26 C
Bhubaneswar
October 1, 2020
EnewsOdia.Com
ଖେଳ

ଭଙ୍ଗା ମୋବାଇଲରେ କୋହଲିଙ୍କ ପ୍ରତିମୂର୍ତ୍ତି ତିଆରି କଲେ ପ୍ରଶଂସକ

ବିରାଟ କ୍ରିକେଟ ଜଗତର ଏକ ପ୍ରତିଖିତ ନାମ। ତାଙ୍କର ଫ୍ୟାନ କେବଳ ଭାରତରେ ସୀମିତ ହୋଇନାହି ସାରା ବିଶ୍ଵରେ ତାଙ୍କର  ଫ୍ୟାନ ରହିଥିବା ଏନେକ ସମୟରେ ନଜର ଆସିଛନ୍ତି। ତେବେ ଏବେ ବିରାଟଙ୍କ ଆଉ ଜଣେ ଜବରା ଫ୍ୟାନ୍‌ ଦେଖିବାକୁ ମିଳିଛନ୍ତି। ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ । ଏହି ଫଟୋଟି ପେନସିଲ୍ କିମ୍ବା ତୁଳୀରେ ତିଆରି କରାଯାଇନାହିଁ । ସାମ୍ନାରୁ ଦେଖିଲେ ଲାଗୁଛି ସତେ ଯେମିତି ପେନସିଲ୍ କିମ୍ବା ତୁଳୀରେ ତିଆରି ହୋଇଛି ବିରାଟଙ୍କ ପ୍ରତିମୂର୍ତ୍ତି । ଏହି ଫ୍ୟାନ ଜଣକ ଭଙ୍ଗା ମୋବାଇଲରେ ତିଆରି କରିଛନ୍ତି ବିରାଟ କୋହଲିଙ୍କ ପ୍ରତିମୂର୍ତ୍ତି।

ଏଠାରେ ସୂଚନାଯୋଗ୍ୟ, ଗୌହାଟିର ରାହୁଲ ପ୍ରତିକ ନାମକ ଜଣେ ବିରାଟ କୋହଲିଙ୍କ ଫ୍ୟାନ୍ ଭଙ୍ଗା ଓ ପୁରୁଣା ମୋବାଇଲ ସଂଗ୍ରହ କରି ପ୍ରତିମୂର୍ତ୍ତିକୁ ତିଆରି କରିଛନ୍ତି ।

ଆଜିଠୁ ଗୌହାଟିରେ ଆରମ୍ଭ ହେଉଥିବା ପ୍ରଥମ ଟି-୨୦ ପୂର୍ବରୁ ରାହୁଲ ପ୍ରତିମୂର୍ତ୍ତିକୁ ଦେଖାଇ ବିରାଟଙ୍କୁ ସର୍‌ପ୍ରାଇଜ୍ ଦେଇଛନ୍ତି । ଗୌହାଟିରେ ରହୁଥିବା ରାହୁଲ ଏହି ପ୍ରତିମୂର୍ତ୍ତିକୁ ତିଆରି କରିବା ପାଇଁ ୬ ଦିନ ସମୟ ନେଇଥିଲେ । କ୍ୟାପଟେନ ବିରାଟ କୋହଲି ପ୍ରତିମୂର୍ତ୍ତିରେ ଅଟୋଗ୍ରାଫ ଦେବା ସହ ରାହୁଲଙ୍କୁ ପ୍ରଶଂସା କରିଛନ୍ତି।

ପଢନ୍ତୁ: ନତାସା ଷ୍ଟାନୋଭିକଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ Engagement

Related posts

ପ୍ରତି ମିନିଟ୍‌ରେ ଧୋନୀଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି ସାଥି

Ratnamani Maharana

ସୁପର ଓଭରରେ ନ୍ୟୁଜଲାଣ୍ଡକୁ ପୁଣି ଝଟ୍‌କା

Ratnamani Maharana

ଭୁବନେଶ୍ବରରେ ବୀରେନ୍ଦ୍ର ସେହବାଗ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More