News

କୋଫି ଆନନ୍‌ଙ୍କ ପରଲୋକ

kofi

ପ୍ରଥମ କୃଷ୍ଣକାୟ ବ୍ୟକ୍ତିଭାବେ ଜାତିସଂଘର ମହାସଚିବ ଭାବେ କାର୍ଯ୍ୟ କରିଥିଲେ

ମିଳିତ ଜାତିସଂଘର ପୂର୍ବତନ ମହାସଚିବ ତଥା ନୋବେଲ୍‌ ଶାନ୍ତି ପୁରସ୍କାର ବିଜେତା କୋଫି ଆନନ୍‌ଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା କାରଣରୁ ସେ ଭର୍ତ୍ତି ହୋଇଥିବା ସ୍ୱିଜରଲ୍ୟାଣ୍ଡର ଏକ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଅନ୍ତିମ ସମୟରେ କୋଫିଙ୍କ ପାଖରେ ପତ୍ନୀ ନାନେ ଓ ୩ ସନ୍ତାନ ଉପସ୍ଥିତ ଥିଲେ।

kofi

୧୯୯୭ରୁ ୨୦୦୬ ପର୍ଯ୍ୟନ୍ତ ସେ ଜାତିସଂଘର ମହାସଚିବ ଥିଲେ। ଶାନ୍ତି ପାଇଁ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କ ମୃତୁ୍ୟରେ ବିଶ୍ୱର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।୧୯୩୮ ମସିହା ଅପ୍ରେଲ ୮ରେ ଘାନାର କୁମାସିରେ କୋଫି ଆନନ ଜନ୍ମ ଗ୍ରହଣ କରିଥିଲେ। ସେ ଇଂରାଜୀ, ଫ୍ରେଞ୍ଚ ଓ ଅନ୍ୟାନ୍ୟ ଆଫ୍ରିକାନ୍‌ ଭାଷାରେ ବେଶ ଭଲଭାବେ କଥା ହୋଇପାରୁ ଥିଲେ। ତାଙ୍କ ଜୀବଦ୍ଦଶା ମଧ୍ୟରେ କୋଫି ଆନନ୍‌ ବିଶ୍ୱବାସୀଙ୍କ ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।

ଗୋଟିଏ ସମୟରେ ସେ ସମଗ୍ର ବିଶ୍ୱରେ ‘ଶାନ୍ତିଦୂତ’ ଭାବେ ମାନ୍ୟତା ପାଇଥିଲେ। ସେ କୋଫି ଆନନ୍‌ ଫାଉଣ୍ଡେସନ୍‌ ମଧ୍ୟ ପ୍ରତିଷ୍ଠା କରିଥିଲେ।

ପଢନ୍ତୁ;ଆଜି ପ୍ରିୟଙ୍କା ଓ ନିକ୍‌ଙ୍କ ନିର୍ବନ୍ଧ

Related posts

ନିଟ୍‌ ପରୀକ୍ଷା : ନୂଆ ଡ୍ରେସ୍‌ କୋଡ଼୍‌ ଗାଇଡ୍‌ଲାଇନ୍‌ ଜାରିକଲା ସିବିଏସ୍‌ଇ

ENO Beuro

Board Examination For Class X Will Be Reintroduced – Union HRD Minister Prakash Javadekar

ENO Beuro

ସକାଳ ୬ରୁ ରାତି ୯ପର୍ଯ୍ୟନ୍ତ ଖୋଲା ରହିବ ରାଜ୍ୟର ସବୁ ପାର୍କ

Ratnamani Moharana

Leave a Comment