ବରମୁଣ୍ଡା ପଡିଆରେ ୫ ଦିନିଆ ପ୍ରଶିକ୍ଷଣ
ଭୁବନେଶ୍ୱର ବରମୁଣ୍ଡା ପଡିଆଠାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ କୃଷି ମହୋତ୍ସବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓଡ଼ିଶା କର୍ମଶାଳାକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ କୃଷକ, କୃଷି ଶ୍ରମିକମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟ ପଞ୍ଜିକରଣ ଆଜି ଶେଷ ହେଉଛି। ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ଚଳିତ ମାସ ୨୫ ତାରିଖରୁ ୫ ତାରିଖ ଯାଏ ଚାଲିବ।
ରାଜ୍ୟରେ କୃଷକମାନଙ୍କ କାର୍ଯ୍ୟ ଓ ଦକ୍ଷତା ଉପରେ ତାଙ୍କର ଢେର ବିଶ୍ୱାସ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କୃଷି ମହୋତ୍ସବ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସିଆଇଆଇ ଅଧ୍ୟକ୍ଷ ତପନ କୁମାର ଚାନ୍ଦ, କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦର କମିସନର ତଥା ସଚିବ ବିଶାଳ ଗଗନ ପ୍ରମୁଖ ଉପସ୍ଥିତ ଥିଲେ।
ପଢନ୍ତୁ; ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି