• Home
  • News
  • ଡିସେମ୍ବର ୧ରୁ ସୂର୍ଯ୍ୟ ମନ୍ଦିର ନିକଟସ୍ଥ ମୁକ୍ତାକାଶ ରଙ୍ଗମଞ୍ଚରେ ଆନ୍ତର୍ଜାତିକ କୋଣାର୍କ ଉତ୍ସବ
News

ଡିସେମ୍ବର ୧ରୁ ସୂର୍ଯ୍ୟ ମନ୍ଦିର ନିକଟସ୍ଥ ମୁକ୍ତାକାଶ ରଙ୍ଗମଞ୍ଚରେ ଆନ୍ତର୍ଜାତିକ କୋଣାର୍କ ଉତ୍ସବ

ଆସନ୍ତା ଡିସେମ୍ବର ୧ ତାରିଖ ଠାରୁ ଆନ୍ତର୍ଜାତିକ କୋଣାର୍କ ଉତ୍ସବ ଆୟୋଜିତ ହେବ । କୋଣାର୍କ ସୂର୍ଯ୍ୟମନ୍ଦିର ନିକଟସ୍ଥ ମୁକ୍ତାକାଶ ରଙ୍ଗ ମଞ୍ଚରେ ଆୟୋଜିତ ହେବାକୁ ଯାଉଛି ଏହି ଉତ୍ସବ । ୧୯୮୬ ମସିହା ଠାରୁ ଏହି ଉତ୍ସବ ନିୟମିତ ଭାବେ ଆୟୋଜିତ ହୋଇ ଆସୁଛି । ସୂର୍ଯ୍ୟମନ୍ଦିରର ପ୍ରଚାର ସାଙ୍ଗକୁ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବିଭବକୁ ସାରା ବିଶ୍ଵର ଦୃଷ୍ଟି ଆକର୍ଷଣ କରିବା ଦିଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ପ୍ରଥମ ଥର ପାଇଁ ଚନ୍ଦ୍ରଭାଗାର ବେଳାଭୂମିରେ ପ୍ରତିଷ୍ଠିତ ବାଲୁକା ଶିଳ୍ପୀମାନଙ୍କୁ ନେଇ ବାଲୁକା କଳା ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଉଛି । ଯାହାକି ଘରୋଇ ତଥା ବିଦେଶୀ ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷିତ କରାଇବ ।

ଉତ୍ସବର ଆୟୋଜନ ପାଇଁ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରକ୍ରିୟା ଆରମ୍ଭ କରିଦେଇଥିବା ଜଣାପଡ଼ିଛି । ଓଡ଼ିଶୀ, କଥକ, କୁଚୁପୁଡ଼ି ଭଳି ଶାସ୍ତ୍ରୀୟ ନୃତ୍ୟର ବହୁ ପ୍ରମୁଖ ଅନୁଷ୍ଠାନ ଏଥିରେ ଭାଗ ନେଉଥିବା ଜଣାଯାଇଛି । ଉତ୍ସବର ପ୍ରଥମ ଦିନରେ ଭୁବନେଶ୍ୱରର ନୁପୁର ଡ୍ୟାନ୍ସ ଏକାଡ଼େମୀ, ମାଲେସିଆର ଦ ଟେମ୍ପୁଲ ଅଫ୍ ଫାଇନ ଆର୍ଟର କଳାକାରମାନେ ଓଡ଼ିଶୀ ନୃତ୍ୟ ଓ ଭାରତ ନାଟ୍ୟମ ପ୍ରଦର୍ଶନ କରିବେ । ଚଳିତବର୍ଷ ମାଲେସିଆର ସୂତ୍ର ଫାଉଣ୍ଡେସନ, ମଣିପୁରୀ ନର୍ତ୍ତନାଳୟ, ଡୋନାଗାଙ୍ଗୁଲି ଆଣ୍ଡ ଗୃପ୍ ଏବଂ ଅଭିନବ ଡ଼୍ୟାନ୍ସ କମ୍ପାନୀର କଳାକାରମାନେ ଭାଗ ନେଉଛନ୍ତି ।

ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସାଇକ୍ଲୋଥନ୍ ଗଣ ଦୌଡ଼ ଓ ପୁସ୍ତକ ମେଳା ଭଳି କାର୍ଯ୍ୟକ୍ରମମାନ ମଧ୍ୟ ରଖାଯାଇଛି ।କୋଣାର୍କର ଆନ୍ତର୍ଜାତୀକ ଉତ୍ସବର ଆୟୋଜନକୁ ସଫଳ କରିବା ପାଇଁ  ପ୍ରଥମ ପ୍ରସ୍ତୁତି ବୈଠକରେ ଆଇନଶୃଙ୍ଖଳା, ବିଦ୍ୟୁତ,ପାଣି ଓ ଅନ୍ୟାନ ପ୍ରମୁଖ ପ୍ରସଙ୍ଗ ଗୁଡ଼ିକ ଉପରେ ନିଷ୍ପତ୍ତି ନିଆଯାଇଛି ।

ଡିସେମ୍ବର ୧ରୁ ସୂର୍ଯ୍ୟ ମନ୍ଦିର ନିକଟସ୍ଥ ମୁକ୍ତାକାଶ ରଙ୍ଗମଞ୍ଚରେ ଆନ୍ତର୍ଜାତିକ କୋଣାର୍କ ଉତ୍ସବ  ଡିସେମ୍ବର ୧ରୁ ସୂର୍ଯ୍ୟ ମନ୍ଦିର ନିକଟସ୍ଥ ମୁକ୍ତାକାଶ ରଙ୍ଗମଞ୍ଚରେ ଆନ୍ତର୍ଜାତିକ କୋଣାର୍କ ଉତ୍ସବ

ପଢନ୍ତୁ, ଆଜି ଆଦିବାସୀ ଜନନାୟକ ମହାବିପ୍ଲବୀ ବିର୍ସା ମୁଣ୍ଡା ଙ୍କ ପବିତ୍ର ଜନ୍ମଦିବସ

Related posts

ଡ୍ରାଇଭିଙ୍ଗ ଲାଇସେନ୍ସ ସହିତ ଆଧାର ନମ୍ବର ଯୋଡ଼ାଯିବ – କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ

Krishna Kumar Manoj

ପ୍ରଧାନମନ୍ତ୍ରୀଙ୍କ ଉପରକୁ କେମିକାଲ୍‌ ଆଟାକ୍‌ର ଧମକ,ଅଭିଯୁକ୍ତ ମୁମ୍ବାଇରୁ ଗିରଫ

Krishna Kumar Manoj

ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତିକ୍ଷାର ଅନ୍ତ : ସମ୍ବଲପୁର ଦେଇ ଗଡ଼ିଲା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More