SPORTS

ଚେନ୍ନାଇକୁ ୬ ଓ୍ଵିକେଟ୍‌ରେ ହରାଇଲା କୋଲକତା!

କୋଲକାତାକୁ ଜିତାଇଲେ ଶୁଭମନ-କାର୍ତିକ

କୋଲକାତା ନାଇଟ ରାଇଡର୍ସ ଗୁରୁବାର ଚେନ୍ନାଇ ସୁପର କିଙ୍ଗସ୍‌କୁ ଆଇପିଏଲ ୧୧ ସଂସ୍କରଣର ୩୩ ତମ ମୁକାବିଲାରେ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। କୋଲକାତାର ଇଡେନ ଗାର୍ଡେନ ଠାରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୧୭୭ ରନ୍‌ କରିବା ପରେ କୋଲକାତାକୁ ୧୭୮ ରନ୍‌ ଟାର୍ଗେଟ ମିଳିଥିଲା। ଏହାକୁ କୋଲକାତା ୧୭.୪ ଓଭରରେ ପୂରା କରିଥିଲା। କୋଲକାତା ୪ଟି ଓ୍ଵିକେଟ ହରାଇ ୧୮୦ ରନ୍‌ ସଂଗ୍ରହ କରିଥିଲା।

ଟସ୍‌ ଜିତି କଲକାତା ଫିଲ୍‌ଡିଂ ନେବା ପରେ ଚେନ୍ନଇ ସୁପର କିଙ୍ଗ୍‌ସ ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲା। ୫ ଓଭରରେ କେକେଆର୍‌ର ଓପ୍‌ନର ୪୮ ରନ୍‌ ଯୋଗ କରିଥିଲେ। ଓପ୍‌ନର ଫାଫ୍‌ ଡୁ ପ୍ଲେସି ୧୫ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୭ ରନ୍‌କରି ପ୍ରଥମେ ଆଉଟ ହୋଇଥିଲେ। ଅନ୍ୟ ବିଦେଶୀ ଓପ୍‌ନର ସେନ୍‌ ୱାଟ୍‌ସନ ୧୧ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିବା ସହ ସୁରେଶ ରୈନାଙ୍କ ସହ ୨ୟ ୱିକେଟ ପାଇଁ ୪୩ ରନ୍‌ ଯୋଡ଼ିଥିଲେ। ଅଷ୍ଟ୍ରେଲୀୟ ୱାଟ୍‌ସନ ୨୫ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୩୬ ରନ୍‌ କରିଥିଲେ।

ଫର୍ମରେ ଥିବା ବାମହାତି ରୈନା ପୁଣି ଏକ ଭଲ ଇନିଂସ ଖେଳି ୨୬ ବଲ୍‌ରୁ ୪ଟି ଚୌକା ସହ ୩୧ ରନ୍‌ କରିଥିଲେ। ଚଳିତ ଆଇପିଏଲ୍‌ରେ ଅଦ୍ୟାବଧି ସର୍ବାଧିକ ୩୯୧ ରନ୍‌କରି ଅରେଞ୍ଜ୍‌ କ୍ୟାପ୍‌ର ଅଧିକାରୀ ହୋଇଥିବା ଅମ୍ବତି ରାୟୁଡୁ ସେଟ୍‌ ହୋଇ ଆସୁଥିବା ବେଳେ ଆଉଟ ହୋଇ ଯାଇଥିଲେ। ରାୟୁଡୁ ୧୭ ବଲ୍‌ରୁ ୩ଟି ଚୌକା ସହ ୨୧ ରନ୍‌ କରିଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରହାର ଯୋଗୁଁ ଶେଷ ୫ ଓଭରରୁ ଚେନ୍ନଇ ୫୬ ରନ୍‌ ନେଇ ପାରିଥିଲା।

କଲକାତାର ୩ ସ୍ପିନର ପୀୟୂଷ ଚାୱଲା, କୁଲଦୀପ ଯାଦବ ଓ ସୁନୀଲ ନାରାୟଣ ମିଳିତ ଭାବେ ୧୨ ଓଭରରୁ ୮୯ ରନ୍‌ଦେଇ ୫ଟି ୱିକେଟ ନେଇଥିବା ବେଳେ ପେସ୍‌ ବୋଲର ମିଳିତ ଭାବେ ୮ ଓଭରରୁ ୮୪ ରନ୍‌ଦେଇ କୌଣସି ୱିକେଟ ପାଇନଥିଲେ।

ପଢନ୍ତୁ; ଖରାଦିନେ ଶରୀର ସୁସ୍ଥ ରଖିବା ପାଇଁ ପିଅନ୍ତୁ ଏହି ଜୁସ

Related posts

‘ହକି ହି ଜିନ୍ଦେଗୀ’ ପୁସ୍ତକ ଲୋକାର୍ପିତ,ହକିକୁ ଓଡିଶାର ଅବଦାନ ଅନନ୍ୟ

ENO Beuro

ଆରସିବିର ସହକାରୀ କୋଚ ଭାବେ ନିଯୁକ୍ତ ହେଲେ ନେହେରା

ENO Beuro

ଆହତ ପୃଥ୍ବୀ ସ’ପ୍ରଥମ ଟେଷ୍ଟରୁ ବାଦ୍

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More