ବଲିଉଡ ଦବଙ୍ଗ ଖାନ ସବୁବେଳେ ବିବାହକୁ ନେଇ ଚର୍ଚାରେ ଥାଆନ୍ତି
ବଲିଉଡ ଦବଙ୍ଗ ଖାନ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେବେ ସିନେମାକୁ ନେଇ ତ କେବେ ଲଭ ଓ ତାଙ୍କ ବିବାହକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସଲ୍ମାନ୍ ଖାନ୍ଙ୍କୁ ଏବେ ୫୨ ବର୍ଷ ହେଲାଣି । ସେ ଏ ବୟସରେ ବି ଭାରି ୟଙ୍ଗ୍ ଦିଶୁଛନ୍ତି । ପୁଣିଥରେ ସଲମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି ।
ତେବେ ସଲମାନ ତାଙ୍କ ବିବାହ ନ କରିଥିବାର କାରଣ କହିଛନ୍ତି । ତାଙ୍କ କହିବା ଅନୁସାରେ ବିବାହ ବର୍ତ୍ତମାନ ଖୁବ ମହଙ୍ଗା ହୋଇଯାଇଛି । ଜଣଙ୍କର ବାହାଘରଲାଗି ଲୋକେ ଲକ୍ଷ ଲକ୍ଷ,ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆଉ ତାଙ୍କ ପାଖରେ ଏତେ ଟଙ୍କା ନାହିଁ ଯେଉଁଥିପାଇଁ ସେ ସିଙ୍ଗିଲ୍ ରହିଛନ୍ତି ବୋଲି ସଲମାନ୍ କହିଛନ୍ତି ।
ସଲମାନ କହିଛନ୍ତି ଯେ, କେବେ କେବେ ତାଙ୍କ ପାଖକୁ ଆସି କେହି କହେ ମୋତେ ଅଢେଇ ଲକ୍ଷ୍ୟ ଟଙ୍କା ଦିଅନ୍ତୁ ଝିଅ ବିବାହ କରିବାର ଅଛି । କିନ୍ତୁ ମୋ ବାପା ୧୮୦ ଟଙ୍କାରେ ବିବାହ କରିଥିଲେ ଏବଂ ଆମେ ସମସ୍ତେ ସେହି ୧୮୦ ଟଙ୍କାର ଫଳ । ଏ ସମସ୍ତ ଭୁଲ ହେଉଛି ସୂରଜ ବଡ଼ଜାତ୍ୟାଙ୍କର । ସେ ସମସ୍ତ ଫିଲ୍ମରେ ବିବାହକୁ ଖୁବ ଧୁମଧାମରେ କରିଥିଲେ,ଯାହା ପରଠାରୁ ଏହି ଟ୍ରେଣ୍ଡ ଚାଲି ଆସୁଛି । ଏ ସବୁ ମୋ ପାଇଁ ସମ୍ଭବ ନୁହେଁ,ତେଣୁ ମୁଁ ବିବାହ କରୁନାହିଁ ।
ଅଷ୍ଟ୍ରେଲୀୟ ଗାୟିକା-ମଡେଲ ଲୁଲିଆ ଭଣ୍ଟୁରଙ୍କୁ ସଲମାନ୍ ବାହା ହେବେ ବୋଲି ଚର୍ଚ୍ଚା ହେଉଥିଲା ହେଲେ ସେଭଳି କିଛି ଘଟି ନାହିଁ। ଅପରପକ୍ଷରେ କାଟ୍ରିନା କୈଫଙ୍କ ସହ ସମାନ କଥା ଉଠିଛି ହେଲେ ଏ ବିଷୟରେ ଦୁହେଁ ନୀରବତା ଅବଲମ୍ବନ କରୁଛନ୍ତି।
ପଢନ୍ତୁ ;
ପ୍ରତିଦିନ ପୂଜା କଲାବେଳେ ଏହି ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ