SPORTS

କେକେଆର ଆଗରେ ହାରିଲା କିଙ୍ଗ ଇଲେଭେନ ପଞ୍ଜାବ

ପଞ୍ଜାବକୁ ୨୧୯ ରନର ବଡ଼ ଟାର୍ଗେଟ ଦେଲା କେକେଆର

ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦରାବାଦକୁ 6 ୱିକେଟରେ ହରାଇଥିବା ନାଇଟ  ରାଇଡର୍ସ  ଆଜି ଅନୁଷ୍ଠିତ ଏକ ରୋମାଞ୍ଚକର ମୁକାବିଲରେ କିଂଶ ଏକାଦଶ ପଞ୍ଜାବକୁ ୨୮ ରନରେ ହରାଇଛି। ଘରୋଇ ଗ୍ରାଉଣ୍ଡରେ କ୍ରମାଗତ ଦୁତୀୟ ମ୍ୟାଚ  ଜିତିଛି। ମ୍ୟାଚରେ ଟସ ଜିତି ପ୍ରଥମେ କିଙ୍ଗସ ଏକାଦଶ ପ୍ରଥମେ ଫିଲଡିଙ୍ଗ କରିବାକୁ ନିଷ୍ପତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୨୧୮ରନ୍‌  ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରବିନ ଉଥାପା ସର୍ବାଧିକ ୬୭ ରନ୍ କରିଥିବା ବେଳେ ନୀତିଶ ରାଣା ସର୍ବାଧିକ ୬୩ ରନ୍ କରିଥିଲେ।

ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରଓ୍ୱାଲ ୫୮ ରନ୍ ଓ ଡେଭିଡ ମିଲର ୫୯ ରନ ସ୍କୋର କରିଥିଲେ। ରସେଲ ବ୍ୟାଟିଂ ପରେ ବୋଲିଂର ମଧ୍ୟ କମାଲ ଦେଖାଇଥିଲେ। ସେ ୩ ଓଭର ବୋଲିଂ ୨ ଓ୍ୱିକେଟ ଅକ୍ତିଆର କରିଥିଲେ।୨୧୯ ରନର ବିଶାଳ ସ୍କୋରକୁ ପିଛା କରୁଥିବା ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୧୯୦ ରନ୍‌  କରିଥିଲା ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ରସେଲଙ୍କୁ  ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା।
ପଢନ୍ତୁ: ଚେନ୍ନାଇ ସୁପର କିଙ୍ଗସର ଦ୍ଵିତୀୟ ବିଜୟ: ଦିଲ୍ଲୀକୁ ୬ ଉଇକେଟରେ ହରାଇଲା

Related posts

ଭାରତକୁ ନିଦାହାସ ଟ୍ରଫି: ବାଂଲାଦେଶକୁ ୪ ଓ୍ଵିକେଟ୍‌ରେ ହରାଇଲା ଭାରତ

ENO Beuro

ସିରିଜ୍ ବରାବର: ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇଲା ଭାରତ

ENO Beuro

ମହିଳା ହକି ବିଶ୍ୱକପ୍‌:୪୦ ବର୍ଷ ପରେ କ୍ୱାର୍ଟରରେ ଭାରତ

ENO Beuro

Leave a Comment