EnewsOdia.Com

କୃଷି ଓଡ଼ିଶା ନୀତି-୨୦୨୦କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ କୃଷି ଓଡ଼ିଶା ନୀତି-୨୦୨୦ ଉନ୍ମୋଚିତ । ଭୁବନେଶ୍ୱର ଜନତା ମୈଦନାରେ ଆୟୋଜିତ କୃଷି ଓଡ଼ିଶା ଉତ୍ସବରେ ଯୋଗ ଦେଇ ଏହାର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷିକୁ ଗୁରୁତ୍ୱ ଏବଂ କୃଷକଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ସହିତ କୃଷିକ୍ଷେତ୍ରରେ ନୂତନ ଜ୍ଞାନକୈାଶଳ ପ୍ରୟୋଗ ପାଇଁ ଉତ୍ସବର ଲକ୍ଷ୍ୟ ରହିଛି । ପାଞ୍ଚଦିନ ବ୍ୟାପୀ ହେବାକୁ ଥିବା ଉତ୍ସବରେ ଦ୍ୱିତୀୟ ଦିନକୁ ବ୍ୟାଙ୍କିଙ୍ଗ ଓ ସମବାୟ ଦିବସ, ତୃତୀୟ ଦିନକୁ ଜନପ୍ରତିନିଧି ଦିବସ ଓ ଚତୁର୍ଥ ଦିନକୁ ମହିଳା ସଶକ୍ତିକରଣ ଦିବସ ଭାବେ ନାମିତ କରାଯାଇଛି ।

ଉଦବୋଧନରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀର ଉନ୍ନତି ତାଙ୍କ ମୋ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଚାଷ ଓ ଚାଷୀକୁ ଗୁରୁତ୍ୱ ଦେଉଛନ୍ତି ସରକାର । କୃଷିର ବିକାଶ ପାଇଁ ରାଜ୍ୟ ସରକାର କାମ କରୁଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଚାଷୀ ସ୍ୱାଭିମାନର ସହ ବଞ୍ଚନ୍ତୁ । ନୂଆ ଜ୍ଞାନକୌଶଳର ବ୍ୟବହାର କରନ୍ତୁ ଚାଷୀ । ଓଡ଼ିଶାର ଚାଷୀ ବିକାଶର ସାଥୀ ହୁଅନ୍ତୁ । ପ୍ରତିଶ୍ରୁତି ଦେଇଛନ୍ତି, ସରକାର ସବୁବେଳେ ଚାଷୀଙ୍କ ସହ ଅଛନ୍ତି ।

ପଢନ୍ତୁ: ବଜେଟ୍‌ ଦସ୍ତାବିଜ ଛାପା କାମ ପୂର୍ବରୁ ହେବ ହାଲଓ୍ୱା ବଣ୍ଟନ ଉତ୍ସବ

ସମ୍ବନ୍ଧିତ ଖବର

ପିଆଜ ଦରବୃଦ୍ଧି ଋଣଗ୍ରସ୍ତରୁ ବନେଇଦେଲା କୋଟିପତି

Ratnamani Maharana

ଫାଶୀ ପାଇବେ କି ନିର୍ଭୟା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ!

Ratnamani Maharana

ଟ୍ରାଫିକ ନିୟମକୁ ନମାନି ରାସ୍ତାରେ ଷ୍ଟଣ୍ଟ

Ratnamani Maharana

ବଦଳିଲା ବଳି ପ୍ରଥା, ମାଆ କାଳୀଙ୍କୁ ଅର୍ପଣ କରାଯାଉଛି ଖଇରେ ପ୍ରସ୍ତୁତି ଜୁଗାର

Ratnamani Maharana

ଭୁବନେଶ୍ବରରେ ଟ୍ରାଫିକ୍ ଜାମ୍‌ ପାଇଁ ଚାଲିଗଲା ପାଞ୍ଚ ବର୍ଷର ଶିଶୁର ଜୀବନ

Ratnamani Maharana

ୱାଇଫାଇ ସହ ଯୋଡି ହେବାକୁ ଯାଉଛି ବିଧାନସଭା

Ratnamani Maharana