News

କୋଲକତାରେ ମାଝେରହାଟ ଫ୍ଲାଏଓଭର ଭୁଶୁଡିବା ଘଟଣା:୨ ବର୍ଷ ପୂର୍ବରୁ ମିଳିଥିଲା ସତର୍କ ସୂଚନା

By ENO Beuro

September 06, 2018

କୋଲକତାରେ ମାଝେରହାଟ ଫ୍ଲାଏଓଭର ଭୁଶୁଡ଼ିବା ପରେ ପଶ୍ଚିମ ବଙ୍ଗ ସରକାର ଚେତିଛନ୍ତି। ଏହି ୫୦ ବର୍ଷ ପୁରୁଣା ବ୍ରିଜ୍‍ର ମରାମତି ପାଇଁ ଏକ କମିଟି ଗଠନ କରାଯାଇଛି। କିନ୍ତୁ ବ୍ରିଜ୍‍ର ଦୁର୍ବଳ ସ୍ଥିତି ବିଷୟରେ ପ୍ରାୟ ୨ ବର୍ଷ ପୂର୍ବରୁ ସରକାରୀ ଇଞ୍ଜିନିୟରିଂ ଓ ଉପଦେଷ୍ଟା ସଂସ୍ଥା ରାଇଟ୍‍ସ ପକ୍ଷରୁ ରାଜ୍ୟ ସରକାରଙ୍କୁ ସତର୍କ କରାଯାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଇ ନଥିଲେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ,କୋଲକାତାର ମାଝେରହାଟଠାରେ ମଙ୍ଗଳବାର ଏକ ଫ୍ଲାଏ ଓଭର ଭୂଷୁଡ଼ି ପଡ଼ିଛି। ଏଥିରେ ୬ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଗ୍ନାବଶେଷ ମଧ୍ୟରେ ଅନେକ ଫସି ରହିଥିବା ଆଶଙ୍କା କରାଯାଉଥିବାରୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଫ୍ଲାଏ ଓଭରଟି  ୫୦ ବର୍ଷ ପୁରୁଣା ଥିଲା। ତେବେ ଏହା ହଠାତ ଭୁଷୁଡ଼ିବାର ସଠିକ କାରଣ ଜଣାପଡ଼ିନାହିଁ। ପ୍ରଥମେ ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ କାରଣ ବିଷୟରେ ଯାଞ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ପଢନ୍ତୁ;ତୃତୀୟ ଏସିଆ-ୟୁରୋପ ସମ୍ମିଳନୀରେ ଯୋଗଦେବା ପାଇଁ ସିଓଲ ଗସ୍ତ କଲେ ଶ୍ରୀ ଥାୱରଚାନ୍ଦ ଗେହଲଟ