Featured

ନୁଆ ଅଫରକୁ ହଁ କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା ! ନଚେତ ପଡ଼ିପାରନ୍ତି ଅସୁବିଧାରେ

ଚାକିରୀ କରିବା କୌଣସି ସହଜ କଥା ନୁହେଁ । ଆଉ ଏହି ଅବସ୍ଥାରେ କୌଣସି ବି ନୁଆ ଅଫରକୁ ହଁ କରିବା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆପଣଙ୍କୁ ଧ୍ୟାନ ଦେବା ଜରୁରୀ ଅଟେ ।

ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ-

  • ଆପଣ ଯେତେବେଳେ କୌଣସି ଚାକିରୀ ପାଇଁ ହଁ କରୁଛନ୍ତି ସେତେବେଳେ ଉକ୍ତ କଂପାନୀ ବା ସଂସ୍ଥାର ମୁଖ୍ୟ ବା ଆପଣଙ୍କ ମାଲିକଙ୍କ ସହ ଛୁଟି ବିଷୟରେ ଖୋଲାଖୋଲି ଭାବେ କଥା ହୁଅନ୍ତୁ । ଏଥିସହ କଂପାନୀ ପଲିସିଦ୍ୱାରା ଛୁଟି ନେଇ କର୍ମଚାରୀଙ୍କ ପାଇଁ କେଉଁ ପ୍ରକାର ଫାଇଦା ରହିଛି ଏବଂ ସାଲାରୀ ହାଇକଠାରୁ ଆରମ୍ଭ କରି ଛୁଟିଗୁଡିକର ସମସ୍ତ ହିସାବ କିତାବ ସଂପର୍କରେ କଂପାନୀ ସହିତ ଆଲୋଚନା କରନ୍ତୁ । ଯଦି ଏପରି ନକରନ୍ତି ତେବେ ଏହା ଆଗକୁ ଆପଣଙ୍କ ପାଇଁ ଅସୁବିଧା ହୋଇପାରେ ।
  • କୌଣସି ପୁରୁଣା ଚାକିରୀ ଛାଡି ନୁଆ ଚାକିରୀରେ ଜଏନ୍ କରିବା ସମୟରେ ଆପଣଙ୍କ ବିଭାଗ ତଥା ପଦନ୍ନୋତୀ ସଂପର୍କରେ କଂପାନୀ ସହିତ ସ୍ପଷ୍ଟ ହୋଇଯାଆନ୍ତୁ । ଯାହାଦ୍ୱାରା ଆପଣ ଆହୁରୀ ଭଲଭାବେ କାମ କରିପାରିବେ।
  • ଆପଣ କେଉଁ ସମୟରେ ଅଧିକ ଭଲ କାମ କରିପାରିବେ । ଦିନରେ ନାଁ ରାତିରେ । ଏଥିସହ ଆପଣଙ୍କ ଅଫିସ ଆସିବାର ସମୟସୀମା କଣ ରହିଛି ସେ ପ୍ରସଂଗରେ ମଧ୍ୟ କଂପାନୀ ସହ କଥା ହୁଅନ୍ତୁ । ଯାହାଦ୍ୱାରା କି ଆପଣଙ୍କୁ ପରବର୍ତ୍ତୀ ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ନହେବାକୁ ପଡିବ ।
  • ଆପଣ ଅଫିସ୍ ଆସିବା ସମୟରେ କିମ୍ବା ଆପଣ ଅଫିସର କୌଣସି କାମରେ ବାହାରକୁ ଯାଉଛନ୍ତି ତେବେ ଏହାର ଖର୍ଚ୍ଚ କିଏ ବହନ କରିବ, ଏନେଇ ମଧ୍ୟ କଂପାନୀ ସହ କଥାବାର୍ତ୍ତା ହୋଇଯାଆନ୍ତୁ । ନଚେତ୍ ଅଫିସ କାମ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଆପଣଙ୍କ ପକେଟରୁ ଯାଇପାରେ ।
  • ନୁଆ ଚାକିରୀରେ ଜଏନ କରିବା ପୂର୍ବରୁ ଦେଖନ୍ତୁ କି ଆପଣଙ୍କୁ କେଉଁ ଅଫିସରେ ବସିବାକୁ ପଡିବ । ଏମିତି ବି ହୋଇଥାଏ କି ଆପଣ ଭୁବନେଶ୍ୱର ଅଫିସ ପାଇଁ ଆବେଦନ କରିଥିବେ କିନ୍ତୁ ଆପଣଙ୍କୁ କେଉଁ ଅନ୍ୟ ସ୍ଥାନକୁ ପଠାଯାଉଥିବ । ତେବେ ଏଥିପାଇଁ ଅଫିସ୍ ପ୍ଲେସ ସଂପର୍କରେ ପୂର୍ବରୁ ହିଁ ସ୍ପଷ୍ଟ ହୋଇଯିବା ଉଚିତ ।
  • ଅଫିସ ଲେଟରରେ ସାଇନ କରିବା ପୂର୍ବରୁ ଏକଥା ଉପରେ ନିଶ୍ଚୟ ସ୍ପଷ୍ଟ ହୋଇଯାଆନ୍ତୁ କି ନୁଆଭାବେ ଟ୍ରେନିଂ କିମ୍ବା ଟ୍ୟୁସନ ପାଇଁ ହେଉଥିବା ଖର୍ଚ୍ଚକୁ କଂପାନୀ ଉଠାଇବ କି । ନଚେତ୍ ଏହା ଆପଣଙ୍କ ପାଇଁ କ୍ଷତି ହୋଇପାରେ । ଅର୍ଥାତ୍ ଏଥିପାଇଁ ଆପଣଙ୍କ ସାଲେରୀରୁ ମଧ୍ୟ ଟଙ୍କା କଟି ପାରେ ।

ପଢନ୍ତୁ ;

ଆପଣଙ୍କ ହାତ ଧରିବାର ଅନ୍ଦାଜରୁ ଜାଣନ୍ତୁ ଆପଣଙ୍କ ଭଲପାଇବାର ଗଭୀରତା

Related posts

ମୋବାଇଲ ନମ୍ବର ସହ ଆଧାର କାର୍ଡ଼ ସଂଯୋଗ କରିବା ଦ୍ୱାରା ପାଇପାରିବେ ଅନେକ ସୁବିଧା ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଆଜି ଇସଲାମ୍ ଧର୍ମର ପବିତ୍ର ଇଦ୍-ଉଲ-ଜୁହା, ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ

ENO Beuro

Bollywood Veteran Actor Vinod Khanna Passed Away Due To Advanced Bladder Carcinoma

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More