Entertainment

ବଲିଉଡକୁ ଆସିବେ କ୍ରିତିଙ୍କ ଭଉଣୀ

ବଲିଉଡକୁ ଆସିବେ ଆଉ ଜଣେ ନବଗତା

କ୍ରିତି ସାନନଙ୍କ ସାନ ଭଉଣୀ ନୂପୁର୍ ଏବେ ବଲିଉଡକୁ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ । ଶୁଣିବାକୁ ମିଳୁଛି ଯେ ନୂପୁର୍ କୁଆଡେ ବଲିଉଡ ଏଣ୍ଟ୍ରି କରିବା ପାଇଁ ବିଭିନ୍ନ କୋର୍ସ ମଧ୍ୟ କରିସାରିଲେଣି । ଭିଡିଓ ଭାଇରାଲ ହେବା ପରେ ନୂପୁର୍ ଲୋକଲୋଚନକୁ ଆସିଥିଲେ । ସେ ଗାୟିକା ନୁହେଁ , ନାୟିକା ହେବାକୁ ଚାହୁଁଥିଲେ । ନୁପୁର୍ ବହୁ ଦିନରୁ ଅପେକ୍ଷା କରିଥିଲେ ବଲିଉଡକୁ ଏଣ୍ଟ୍ରି କରିବାକୁ ।

ନୂପୁରଙ୍କର ଜଣେ ନିକଟତର ବନ୍ଧୁଙ୍କ କହିବା କଥା , ନୂପୂର ଅଭିନୟକୁ ନେଇ ବହୁ ଉତ୍ସାହିତ । କିନ୍ତୁ ଗୀତ ସେ ଖୁସି ପାଇଁ ଗାଇଥାଆନ୍ତି । ମୁକେଶ ଛାବ୍ରା , ପ୍ରଶାନ୍ତ ସିଂ ଓ ଅଭିଷେକ ପାଣ୍ଡେଙ୍କ ସହ କେତେକ ଆକ୍ଟିଙ୍ଗ ପାଇଁ ସାଇନ୍ କରିଛନ୍ତି ନୂପୂର । ପଣ୍ଡିଚେରିର ଆଦିଶକ୍ତିଠାରେ ନୂପୂର ଅଭିନୟ ପାଇଁ କୋର୍ସ କରିଛନ୍ତି ।

ଏହା ବ୍ୟତିତ ସେ ନିୟମିତ ଜିମ୍ ଯିବା ସହ ଫିଟ୍ ରହିବା ପାଇଁ ଡାଏଟିଙ୍ଗ ଓ ଡ୍ୟାନ୍ସ କ୍ଳାସ୍ ଯାଉଥିବା ତାଙ୍କର ଜଣେ ବନ୍ଧୁ ସୂଚନା ଦେଇଛନ୍ତି ।

ପଢନ୍ତୁ ;

ବିଶ୍ଵ ମାତୃ ଦିବସ ଉପଲକ୍ଷେ Enewsodia ତରଫରୁ ରିଲିଜ ହେଉଛି ଏକ ହୃଦୟଭରା ଗୀତ “ମୋ ମା

Related posts

ବହୁ ବିବାଦ ପରେ ବିବାହ କଲେ ବଲିଉଡ ସୁପରଷ୍ଟାରଙ୍କ ପୁଅ

ENO Beuro

‘ଭାରତ’ ସିନେମାରେ ସଲମାନଙ୍କ ନାୟିକା ହେବେ ଏହି ହିରୋଇନ 

ENO Beuro

ବିବାହର ପବିତ୍ର ବନ୍ଧନରେ ଆବଦ୍ଧ ହେଲେ ଛୋଟପରଦାର ଏହି ରୋମାଂଟିକ୍ ଯୋଡି

ENO Beuro

Leave a Comment