News

କୋରାପୁଟର ମିତାଲି ମଧୁସ୍ମିତା ଉତ୍ତରାଖଣ୍ଡରେ ଟପ୍ପର ହୋଇ ସ୍ୱର୍ଣ୍ଣପଦକ ଜିତିଛନ୍ତି

କୋରାପୁଟ ଜିଲ୍ଲାର ଜଣେ ପାନ ଦୋକାନୀଙ୍କ ଝିଅ ମିତାଲି ମଧୁସ୍ମିତା ଉତ୍ତରାଖଣ୍ଡରେ ବାଣିଜ୍ୟ ସ୍ନାତକରେ ଟପ୍ପର ହୋଇ କେବଳ ଜିଲ୍ଲା ନୁହେଁ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି । ଉତ୍ତରାଖଣ୍ଡ ରାଜ୍ୟପାଳ କୃଷ୍ଣକାନ୍ତ ଝିଅଟିକୁ ସ୍ୱର୍ଣ୍ଣପଦକ ଦେଇ ସମ୍ମାନୀତ କରିଛନ୍ତି । କୋରାପୁଟ ଜିଲ୍ଲା ସୁଙ୍କିର ଧୁନଚନ୍ଦ୍ର ସାହୁ ପେଷାରେ ଜଣେ ପାନ ଦୋକାନୀ । ଗାଁରେ ଏକ ପାନଦୋକାନ କରି ଧୁନଚନ୍ଦ୍ର ସାହୁ ପରିବାର ପ୍ରତିପୋଷଣ କରିଥାନ୍ତି । ବଡ଼ ଝିଅ ମିତାଲି ମଧୁସ୍ମିତା ଉତ୍ତରାଖଣ୍ଡର ହାଲଦୁଆନି ମୁକ୍ତ ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ବାଣିଜ୍ୟରେ ପଢୁଥିଲେ । ମିତଳି ହରିଦ୍ୱାରରେ ରହୁଥିବା ନିଜ ମାମୁଁ ଦିଲ୍ଲୀପ କୁମାର ସାହୁଙ୍କ ନିକଟରେ ରହି ପଢୁଥିଲେ ।

ମିତାଲି ମଧୁମିତା ସୁଙ୍କି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଆରମ୍ଭ କରିବା ପାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ । ଉଚ୍ଚ ଶିକ୍ଷା ପାଇଁ ଉତ୍ତରାଖଣ୍ଡରେ ରହିଥିବା ନିଜ ମାମୁଁଙ୍କ ପାଖରେ ରହି ପଢିଥିଲେ ଏବଂ ସେଠାରେ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି । ଅଳ୍ପ ବିକଶିତ ଛୋଟ ଏକ ଗାଁର ପାନ ଦୋକାନୀର ଝିଅ ଓଡ଼ିଶା ଆନ୍ଧ୍ର ଓ ଉତ୍ତରାଖଣ୍ଡରେ ନିଜ ପ୍ରତିଭା ପ୍ରଦର୍ଶିତ କରାଇଥିବାରୁ ତାଙ୍କ ବାପା ମାଙ୍କ ସମେତ ସୁଙ୍କିର ସମସ୍ତ  ଗର୍ବିତ ।

କୋରାପୁଟର ମିତାଲି ମଧୁସ୍ମିତା ଉତ୍ତରାଖଣ୍ଡରେ ଟପ୍ପର ହୋଇ ସ୍ୱର୍ଣ୍ଣପଦକ ଜିତିଛନ୍ତି   କୋରାପୁଟର ମିତାଲି ମଧୁସ୍ମିତା ଉତ୍ତରାଖଣ୍ଡରେ ଟପ୍ପର ହୋଇ ସ୍ୱର୍ଣ୍ଣପଦକ ଜିତିଛନ୍ତି

ପଢନ୍ତୁ, ଭାରତର ରାଜଧାନୀ ଦିଲ୍ଲୀକୁ ନେଇ କେଜ୍ରିଓ୍ଵାଲ୍‌ ଉପସ୍ଥାପନ କରିଛନ୍ତି ବିଚିତ୍ର ପ୍ରଶ୍ନ

Related posts

ଜୟଦେବ ବାଟିକା:ପ୍ରେମିକା ଓଢଣିରେ ଝୁଲି ପଡି ଆତ୍ମହତ୍ୟା କଲେ ପ୍ରେମିକ

ENO Beuro

ବିଗତ ଦିନର ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ସ୍ମୃତି ଇରାନି ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ENO Beuro

୨୦୧୯ ମାର୍ଚ୍ଚ ସୁଧା ସବୁ ଘରକୁ ବିଜୁଳି – ମୋଦୀଙ୍କ ସୌଭାଗ୍ୟ ଯୋଜନା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More