News

ଆରପାରିରେ ଜ୍ଞାନପୀଠ ବିଜୟିନୀ ସାହିତ୍ୟିକା କୃଷ୍ଣା ସୋବତୀ

krishna

ହିନ୍ଦୀ ସାହିତ୍ୟର ପ୍ରସିଦ୍ଧ ଲେଖିକା ଜ୍ଞାନପୀଠ ବିଜେତା କୃଷ୍ଣ ସୋବତୀଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ୨୦୧୭ରେ ୯୦ ବର୍ଷ ବୟସରେ ତାଙ୍କୁ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ୧୯୨୪ ଫେବୃୟାରୀ ୧୮ରେ ସେ ପାକିସ୍ତାନର ଗୁଜରାତଠାରେ ଜନ୍ମଗ୍ରହଣ କରିଥିଲେ। ୧୯୫୦ରେ ତାଙ୍କ ଦ୍ୱାରା ରଚିତ କାହାଣୀ ଲାମା ପ୍ରକାଶିତ ହୋଇଥିଲା।

କେବଳ ସେତିକି ନୁହେଁ, କୃଷ୍ଣା ସୋବତୀ ସାମାଜିକ-ରାଜନୈତିକ ପ୍ରସଙ୍ଗରେ ବି ଅନେକ ସହମତ ରଖି ଚର୍ଚ୍ଚିତ ହୋଇଥିଲେ।ତାଙ୍କ ରଚିତ ଉପନ୍ୟାସ ‘ମିତ୍ରୋ ମରଜାନୀ’ ହିନ୍ଦୀ ସାହିତ୍ୟରେ ମହିଳା ମନ ଅନୁଯାୟୀ ଲେଖା ଯାଇଥିବା ସବୁଠାରୁ ବୋଲ୍‌ଡ ଉପନ୍ୟାସଭାବେ ବିବେଚିତ ହୁଏ। ଏହାଛଡ଼ା ତାଙ୍କ ରଚିତ ଅନ୍ୟ ଏକ ଉପନ୍ୟାସ ‘ଜିନ୍ଦେଗୀନାମା’ ହିନ୍ଦୀ ସାହିତ୍ୟର ଏକ କାଳଜୟୀ ଉପନ୍ୟାସ ବୋଲି ମଧ୍ୟ ପରିଗଣିତ ହୁଏ। କୃଷ୍ଣା ସୋବତୀ ନିଜ ଜୀବନର ଅନ୍ତିମ ସମୟ ଯାଏଁ ସାହିତ୍ୟିକ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିଲେ।

ତାଙ୍କର ଅନ୍ୟ କେତେକ କାଳଜୟୀ ଉପନ୍ୟାସ ମଧ୍ୟରେ ରହିଛି ସୂରଜମୁଖୀ ଅନ୍ଧେରେକେ,ଦିଲୋ ଦାନିଶ୍‌,ଏ ଲଡକୀ ଓ ସମୟ ସରଗମ୍‌ ଆଦି। ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକୀର ଛାୟା ଖେଳିଯାଇଛି।

ପଢନ୍ତୁ; ନିରଞ୍ଜନ ପଟ୍ଟନାୟକ ଓ ପୁଅଙ୍କୁ ଦିଲ୍ଲୀ ପୁଲିସର ସମନ

Related posts

ବାଲୁକାକଳାରେ ମନୋହର ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମାନସ ସାହୁ

Ratnamani Moharana

ନ୍ୟୁଜ୍‌ ଚ୍ୟାନେଲର ଖବର ଉପସ୍ଥାପିକାଙ୍କ ଆତ୍ମହତ୍ୟା!

ENO Beuro

ଦକ୍ଷିଣ ଆଫ୍ରିକା ଗସ୍ତରେ ମୋଦି,ବ୍ରିକ୍ସ ସମ୍ମିଳନୀକୁ ସମ୍ବୋଧିତ କରି ଭାରତର ପକ୍ଷ ରଖିବେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment