EnewsOdia.Com

୬ ଲେନ୍‌ ବିଶିଷ୍ଟ ହେବ କୋଣାର୍କ-ଚନ୍ଦ୍ରଭାଗା ରାସ୍ତା

ଓଡ଼ିଶା ପର୍ଯ୍ୟଟନର ସ୍ବର୍ଣ୍ଣ ତ୍ରିଭୁଜ କୋଣାର୍କ, ପୁରୀ ଓ ଭୁବନେଶ୍ବରର ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା ହାତକୁ ନିଆଯାଇଛି। ସଂପ୍ରତି ପୁରୀ, ଭୁବନେଶ୍ବରର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ନିକଟ ଭବିଷ୍ୟତରେ କୋଣାର୍କର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏ ନେଇ ପ୍ରଥମ ପର୍ଯ୍ୟାୟରେ ଜମି ଚିହ୍ନଟ ପ୍ରକ୍ରିୟା ସରିଥିବା ସମୟରେ ଏବେ ପ୍ରଶସ୍ତ ରାସ୍ତା ପାଇଁ ମାପଚୁପ ଆରମ୍ଭ ହୋଇଛି। ଏହି ରାସ୍ତା ପାଇଁ ଖୁବ୍‌ଶୀଘ୍ର ଟେଣ୍ଡର୍‌ ପ୍ରକ୍ରିୟା ସରିବା ପରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।

ଅର୍କକ୍ଷେତ୍ର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ପ୍ରଥମ କାର୍ଯ୍ୟ ଭାବେ କୋଣାର୍କ-କାକଟପୁର ରାସ୍ତାରୁ ରିଙ୍ଗରୋଡ୍‌ର ଲାବଣ୍ୟ ଛକ ‌ଦେଇ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ୬ ଲେନ୍‌ ବିଶିଷ୍ଟ କରାଯିବ। ଏହି ରାସ୍ତାର ଓସାର ୪୧ ମିଟର ରହିବ। ଏଥିପାଇଁ ୨୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।  ୪୧ ମିଟର ଚଉଡ଼ାରେ ୬ ଲେନ୍‌ ବିଶିଷ୍ଟ ହେବାକୁ ଥିବା ଏହି ରାସ୍ତା ପାର୍ଶ୍ବରେ ୨.୫ ମିଟର ଓସାରର ସାଇକେଲ୍‌ ଚଳାଇବା ରାସ୍ତା, ପାଦଚଲା ରାସ୍ତା ଓ ୪.୫ ମିଟର ଚଉଡ଼ାରେ ଡ୍ରେନ୍‌ ରହିବ। ରାସ୍ତାର ଡିଭାଇଡର୍‌ରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଘାସ ଗାଲିଚା ଓ ଫୁଲଗଛ ଲଗାଯିବ ବୋଲି ପ୍ରସ୍ତାବିତ ନକ୍ସାରୁ ସୂଚନା ମିଳିଛି।

ପଢନ୍ତୁ: ମାଟ୍ରିକ ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା

ସମ୍ବନ୍ଧିତ ଖବର

ନବୀନ ନିବାସ ଆଗରେ ସୁରଙ୍କ ଆତ୍ମାହୂତୀ ଧମକ

Ratnamani Maharana

ପୁଣିଥରେ ‘ମୃତ୍ୟୁ ପରଓ୍ଵାନା’ ଉପରେ ରହିତାଦେଶ ଜାରି ପାଇଁ ଅପରାଧୀ ଅକ୍ଷୟ ହେଲା କୋର୍ଟଙ୍କ ଦ୍ୱାରସ୍ଥ

Ratnamani Maharana

ପାକିସ୍ତାନୀ ଅପପ୍ରଚାରକାରୀଙ୍କ ଗୁମର ଖୋଲିଲେ ୟୁରୋପୀୟ ପ୍ରତିନିଧି

Ratnamani Maharana

ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ

Ratnamani Maharana

ଡଷ୍ଟବିନ୍‌ରେ ମହାପ୍ରଭୁଙ୍କ ମହାପ୍ରସାଦ, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ

Ratnamani Maharana

ରାଜଧାନୀରେ ଆରମ୍ଭ ହେଲା ‘ମୁଁ ସିଟି ସେଭିୟର୍’ ଆପ୍

Ratnamani Maharana