ଆଇପିଏଲର ତୃତୀୟ ମ୍ୟାଚରେ କୋଲକାତାର ସହଜ ବିଜୟ

ବେଙ୍ଗାଲୁରୁ ବିପକ୍ଷରେ କୋଲକାତାର ୪ ୱିକେଟରେ ବିଶାଳ ବିଜୟ

ଇଣ୍ଡିଆନ ପ୍ରିମିୟର ଲିଗର ୩ୟ ମ୍ୟାଚରେ ରବିବାର ରୋୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ କୋଲକାତା ନାଇଟ ରାଇଡରର୍ସ ୪ ୱିକେଟରେ ବିଜୟୀ ହୋଇଛି । କୋଲକାତା  ରୋୟାଲ ଚ୍ୟାଲେଞ୍ଜର୍ସକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ଇଡେନ ଗାର୍ଡେନ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ୍‌ ଜିତି କୋଲକାତା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା ।

୨୦ ଓଭରରେ ୭ଟି ୱିକେଟ ୧୭୬ ରନ ସଂଗ୍ରହ କରିବା ପରେ କୋଲକାତାକୁ ୧୭୭ ରନ ବିଜୟ ଟାର୍ଗେଟ ମିଳିଥିଲା । କୋଲକାତା ଏହାକୁ ୧୮.୫ ଓଭରରେ ୬ ୱିକେଟ ହରାଇ ହାସଲ କରିନେଇଥିଲା ।

କୋଲକାତାର ଓପନର ସୁନୀଲ ନରେନ ୧୯ଟି ବଲ ଖେଳି ୪ଟି ଚୌକା ଓ ୫ଟି ଛକା ବଳରେ ୫୦ ରନ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେହିଭଳି ଅଧିନାୟକ ଦିନେଶ କାର୍ତ୍ତିକ ୨୯ଟି ବଲ ଖେଳି ଅପରାଜିତ ୩୫ ରନ ଯୋଡ଼ିଥିଲେ । ସୁନୀଲଙ୍କ ସହିତ କ୍ରିସ ଲିନ ଓପନିଂ କରିଥିଲେ । ମାତ୍ର ୫ରନ ସଂଗ୍ରହ କରି ବେଙ୍ଗାଲୁର ଟିମର ବୋଲର କ୍ରିସ ଲିନଙ୍କ ଶିକାର ହୋଇଥିଲେ ଲିନ ।

ଦଳର ସ୍କୋର ୬୯ ରନ ଥବା ବେଳେ ଉମେଶ ଯାଦବଙ୍କ ଦ୍ୱାରା ନରେନ ଆଉଟ ହୋଇ ପାଭଲିଅନକୁ ଫେରିଥିଲେ । ଉପ-ଅଧିନାୟକ ରୋବିନ ଉଥପା(୧୩)କୁ ମଧ୍ୟ ଉମେଶ ଆଉଟ କରିଥିଲେ । ଉମେଶ ସ୍କୋର ୮୩ ଥିବା ବେଳେ ଆଉଟ ହୋଇଥିଲେ । ସେହିଭଳି ନୀତିଶ ରାଣା ୩୪ ରନ୍ ସଂଗ୍ରହ କରି ଦଳର ଲକ୍ଷ୍ୟକୁ ଆଗକୁ ନେଇ ଥିଲେ । ଅଫ ସ୍ପିନର ୱାସିଙ୍ଗଟନ ସୁନ୍ଦରଙ୍କ ବଲରେ ସେ ଆଉଟ ହୋଇଥିଲେ । ଏହା ପରେ ପଡ଼ିଆକୁ ଆସିଥିଲେ କାର୍ତ୍ତିକ । ସେ ୨୯ଟି ବଲ ସମ୍ମୁଖୀନ ହୋଇ ୪ଟି ଚୌକା ମାରିଥିଲେ ।

ପଢନ୍ତୁ ;

ଖରାଦିନେ କେଉଁ ସବୁ ପରିବାଠୁ ଦୂରେଇ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ ଜାଣନ୍ତୁ

ଇଡେନ ଗାର୍ଡେନ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ୍‌ ଜିତି କୋଲକାତା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା - 91%

91%

ଇଣ୍ଡିଆନ ପ୍ରିମିୟର ଲିଗର ୩ୟ ମ୍ୟାଚରେ ରବିବାର ରୋୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ କୋଲକାତା ନାଇଟ ରାଇଡରର୍ସ ୪ ୱିକେଟରେ ବିଜୟୀ ହୋଇଛି - 88%

88%
89.5%

Very Good!

ଆଇପିଏଲର ତୃତୀୟ ମ୍ୟାଚରେ କୋଲକାତାର ସହଜ ବିଜୟ

ଇଣ୍ଡିଆନ ପ୍ରିମିୟର ଲିଗର ୩ୟ ମ୍ୟାଚରେ ରବିବାର ରୋୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ କୋଲକାତା ନାଇଟ ରାଇଡରର୍ସ ୪ ୱିକେଟରେ ବିଜୟୀ ହୋଇଛି । କୋଲକାତା  ରୋୟାଲ ଚ୍ୟାଲେଞ୍ଜର୍ସକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ଇଡେନ ଗାର୍ଡେନ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ୍‌ ଜିତି କୋଲକାତା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା ।

No Votes Yet

You're not rated yet