News

ପରଲୋକରେ ରାଜ କପୁରଙ୍କ ପତ୍ନୀ କୃଷ୍ଣା ରାଜ କପୁର

କପୁର ବଂଶର ସବୁଠାରୁ ପୁରୁଣା ସଦସ୍ୟ ତଥା ଅଭିନେତା ରାଜ କୁପରଙ୍କ ପତ୍ନୀ କୃଷ୍ଣା ରାଜ କପୁରଙ୍କର ସୋମବାର ୮୭ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସକାଳ ୫ଟାରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ୧୯୪୬ରେ ରାଜ କପୁରଙ୍କୁ ସେ ବିବାହ କରିଥିଲେ। ତାଙ୍କର ପ୍ରକୃତ ନାମ କୃଷ୍ଣା ମାଲହୋତ୍ରା ଥିଲା। ମୃତ୍ୟୁ ଶଯ୍ୟା ପାଖରେ ତାଙ୍କର ତିନି ପୁତ୍ର ରଣଧୀର କପୁର, ଋଷି କପୁର ଏବଂ ରାଜୀବ କପୁର ତଥା ଦୁଇ ଝିଅ ଋତୁ ଓ ରିମା ଉପସ୍ଥିତ ଥିଲେ। ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି।

krishna [object object] ପରଲୋକରେ ରାଜ କପୁରଙ୍କ ପତ୍ନୀ କୃଷ୍ଣା ରାଜ କପୁର krishna

ଏହି ଦୁଃଖଦ ଘଟଣାକୁ ଅଭିନେତ୍ରୀ ରବୀନା ଟଣ୍ଡନ ଟ୍ବିଟରରେ ଏକ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି । ସେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି କି ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ନିଧନ, କୃଷ୍ଣାରାଜ କପୁର । ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତି । ଓମ ଶାନ୍ତି।

ଭାରତୀୟ ଚଳଚ୍ଚିତ୍ର ଜଗତର ଗୋଟିଏ ଯୁଗର ପ୍ରତ୍ୟକ୍ଷଦର୍ଶୀ କ୍ରୀଷ୍ଣା ରାଜ କପୁରଙ୍କର ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

ପଢନ୍ତୁ; ଇଣ୍ଡୋନେସିଆରେ ଭୂକମ୍ପ-ସୁନାମି: ମୃତ୍ୟୁ ସଂଖ୍ୟା ୮୩୨

Related posts

ମେ’ ୨୧ରୁ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ!

୨୦୧୫ ଦଙ୍ଗା ମାମଲା: ହାର୍ଦ୍ଦିକ୍‌ ପଟେଲ ଦୋଷୀ ସାବ୍ୟସ୍ତ,୨ ବର୍ଷ ଜେଲ

Krishna Kumar Manoj

ଅଧା ଓଡିଶାରେ ଆଜି ଢାଳିବ,୧୬ଟି ଜିଲ୍ଲାରେ ସ୍ଥିତି ଗମ୍ଭୀର ହୋଇପାରେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More