LIFESTYLE

ଆପଣଙ୍କ ହାତ ଧରିବାର ଅନ୍ଦାଜରୁ ଜାଣନ୍ତୁ ଆପଣଙ୍କ ଭଲପାଇବାର ଗଭୀରତା

ହାତ ଧରିବାର ଅନ୍ଦାଜରୁ ଜାଣନ୍ତୁ ସମ୍ପର୍କର ଗଭୀରତା

ସର୍ବସାଧାରଣରେ ଆପଣ କିଭଳି ଆପଣଙ୍କ ସାଥୀଙ୍କ ହାତ ଧରିବେ ଜାଣିଛନ୍ତି କି  ? ଏଥିରୁ ଆପଣଙ୍କ ସମ୍ପର୍କର ଗଭୀରତା ଜଣାପଡିଥାଏ । ଯେତେବେଳେ ଆପଣ ନିଜ ଭାବପ୍ରବଣକୁ କହିପାରନ୍ତି ନାହିଁ , ସେତେବେଳେ ଆପଣଙ୍କ ଅଙ୍ଗୀଭଙ୍ଗୀ ଆପଣଙ୍କ ଭଲପାଇବାକୁ ଦର୍ଶାଇଥାଏ  । ଏହା ମଧ୍ୟରେ ହାତ ଧରିବା ସବୁଠାରୁ ସାଧାରଣ । ଯଦି ଜଣକର ହାତ ଉପରେ ଅନ୍ୟଜଣକର ରହିଛି । ତେବେ ସେହି ସମ୍ପର୍କ ଖୁବ ଶକ୍ତିଶାଳୀ ଓ ଆପଣଙ୍କ ସାଥୀ ଆପଣଙ୍କ ପାଇଁ ଖୁବ ରକ୍ଷଣଶୀଳ  ।

ଯଦି ଆପଣ ଆପଣଙ୍କ ସାଥୀ ଆପଣଙ୍କ ଆଙ୍ଗୁଠି ମଧ୍ୟରେ ନିଜ ଆଙ୍ଗୁଠିକୁ ଇଣ୍ଟରଲକ୍ କରୁଛନ୍ତି । ତେବେ ଏହା ଦର୍ଶାଉଛି ଯେ ଆପଣ ଦୁହିଁଙ୍କର ସମ୍ପର୍କ ଖୁବ ଗଭୀର  ।  ଆପଣଙ୍କ ସମ୍ପର୍କ ତା’ ସହିତ ଅସାଧାରଣ । ଦର୍ଶାଇଥାଏ ଯେ ଆପଣଙ୍କ ମଧ୍ୟରେ ଗଭୀର ଭଲପାଇବା ବାନ୍ଧି ହୋଇରହିଛି  ।

ଏପରି ହାତ ଧରୁଥିଲେ ଆପଣଙ୍କ ସମ୍ପର୍କରେ ଖୁବ ପ୍ରଗାଢତା ରହିଛି ।ହାତ ଧରିବାର ଅନ୍ଦାଜ ଆପଣଙ୍କ ସମ୍ପର୍କର ଗଭୀରତାକୁ ଦର୍ଶାଇଥାଏ  । ଏଥିରୁ ଏହା ଜଣାପଡିଥାଏ ଯେ ଆପଣଙ୍କ ସାଥୀ ଆପଣଙ୍କ ପାଇଁ କେତେ ରକ୍ଷଣଶୀଳ । ତା’ସହିତ ସେ ସର୍ବସାଧାରଣରେ ନିଜ ଭଲପାଇବାକୁ ଜଣାଇବାରେ ଡରନ୍ତି ନାହିଁ  । ଆପଣଙ୍କୁ ନିଜ ସମ୍ପର୍କ ଉପରେ ଗର୍ବ କରିବା ଉଚିତ  ।


ଯଦି ଆପଣ ଏହିଭଳି ହାତକୁ ଧରୁଛନ୍ତି , ତେବେ ଲୋକମାନେ ଆପଣଙ୍କୁ ତୀକ୍ଷ୍ଣ ନଜରରେ ଦେଖିବାକୁ ଡରିବେ । କାହିଁକି ନା ଏପରି ହାତ ଧରିବା ସବୁଠାରୁ ସାଧାରଣ  । ଏହାଦ୍ୱାରା ଆପଣଙ୍କ ଭଲପାଇବା ଲୋକ ନଜରରେ ଏତେ ଆସିବ ନାହିଁ  ।

ଏପରି ହାତ ଧରିବା ଆପଣଙ୍କ ସମ୍ପର୍କର ନିବିଡତାକୁ ଦର୍ଶାଇଥାଏ  । ଏହା ହାତ ଧରିବାର ଏକ ସରଳ ଉପାୟ  । ଏହା ଆପଣଙ୍କ ସମ୍ପର୍କର କୋମଳତା ଓ ମିଠାପଣର ପ୍ରତୀକ ଅଟେ  ।

ଏପରି ହାତ ଧରିବା ଏହା ଦର୍ଶାଇଥାଏ ଯେ ଆପଣ ଖୁବ ରାଗୀ ଓ ଜିଦ୍ଦି  । ତା’ ସହିତ ଆପଣଙ୍କ ସାଥୀ ସର୍ବଦା ଆପଣଙ୍କ କଥା ଶୁଣନ୍ତୁ ଏହା ଆପଣଙ୍କର ଇଚ୍ଛା  । ହାତ ଧରିବାର ଏଭଳି ଷ୍ଟାଇଲ ଆପଣଙ୍କ ସମ୍ପର୍କର ନିବିଡଡା ଓ ଆବଶ୍ୟକତାକୁ ଦର୍ଶାଇଥାଏ  ।

ପଢନ୍ତୁ ;

୧୮ ବର୍ଷ ପରେ ଫିଲ୍ମରେ ଏକାଠି ଆସୁଛନ୍ତି ଏହି ସୁପର ହିଟ ଯୋଡି

Related posts

ଏହି ସବୁ ଲକ୍ଷଣ ଦେଖାଯାଉଥିଲେ, ଜାଣନ୍ତୁ ମସ୍ତିସ୍କ ଟ୍ୟୁମରର ଶିକାର ହୋଇଛନ୍ତି

ENO Beuro

ଏକାଗ୍ରତା ବଢାଇବା ସହ ମସ୍କିଷ୍କ ଥଣ୍ଡା ରଖିଥାଏ ଚନ୍ଦନ ! ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ସମ୍ପର୍କରେ

ENO Beuro

ଥଣ୍ଡା ପାଣି ପିଇବା ଦ୍ଵାରା ଶରୀର ଓ ସ୍ୱାସ୍ଥ୍ୟ ରେ କି ପ୍ରଭାବ ପଡେ ଆସନ୍ତୁ ଜାଣିବା

ENO Beuro

1 comment

Leave a Comment