SPORTS

ଦ୍ଵିତୀୟ କ୍ଵାଲିଫାୟରରେ କୋଲକାତା ନାଇଟ ରାଇଡର୍ସ !

ରାଜସ୍ଥାନ ରୟାଲ୍ସକୁ ୨୫ ରନରେ ହରାଇଲା ନାଇଟ ରାଇଡ଼ର୍ସ

ଆଇପିଏଲ୍‍-୧୧ରେ ୨ୟ କ୍ୱାଲିଫାୟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି କଲକାତା ନାଇଟ ରାଇଡର୍ସ (କେକେଆର୍‍) । ଇଡେନ ଗାର୍ଡେନରେ ଖେଳାଯାଇଥିବା ଆଇପିଏଲ ୨୦୧୮ର ଏଲିମିନେଟର ମୁକାବିଲାରେ ଘରୋଇ କୋଲକାତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୨୫ ରନରେ ପରାସ୍ତ କରିଛି । କୋଲକାତା ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ପରାସ୍ତ ହୋଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଏହି ମ୍ୟାଚ୍‌ର ବିଜେତା ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ଭେଟିବ ।

ରାଜସ୍ଥାନ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ କୋଲକାତାର ଦୁଇ ଓପନର ନାୟର ଏବଂ ଲିନ୍‌ ଫିଲ୍ଡକୁ ଓହ୍ଲାଇ ଥିଲେ । ହେଲେ ଦଳକୁ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ହୋମ୍‌ ଫିଲ୍ଡରେ ନାୟରଙ୍କ ବ୍ୟାଟ୍‌ ଚାଲି ନଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ଦିନେଶ କାର୍ତ୍ତିକ(୫୨) ଓ ରସେଲ(୪୯) ରନ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୬୯ ରନ କରିଥିଲା । ଜବାବରେ ରାଜସ୍ଥାନ ରୟାଲ୍ସ ବ୍ୟାଟସମ୍ୟାନଙ୍କ ବିଫଳତା କାରଣରୁ ୪ ଓ୍ଵିକେଟ୍ ହରାଇ ୧୪୪ ରନ କରିବାକୁ ସକ୍ଷମ ହୋଇଥିଲା । କୋଲକାତା ପକ୍ଷରୁ ପିୟୁଷ ଚାଓ୍ଵାଲ ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଥିଲେ ।

୧୭୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ରାଜସ୍ଥାନର ଆରମ୍ଭ ଭଲ ହୋଇଥିଲା । ଅଧିନାୟକ ଆଜିଙ୍କ୍ୟା ରାହାଣେ ୪୧ ବଲ ଖେଳି ୪ ଚୌକା ଓ ଗୋଟିଏ ଛକା ସହାୟତାରେ ୪୬ ରନ୍‌ ଏବଂ ରାହୁଲ ତ୍ରିପାଠୀ ୧୩ ବଲ୍‌ର ସମ୍ମୁଖୀନ ହୋଇ ଗୋଟିଏ ଚୌକା ଓ ୨ଟି ଛକା ସହାୟତାରେ ୨୦ ରନ୍‌ କରିଥିଲେ । ସଞ୍ଜୁ ସାମ୍‌ସନ ୩୮ ବଲ୍‌ରୁ ୪ ଚୌକା ଓ ୨ ଛକା ବଳରେ ୫୦ ରନ୍‌ କରିଥିଲେ । ହେଲେ ଏହା ଦଳକୁ ବିଜୟ କରାଇବାକୁ ଯଥେଷ୍ଟ ହୋଇ ନଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରା ୧୪୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା ।

କୋଲ୍‌କାତା ନାଇଟ୍‌ ରାଇଡର୍ସ ୨୦ ଓଭରରେ ୧୬୯/୭ (ଦୀନେଶ କାର୍ତିକ ୫୨, ଆନ୍ଦ୍ରେ ରସେଲ ୪୯*, ଶୁଭମନ ଗିଲ ୨୮, କୃଷ୍ଣପ୍ପା ଗୌତମ ୨/୧୫, ଜୋଫ୍ରା ଆର୍ଚର ୨/୩୩) ।

ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୪୪/୪ (ସଞ୍ଜୁ ସାମସନ୍‌ ୫୦, ଅଜିଙ୍କ୍ୟ ରାହାଣେ ୪୬, ରାହୁଲ ତ୍ରିପାଠୀ ୨୦, ପୀୟୂଷ ଚାଓ୍ଵଲା ୨/୨୪, କୁଲଦୀପ ଯାଦବ ୧/୧୮) ।

ଦ୍ଵିତୀୟ କ୍ଵାଲିଫାୟରରେ କୋଲକାତା ନାଇଟ ରାଇଡର୍ସ ! kolkata 1
ପଢନ୍ତୁ ;

କର୍କଟ ରୋଗରୁ ରକ୍ଷା ଦେଇଥାଏ ପିଆଜ! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ

Related posts

ୟୁଏସ୍‌ ଓପନ୍‌: ଜୋକୋଭିକ୍‌ଙ୍କୁ ୧୪ତମ ଗ୍ରାଣ୍ଡସ୍ଲାମ

Krishna Kumar Manoj

ଜୁନିଅର ବିଶ୍ୱକପ : ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

Krishna Kumar Manoj

ଗାଙ୍ଗୁଲି କହିଲେ: କାସ ୨୦୦୩ ବିଶ୍ଵ କପରେ ଧୋନୀ ମୋ ଦଳରେ ଥାଆନ୍ତେ !

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More