SPORTS

କୋଲକାତା ନାଇଟ୍‌ ରାଇଡର୍ସକୁ ୩ ୱିକେଟ୍‌ରେ ହରାଇଲା ରାଜସ୍ଥାନ ରୟାଲ୍ସ

ଆଇପିଏଲ୍‌ର ୪୩ତମ ମ୍ୟାଚ୍‌ରେ ଭାରତୀୟ ବିଶ୍ବକପ୍‌ ଦଳର ସଦସ୍ୟ ଦୀନେଶ କାର୍ତିକଙ୍କ ବିସ୍ଫୋରକ ୯୭* ରନ୍‌ ସତ୍ତ୍ବେ କୋଲକାତା ନାଇଟ୍ ରାଇଡର୍ସର ପରାଜୟ ଧାରା ଭାଙ୍ଗିପାରି ନାହିଁ। ଲଗାତାର ଷଷ୍ଠ ପରାଜୟ ବରଣ କରି କୋଲକାତା ଆଶଙ୍କା ଭିତରେ ରହିଥିବାବେଳେ ରାଜସ୍ଥାନ  ଚତୁର୍ଥ ବିଜୟ ସହିତ ପଏଣ୍ଟ ଟେବୁଲ୍‌ ଶେଷ ସ୍ଥାନ ପରିତ୍ୟାଗ କରିଛି।

ଗୁରୁବାର ଇଡେନ୍ ଗା‌ର୍ଡେନ୍ସରେ ଟସ୍ ଟସ୍‌ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ୍‌ ସ୍ମିଥ  ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ରାଜସ୍ଥାନ ଟିମ୍‌କୁ ଫେରିଥିବା ବରୁଣ ଅରୁନ ପ୍ରଥମ ଓଭର୍‌ରେ ହିଁ ବିସ୍ଫୋରକ କ୍ରିସ୍‌ ଲୀନ୍‌ଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଦ୍ୱିତୀୟ ୱିକେଟ୍‌ ପାଇଁ ଶୁଭମନ ଗିଲ ଓ ନୀତୀଶ ରାଣା ସ୍ଥିତି ସମ୍ଭାଳିଥିଲେ ହେଁ ବେଶୀ ସମୟ ତିଷ୍ଟି ପାରି ନଥିଲେ। ଗିଲ(୧୪)ଙ୍କୁ ବରୁଣ ନିଜର ଦ୍ୱିତୀୟ ଶିକାର କରିଥିବା ବେଳେ ରାଣା(୨୧)ଙ୍କ ୱିକେଟ୍‌ ଶ୍ରେୟସ ଗୋପାଲଙ୍କ ଖାତାକୁ ଯାଇଥିଲା। ୧୧ ରନ୍‌ କରିଥିବା ସୁନୀଲ ନାରିନ୍‌ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଯାଇଥିଲେ।

 

ଦୀନେଶ କାର୍ତ୍ତିକ ଶେଷ ପର୍ଯ୍ୟନ୍ତ ଲଢ଼େଇ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ବିଶେଷ କରି ୧୯ତମ ଓଭର୍‌ ବୋଲିଂ କରୁଥିବା ଜୋଫ୍ରେ ଆର୍ଚରଙ୍କୁ କାର୍ତ୍ତିକ ଦୁଇଟି ଛକା ଓ ଶେଷ ଓଭର୍‌ରେ ଜୟଦେବ ଉନାଦକତ୍‌ଙ୍କୁ ଗୋଟିଏ ଚୌକା ଓ ୨ ଛକା ମାରି ଦଳୀୟ ସ୍କୋରକୁ ୧୭୦ ପାର କରାଇଥିଲେ। କାର୍ତ୍ତିକ ଶେଷ ପର୍ଯ୍ୟନ୍ତ ୯୭ ରନ୍‌ କରି ଅପରାଜିତ ରହିଥିଲେ। ଲଗାତାର ଷଷ୍ଠ ପରାଜୟ ବରଣ କରି କୋଲକାତା ଆଶଙ୍କା ଭିତରେ ରହିଛି।

ପଢନ୍ତୁ: ଆଇପିଏଲ୍‌ରୁ ଓହରିଲେ ଷ୍ଟେନ

Related posts

ନିଦହାସ ଟି-ଟ୍ୱେଂଟି ତ୍ରିରାଷ୍ଟ୍ରୀୟ ସିରିଜ : ବାଂଲାଦେଶକୁ ୬ ଓ୍ଵିକେଟରେ ହରାଇଲା ଭାରତ

ENO Beuro

କୋଟିଫ୍‌ କପ୍‌ ଫୁଟ୍‌ବଲ୍‌:ଆର୍ଜେଣ୍ଟିନାକୁ ହରାଇଲା ଭାରତ

ENO Beuro

ପ୍ରଥମ ଟି-୨୦: ଭାରତୀୟ ଦଳ ଆଗରେ ୨୨୦ ରନ୍‌ର ଟାର୍ଗେଟ

ENO Beuro

1 comment

Leave a Comment