LIFESTYLE

ବୟସ ଅନୁସାରେ କେତେ ସମୟ ଶୋଇବା ଆପଣଙ୍କ ଶରୀର ପାଇଁ ଭଲ ଜାଣନ୍ତୁ ?

ମଣିଷ ସୁସ୍ଥ ରହିବା ପାଇଁ ଠିକ୍‌ ସମୟରେ ଖାଇବା ପିଇବା ସହିତ ଠିକ୍‌ ସମୟରେ ଶୋଇବା ନିହାତି ଆବଶ୍ୟକ । ଅନେକ ବ୍ୟକ୍ତି ନିଜର ଖିଆଲି ଜୀବନଶୈଳୀ ଯୋଗୁଁ ଶୋଇବା ଅବହେଳା କରନ୍ତି । ଠିକ୍‌ ସମୟରେ ନଶୋଇ ବିଳମ୍ବରେ ଶୋଇଥାନ୍ତି । ଏପରି କରିବା ଦ୍ୱାରା ନିଦ୍ରାହୀନତା ଭଳି ରୋଗ ଦେଖାଦିଏ । ନିଦର ଅଭାବ ହେଲେ ଅଳ୍ପ ବୟସରୁ ନାନା ପ୍ରକାର ରୋଗ ମାଡ଼ି ବସେ ।

ଏ ନେଇ ଆମେରିକାରର ‘ନ୍ୟାସନାଲ ସ୍ଲିପ୍ ଫାଉଣ୍ଡେସନ୍’ ପକ୍ଷରୁ ଶୋଇବା ଅଭ୍ୟାସ, ଆବଶ୍ୟକତା ଓ ଏହାର ପ୍ରଭାବ ଉପରେ ଏକ ଗବେଷଣା କରାଯାଇଥିଲା । ଏଥିରୁ ଜଣାପଡ଼ିଥିଲା ଯେ, ବୟସ ଅନୁଯାୟୀ ମଣିଷର ଶୋଇବାର ସମୟ ପରିବର୍ତ୍ତନ ହୋଇଥାଏ । ବୟସ ଅନୁସାରେ କେତେ ସମୟ ଶୋଇବା ଆବଶ୍ୟକ। ଏ ବିଷୟରେ କ’ଣ କହୁଛି ସର୍ଭେ ରିପୋର୍ଟ ଆସନ୍ତୁ ଜାଣିବା ।

ବୟସ ଅନୁସାରେ କେତେ ସମୟ ଶୋଇବେ ଜାଣନ୍ତୁ :-

  • ଜନ୍ମ ହେବାରୁ ୩ ମାସ ପର୍ଯ୍ୟନ୍ତ ଜଣେ ଶିଶୁ ୧୪ରୁ ୧୭ ଘଣ୍ଟା ଶୋଇବା ଆବଶ୍ୟକ ବୋଲି ଗବେଷଣାରୁ ଜଣାପଡ଼ିଛି ।
  • ସେହିପରି ୪ରୁ ୧୧ ମାସର ଶିଶୁ ୧୨ରୁ ୧୫ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଆବଶ୍ୟକ ।
  • ୧ରୁ ୨ ବର୍ଷର ପିଲା ୧୧ରୁ୧୪ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଆବଶ୍ୟକ। ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।

sleep

  • ସେହିପରି ୩ରୁ ୫ବର୍ଷ ପର୍ଯ୍ୟନ୍ତ ପିଲାମାନେ ୧୦ ରୁ ୧୩ ଘଣ୍ଟା ଶୋଇବା ଆବଶ୍ୟକ ।
  • ୧୪ରୁ ୧୭ ବର୍ଷ ପର୍ଯ୍ୟନ୍ତ ପିଲା ୮ରୁ ୧୦ ଘଣ୍ଟା ଶୋଇବା ଦରକାର ବୋଲି ସର୍ଭେରୁ ଜଣାପଡ଼ିଛି ।
  • ୧୮ରୁ ୬୪ ବୟସ ପର୍ଯ୍ୟନ୍ତ ୭ରୁ ୯ ଘଣ୍ଟା ଶୋଇବା ଶରୀର ପାଇଁ ଭଲ ବୋଲି ରିପୋର୍ଟରୁ ଜଣାପଡ଼ିଛି ।
  • ୬୫ ବର୍ଷରୁ ଅଧିକ ବୟସ ବ୍ୟକ୍ତି ୭ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ ବୋଲି ଗବେଷଣାରୁ ଜଣାପଡ଼ିଛି ।

ପଢନ୍ତୁ ;

ସୁନା କିଣିଲା ବେଳେ କେଉଁସବୁ ଦିଗ ପ୍ରତି ସାବଧାନ ରହିବେ ଜାଣନ୍ତୁ?

Related posts

ରକ୍ତଚାପଜନିତ ଅସୁବିଧାକୁ ଦୂର କରିବାକୁ ଖାଆନ୍ତୁ “ରାଶି ଲଡୁ” ,ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କେଉଁ କେଉଁ ସମସ୍ୟା ଦୂର ହୋଇଥାଏ?

ENO Beuro

ଆପଣ ପ୍ରେମରେ ପଡିଛନ୍ତି କି ? ତେବେ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ

ENO Beuro

ଗରମ ଦିନେ କେଶର ଯତ୍ନ ନେବା ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More