News

ବିବାଦୀୟ କୋଟିଆବାସୀ ଦୁଇଟି ରାଜ୍ୟ ପାଇଁ ଦେଲେ ଭୋଟ

କୋରାପୁଟ  ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୨୧ଟି ଗାଁ ଓ ୭ଟି ପଡାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି। ବିବାଦୀୟ ମଧ୍ୟରେ ଛନ୍ଧି ହୋଇରହିଥିବା କୋଟିଆବାସୀ କାହାର ହେବେ ଏଯାଏଁ ମନ ସ୍ଥିର କରିପାରି ନାହାନ୍ତି। ତେବେ ଏହି ଅଞ୍ଚଳର ଲୋକେ ଗୋଟିଏ ଦିନରେ ଦୁଇଥର  ଅର୍ଥାତ ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶ ପାଇଁ ଦେଇଛନ୍ତି ଭୋଟ । ଏହି ଘଟଣାରୁ କୋଟିଆ ବାସୀଙ୍କର ଦୁଇ ରାଜ୍ୟ ପ୍ରତି ପ୍ରୀତି ପ୍ରତିଫଳିତ ହୋଇଛି।

କୋଟିଆର ଏହି ଗ୍ରାମ ଗୁଡିକ ଓଡ଼ିଶାର ପଟାଙ୍ଗୀ ବିଧାନସଭା  ନିର୍ବାଚନମଣ୍ଡଳୀରେ ରହିଥିଲାବେଳେ ଆନ୍ଧ୍ରର ସାଲୁର ବିଧାନସଭା  ନିର୍ବ‌ାଚନ ମଣ୍ଡଳୀରେ ରହିଛି। କୋଟିଆର ଗ୍ରାମ ପୁଞ୍ଜର ଭୋଟରଙ୍କ ନିମନ୍ତେ ଓଡ଼ିଶା ପକ୍ଷରୁ କୋଟିଆ, ଫଗୁଣ ସିନେରୀ, ମାଡକାର, ରଣାସିଂହ, ଗଂଜେଇ ପଦରରେ ଗୋଟିଏ ଲେଖାଏଁ ବୁଥ୍‌ କରାଯାଇଥିଲା। ଲୋକମାନେ କାଲି ସକାଳୁ ସେଠାରେ ଭୋଟ ଦେଇଥିଲେ। ସେହିପରି ଆନ୍ଧ୍ର ପକ୍ଷରୁ ନେରେଡିବାଲସାରେ ଏକ ବୁଥ କରାଯାଇଥିଲା।
ପଢନ୍ତୁ:

Related posts

ଶତ୍ରୁକୁ ସାମ୍ନା କରିବାକୁ ଭାରତୀୟ ନୌସେନାରେ ସାମିଲ ହେବ : ‘କରଂଜ’

ENO Beuro

ଓଡ଼ିଆ ଆଥଲେଟ ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କ

Ratnamani Moharana

ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ପାଇପ୍ ଲାଇନରୁ ଉଦ୍ଧାର ହେଲେ ପ୍ରାଣକୃଷ୍ଣ !

ENO Beuro

Leave a Comment