SPORTS

ସେପ୍ଟେମ୍ବର ୨୫ ତାରିଖରେ କୋହଲି, ଚାନୁ ପାଇବେ ଖେଳରତ୍ନ

kohil

ଭାରତୀୟ କ୍ରିକେଟ ଟିମ ଅଧିନାୟକ ବିରାଟ କୋହଲି ଏବଂ ବିଶ୍ବ ଚମ୍ପିୟାନ ଭାରୋତ୍ତୋଳନକାରୀ ମୀରାବାଇ ଚାନୁଙ୍କୁ ସେପ୍ଟେମ୍ବର୨୫ ତାରିଖରେ ସମ୍ମାନସୂଚକ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ। ଗୁରୁବାର ଦିନ କ୍ରୀଡା ମନ୍ତ୍ରଣାଳୟ ଏ ବିଷୟ ଘୋଷଣା କରିଛି।

kohil

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ସମ୍ମାନିତ କରିବେ । କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି । ବିସିସିଆଇ ଖେଳ ରତ୍ନ ପାଇଁ ବିରାଟ କୋହଲିଙ୍କ ନାଁ ସୁପାରିଶ କରିଥିଲା । ଏହି ସମ୍ମାନ ପାଇବାରେ କୋହଲି ହେବେ ତୃତୀୟ କ୍ରିକେଟର । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର‌ଓ ମହେନ୍ଦ୍ର ସିଂହ ଧୋନି ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନର ଅଧିକାରୀ ହୋଇଥିଲେ ।

ସେହିପରି ଭାରୋତ୍ତୋଳନର ବିଶ୍ଵ ଚାମ୍ପିଅନସିପରେ ସ୍ବର୍ଣ୍ଣ ବିଜୟିନୀ ମୀରାବାଈ ଚାନୁଙ୍କୁ ବି ବିରାଟ କୋହଲି ଙ୍କ ସହ ମିଳିତ ଭାବରେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ । ଏସିଆନ୍ ଗେମ୍ସ ସ୍ବର୍ଣ୍ଣ ବିଜେତା ଜାଭେଲିନ୍ ଖେଳାଳି ନିରଜ ଚୋପ୍ରାଙ୍କ ସମେତ ୨୦ ଜଣଙ୍କୁ ପ୍ରଦାନ କରାଯିବ ସମ୍ମାନଜନକ ଅର୍ଜୁନ ପୁରସ୍କାର । ସେହିପରି ୮ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ଓ ୪ ଜଣଙ୍କୁ ପ୍ରଦାନ କରାଯିବ ସମ୍ମାନଜନକ ଧ୍ୟାନଚାନ୍ଦ ଆଓ୍ବାର୍ଡ

ପଢନ୍ତୁ; ଫିଲ୍ମ ଫ୍ରାଇଡେ: ରିଲିଜ ହେଲା ‘ବତ୍ତି ଗୁଲ ମିଟର ଚାଲୁ’ ଏବଂ‘ ମଣ୍ଟୋ ‘

Related posts

ବଲ୍‌ ଟ୍ୟାମ୍ପରିଂ: ଅଧିନାୟକ ଓ ଉପ ଅଧିନାୟକ ପଦରୁ ବିଦା ହେଲେ ସ୍ମିଥ, ୱାର୍ନର

ENO Beuro

ପ୍ରଥମ ମୁକାବିଲାରେ ବିଜୟରୁ ବିଶ୍ଵକପ ଅଭିଯାନ ଆରମ୍ଭ କଲା ଭାରତ

Ratnamani Moharana

ମୋଡ୍ରିକଙ୍କୁ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର

ENO Beuro

Leave a Comment