EnewsOdia.Com

କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରୁ ବାଦ୍‌ ପଡ଼ିଲା ‘ପାଟଣାଗଡ଼’

କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରୁ ବାଦ୍‌ ପଡ଼ିଛି ଚଳଚ୍ଚିତ୍ର ‘ପାଟଣାଗଡ଼’। ପୀଡ଼ିତଙ୍କ ପରିବାରର ଲିଗାଲ ନୋଟିସ୍‌ ପରେ ସ୍କ୍ରିନିଂରୁ ଫିଲ୍ମଟି ବାଦ ପଡିଛି। ସମଗ୍ର ଦେଶରେ ଚର୍ଚ୍ଚା ଓ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବଲାଙ୍ଗିର ପାଟଣାଗଡ଼ ପାର୍ଶଲ ବୋମା ବିସ୍ଫୋରଣ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ପାଟଣାଗଡ଼’ ୨୫ତମ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଥିଲା। ଏହି ଚଳଚ୍ଚିତ୍ର ମହୋତ୍ସବ ଆସନ୍ତା ନଭେମ୍ବର ୮ରୁ ୧୫ ତାରିଖ ପର୍ଯ୍ୟନ୍ତ କୋଲକାତାଠାରେ ଆୟୋଜିତ ହେବ।

ଉଲ୍ଲେଖଯୋଗ୍ୟ, ୨୦୧୮ ଫେବ୍ରୁଆରି ୨୩ ତାରିଖରେ ସଦ୍ୟ ବିବାହିତ ସୌମ୍ୟ ଶେଖର ତାଙ୍କ ଘରକୁ କୋରିୟରରେ ଆସିଥିବା ଏକ ପାର୍ଶଲକୁ ଖୋଲୁଥିବା ବେଳେ ସେଥିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା।  ପରିବାରବର୍ଗ ଦର୍ଶାଇଥିଲେ ଥିଲେ ଯେ ଏହି ଚଳଚ୍ଚିତ୍ରର ନିର୍ମାଣ ବାବଦରେ ପ୍ରଯୋଜକ କିମ୍ବା ନିର୍ଦ୍ଦେଶକ କେହି ହେଲେ ସେମାନଙ୍କୁ ଅବଗତ କରାଇ ନାହାନ୍ତି। ଏଥିସହ ଚଳଚ୍ଚିତ୍ରରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଷଡ଼୍‍ଯନ୍ତ୍ରକାରୀ ପୁଞ୍ଜିଲାଲ ମେହେରଙ୍କୁ ‘ହିରୋ’ କରି ଦର୍ଶାଯାଇଥିବାରୁ ଏହା ସମାଜ ଉପରେ ଖରାପ ପ୍ରଭାବ ପକାଇବ।

ପଢନ୍ତୁ: ଆମେରିକା ଜାରି କଲା ବାଗଦାଦି ଆକ୍ରମଣର ଭିଡିଓ

ସମ୍ବନ୍ଧିତ ଖବର

ଆଉ ଥରେ ରିଲିଜ ହେବ ଅଂରେଜୀ ମିଡିୟମ

Ratnamani Maharana

ହାତ ଧୋଇବା ଭିଡିଓ ଶେୟାର କରି ଟ୍ରୋଲ୍ ହେଲେ ନୁସରତ୍‌ ଜାହାନ୍‌

Ratnamani Maharana

କରୋନା ନେଇ ପ୍ରଶଂସକଙ୍କୁ ସଚେତନ କଲେ ବିଗ୍ ବି; କହିଲେ, ‘ନା’ ବାବା ନା, ଏବେ ନୁହେଁ ଜଲସା’

Ratnamani Maharana

ଡ୍ୟାନିଙ୍କ ଜୀବନସାଥୀ ହେଲେ ଝିଲିକ୍‌

Ratnamani Maharana

ଆରପାରିରେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି

Ratnamani Maharana

ଅର୍ଦ୍ଦେନ୍ଦୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ପଲ୍ଲବୀ

Ratnamani Maharana