ଚାଣକ୍ୟ ଅର୍ଥଶାସ୍ତ୍ର ଅନୁସାରେ ,ଚାଲନ୍ତୁ ଜାଣିବା କେଉଁମାନଙ୍କୁ କେବେ ହସ ମାଡ଼େ ନାହିଁ

ଏମାନଙ୍କୁ କେବେ ହସ ମାଡ଼େ ନାହିଁ, ଜାଣନ୍ତୁ ଏମାନେ କିଏ?

ହସ ହୋଇଛି ମନୁଷ୍ୟର ଅଳଙ୍କାର । ଗୋଟାଏ ଲୋକର ହସ ଅନ୍ୟ ଏକ ଲୋକର ହସର କାରଣ ହୋଇପାରେ। ଟିକିଏ ହସ ଗୋଟାଏ ସୁସମାଜ ଗଠନ କରିବା ପାଇଁ ଯଥେଷ୍ଟ। ହସ ଦୁର୍ଲଭ ବି ସହଜସାଦ୍ଧ୍ୟ ବି। ମନ ଖୋଲା ଥିଲେ ଖୁବ୍‌ ସହଜରେ ହସ ଓଠରେ ଦିଶେ। ମନ ଠିକ୍‌ ନଥିଲେ ତାହା ଦୁର୍ଲଭ ହୋଇଯାଏ। ତେବେ, ଚାଲନ୍ତୁ ଜାଣିବା କେଉଁମାନଙ୍କୁ କେବେ ହସ ମାଡ଼େ ନାହିଁ।

  • ଧନ ହରାଇଥିବା ରଙ୍କ: ଅତ୍ୟନ୍ତ ଧନ ଲୋଭୀ ବ୍ୟକ୍ତିଟିଏ ଯଦି ଧନ ହରାଏ ସେ କ’ଣ ଆଉ କେବେ ହସିପାରିବ। ଧନହାନୀ କଷ୍ଟ ସମସ୍ତଙ୍କୁ ବାଧେ। ମାତ୍ର ଧନ ପ୍ରତି ଅହେତୁକ ଲୋଭ ଥିବା ବ୍ୟକ୍ତିଟିଏ ଧନ ହରାଇଲା ପରେ ଆଉ କେବେ ହସିପାରେନା।
  • ରାଜଦଣ୍ଡିତ ଲୋକ: ଦଣ୍ଡ ପାଇଥିବା ଲୋକର ପୁଣି ଖୁସି କ’ଣ ଯେ ସେ ହସିବ? ତେଣୁ ରାଜ ଦଣ୍ଡିତ ଲୋକ ବି କେବେ ହସିପାରେନା ବୋଲି ଚାଣକ୍ୟ ଜଣାଇଛନ୍ତି।
  • କୃପଣ: କୃପଣର ପୂରା ସମୟ ନିଜ ଧନ-ସମ୍ପତ୍ତି ବିଷୟରେ ଚିନ୍ତା କରି କରି ବିତିଯାଏ। କାଳେ କାହାକୁ ଚାହିଁ ହସି ଦେଲେ କିଏ ଧନ-ସମ୍ପତ୍ତି ମାଗିଦେବ ଭାବି କୃପଣ କେବେ ହସିନଥାନ୍ତି।
  • ସ୍ୱାମୀ ଅଭିମାନିନୀ: ସ୍ୱାମୀଙ୍କ ପାଖରେ ଅଭିମାନ କରିବା ଅଧିକାଂଶ ପତ୍ନୀଙ୍କ ପ୍ରବୃତ୍ତି ହୋଇଥାଏ। ଅଭିମାନୀ ପତ୍ନୀଟିଏ କେବେ ହସେନା। ସେ ସ୍ୱାମୀଙ୍କ ଆଗରେ ମୁହଁ ଫୁଲେଇ ଅଭିମାନ କରି ସ୍ୱାମୀଙ୍କ ସମବେଦନା ପାଇବାକୁ ଚାହେଁ।
  • ପୁତ୍ରହରା ମାତା: ଜଣେ ମାଆର ସବୁତକ ସୁଖ ନିଜ ସନ୍ତାନ ପାଖରେ ବନ୍ଧା ବୋଲି କହିଲେ ଭୁଲ୍‌ ହେବନି। ବିଶେଷକରି ପୁତ୍ରଟିଏ ମାଆର ମଉଡ଼ମଣି ହୋଇଥାଏ। ଯଦି କୌଣସି କାରଣରୁ ମାଆ କୋଳରୁ ପୁଅ ଚାଲିଯାଏ ତେବେ ସେ ମାଆ କେବେ ଜୀବନରେ ହସି ପାରେନା।

ପଢନ୍ତୁ ;

ଶତ୍ରୁକୁ ସାମ୍ନା କରିବାକୁ ଭାରତୀୟ ନୌସେନାରେ ସାମିଲ ହେବ : ‘କରଂଜ’

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More