଳାରେ ମାଲିସ କରନ୍ତୁ ।

ଜିଙ୍କର ପରିମାଣ ଅଧିକ ଥିବା ଖାଦ୍ୟ ଖାଆନ୍ତୁ

ଲ୍ଫୁ ର ଶିକାର ହୋଇଥିଲେ ଜିଙ୍କ ଭରପୁର ଥିବା ଖାଦ୍ୟ ଖାଇଲେ ଏହାକୁ କମ କରିବାରେ ସାହାଯ୍ୟ କରିଥାଏ । ଏହି ପୋଷାକ ତତ୍ଵ ଆମ ଶରୀରରେ ଥିବା କୀଟାଣୁ ଏବଂ ଭାଇରସ ସହିତ ଲଢିଥାଏ ଏବଂ ଆମ ପ୍ରତିରକ୍ଷା ପ୍ରଣାଳୀ ପାଇଁ ବହୁତ ମହତ୍ଵପୂର୍ଣ ଅଟେ ।

ମହୁ

ମହୁରେ ରୋଗାଣୁରୋଧୀ ଗୁଣ ଥାଏ ,ଯାହା କିଛି ବ୍ୟାକ୍ଟେରିଆ ଏବଂ ଭାଇରସ ସହିତ ଲଢିବାରେ ସାହାଯ୍ୟ କରିଥାଏ । କୁହାଯାଏ କି ମହୁ ଫ୍ଲୁ ର ଚିକିସ୍ସା ପାଇଁ ଏକ ପ୍ରଭାବି ଉପାୟ ଅଟେ । ଆପଣ ଏକ ଗ୍ଳାସ ପାଣିରେ ଦୁଇ ଚାମଚ ମହୁ ପକାଇ ତାକୁ ଭଲ ଭାବରେ ମିଶାଇ ପିଅନ୍ତୁ ।

ରସୁଣ

ରସୁଣ ଏକ ଭଲ ଖାଦ୍ୟ ଅଟେ ,ଯାହା ଥଣ୍ଡା ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ଚିକିସ୍ସା ପାଇଁ ଉପଯୋଗୀ ଅଟେ । ଏଥିରେ ଏଲିସିନ ଥାଏ ଯାହା ଭାଇରସ କୁ ମାରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ଆପଣ ପ୍ରତିଦିନ ଖାଇବା ସହିତ ରସୁଣ ଖାଆନ୍ତୁ ।

ପଢନ୍ତୁ: ରାସ୍ତା କଡ଼ରେ ମିଳୁଥିବା ମକା ଖାଇବା ପୂର୍ବରୁ ଜାଣି ନିଅନ୍ତୁ ଏହାର ଖରାପ ପ୍ରଭାବ ବିଷୟରେ…

Related posts

କିପରି ପାଳିବେ ସୁରକ୍ଷିତ ଦୀପାବଳି? ଜାଣନ୍ତୁ ବାଣ ଫୁଟାଇବା ବେଳେ କି କି ସତର୍କତା ଅବଲମ୍ବନ କରିବେ

Ratnamani Maharana

ପିମ୍ପୁଡ଼ି ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଟିପ୍ସ

Ratnamani Maharana

ଗରମ ଚା’ ବଢ଼ାଏ ଗଳା କ୍ୟାନ୍‌ସର ଆଶଙ୍କା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More