SPORTS

ଆଇସିସି ଟେଷ୍ଟ ମାନ୍ୟତା:ଶୀର୍ଷକୁ ଫେରିଲେ କୋହଲି

kohli

ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଆଇସିସି ବ୍ୟାଟସମ୍ୟାନଙ୍କ ତାଲିକାରେ ପୁଣି ଶୀର୍ଷକୁ ଫେରିଛନ୍ତି। ନଟିଂହାମରେ ସଦ୍ୟସମାପ୍ତ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ କୋହଲି ଦୁଇଟି ଇନିଂସରେ ଯଥାକ୍ରମେ ୯୭ ଓ ୧୦୩ କରିଥିବା କାରଣରୁ ଏହା ତାଙ୍କର ମାନ୍ୟତା ଉପରେ ଅନୁକୂଳ ପ୍ରଭାବ ପକାଇଛି। ଚଳିତ ସିରିଜର ପ୍ରଥମ ଟେଷ୍ଟରେ (ବର୍ମିଂହାମ) କୋହଲି ଉଭୟ ଇନିଂସରେ ୧୪୯ ଓ ୫୧ ରନ କରିବାପରେ ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ୍‍ଙ୍କୁ ହଟାଇ ଏହି ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଥିଲେ।

kohli

ଏହି ଇନିଂସ ଯୋଗୁଁ ସେ ପ୍ରଥମଥର ଲାଗି ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ଲାଭ କରିଥିଲେ। ତେବେ ଲଡର୍‌ସ ଟେଷ୍ଟରେ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ ଯୋଗୁ ତାଙ୍କୁ ଶୀର୍ଷ ମାନ୍ୟତା ହରାଇବାକୁ ପଡ଼ିଥିଲା। ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ କୋହଲିଙ୍କ ପଏଣ୍ଟ ସଂଖ୍ୟା ବର୍ତ୍ତମାନ ୯୩୭ ରହିଛି, ଯାହା ସର୍ବକାଳୀନ ଏକାଦଶତମ ରେଟିଂ ପଏଣ୍ଟ

ଟପ୍‌-୧୦ ରେଟିଂ ପଏଣ୍ଟ ମଧ୍ୟରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ (୯୬୧ ପଏଣ୍ଟ) ରହିଥିବାବେଳେ ଷ୍ଟିଭ ସ୍ମିଥ୍‌ (୯୪୭), ଲେନ୍‌ ହଟ୍ଟନ (୯୪୫), ଜ୍ୟାକ ହବ୍ସ (୯୪୨), ରିକି ପଣ୍ଟିଂ (୯୪୨), ପିଟର ମେ (୯୪୧), ଗ୍ୟାରୀ ସୋବର୍ସ, କ୍ଳାଏଡ୍‌ ଓ୍ବାଲକଟ୍‌, ଭିଭିଆନ୍‌ ରିଚାଡର୍‌ସ ଓ କୁମାର ସାଙ୍ଗାକାରା (ସମସ୍ତେ ୯୩୮ ପଏଣ୍ଟ) ପର୍ଯ୍ୟାୟକ୍ରମେ ପଛକୁ ପଛ ରହିଛନ୍ତି।

ପଢନ୍ତୁ;ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନକୁ ମୁଖ୍ୟ ନିର୍ବାଚନ କମିସନରଙ୍କ ନା

Related posts

ମେ ୩୦ରୁ ଆରମ୍ଭ ହେବ ବିଶ୍ଵକପ: ଭାରତୀୟ କ୍ରିକେଟ ଟିମ ସଦସ୍ୟଙ୍କ ନାମ ଘୋଷିତ କଲା ବିସିସିଆଇ

Ratnamani Moharana

ଆଜିଠୁ ଆଇପିଏଲ୍ ମହାସମର: ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ

ENO Beuro

ଅନ୍ତର୍ଜାତୀୟ ପଦାର୍ପଣ କଲେ ଅର୍ଜୁନ

ENO Beuro

1 comment

Leave a Comment