26 C
Bhubaneswar
October 24, 2020
EnewsOdia.Com
ବାସ୍ତୁ

ତୁଳସୀ ପତ୍ର ଛିଡାଇବା ବେଳେ ଏହି କଥା ପ୍ରତି ଧ୍ୟାନରେ ରଖନ୍ତୁ

ହିନ୍ଦୁ ଧର୍ମାନୁଯାୟୀ ତୁଳସୀ ଗଛକୁ ପବିତ୍ର ଗଛ ବୋଲି କୁହାଯାଇଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ତୁଳସୀ ଗଛ ଲଗାଯାଇଥାଏ । ଏହି ଗଛକୁ ପୂଜାର୍ଚ୍ଚନା କରାଯାଇଥାଏ । ଏହି ପିବତ୍ର ଗଛକୁ ଘର ବାହାରେ ବା ଅଗଣାରେ ଲଗାଯାଇଥାଏ । ଏହି ପବିତ୍ର ଗଛକୁ ଅନେକ ମହତ୍ୱ ରହିଛି ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଭଗବାନଙ୍କ ଭୋଗରେ ତୁଳସୀ ପତ୍ର ରହିବା ନିହାତି ଆବଶ୍ୟକ । ଖାସ୍ କରି ବିନା ତୁଳସୀ ପତ୍ରରେ ଭଗବାନ୍ ବିଷ୍ଣୁଙ୍କୁ ଭୋଗ ଲଗାଯାଇନଥାଏ । ଅନ୍ୟପଟେ ସ୍ୱାସ୍ଥ୍ୟପକ୍ଷେ ତୁଳସୀ ପତ୍ର ଖୁବ୍ ଉପକାରୀ ହୋଇଥାଏ । ମାତ୍ର ଧ୍ୟାନରେ ରଖିବା ଉଚିତ୍ କି ବିନା ମନ୍ତ୍ରରେ ତୁଳସୀ ପତ୍ର ଛିଡାଇବା ଉଚିତ୍ ନୁହେଁ । ଏଭଳି କରିବା ପାପ କରିବା ସହ ସମାନ ହୋଇଥାଏ । ବିନା ମନ୍ତ୍ରରେ ତୁଳସୀ ଗଛରେ ଜଳ ଚଢାଇବା ବି ଅନୁଚିତ୍ । ସବୁଠାରୁ ଖାସ୍ କଥା ହେଉଛି ରବିବାର , ସନ୍ଧ୍ୟା ସମୟରେ ଏବଂ ନଖ ସାହାଯ୍ୟରେ ତୁଳସୀ ପତ୍ର ଛିଡାଇବା ଉଚିତ୍ ନୁହେଁ । ସେହିପରି ଅମାବାସ୍ୟା, ଦ୍ୱାଦଶୀ ଏବଂ ଚତୁଦର୍ଶୀରେ ତୁଳସୀ ପତ୍ର ଛଇଡାଇବା କଥା ନୁହେଁ ।

ଯଦି କୌଣସି ବ୍ୟକ୍ତି ବିନା ମନ୍ତ୍ରରେ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତି ବା ପତ୍ର ଛିଡାନ୍ତି ତେବେ ତାଙ୍କୁ ଶୁଭ ଫଳ ପ୍ରାପ୍ତି ହୋଇନଥାଏ । ଯେଉଁ ବ୍ୟକ୍ତି ମନ୍ତ୍ର ପାଠ କରି ତୁଳସୀ ପତ୍ର ଛିଡାଇଥାନ୍ତି । ତାଙ୍କ ଘରେ ସୁଖ-ଶାନ୍ତି ବଲବତ୍ତର ରହିଥାଏ ।

ପଢନ୍ତୁ: ଧନଦାତ୍ରୀଙ୍କୁ ପ୍ରସନ୍ନ କରିବା ପାଇଁ ଘରେ ନିୟମିତ କରନ୍ତୁ ଏହି କାମ

Related posts

ଏସବୁ ସ୍ବପ୍ନ ଦେଖୁଛନ୍ତି କି? ତେବେ ଖୁବ୍‌ଶୀଘ୍ର ହୋଇପାରେ ଆପଣଙ୍କ ବିବାହ

Ratnamani Maharana

ଶନିବାର ଏହି ଦ୍ରବ୍ୟ କିଣିଲେ ଆସେ ର୍ଦୁଭାଗ୍ୟ

Ratnamani Maharana

ଜାଣନ୍ତୁ କେଉଁ ଦିଗରେ ଦୀପ ଜାଳିଲେ କ’ଣ ସବୁ ଲାଭ ହୋଇଥାଏ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More