News

କୁଆଖାଇ ପଠାରୁ ଦରପୋଡା ଶବ ଜବତ ଘଟଣା : ଭିଡିଓ ଭାଇରାଲ କଲା କିଏ ?

By Krishna Kumar Manoj

March 24, 2018

ତାରକା ହୋଟେଲରେ ପୁଲିସ ଚଢଉ

ଉନ୍ମୟ ପାଢି ହତ୍ୟା ଘଟଣାରେ ଖୋଳତାଡ ଜାରି ରଖିଛି ପୁଲିସ । ରାଜଧାନୀରେ ଯୁବକଙ୍କୁ ବିଭତ୍ସ ହତ୍ୟାକାଣ୍ଡ ଘଟଣା ନେଉଛି ନୂଆ ମୋଡ । ତଦନ୍ତ ଯେତିକି ଆଗଉଛି ସେତିକି ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଭିଡିଓ ଭାଇରାଲ କିଏ କଲା ଓ କେମିତି ହେଲା ତାହା ପଛରେ ଲାଗି ପଡିଛି ପୁଲିସ ।

ଉନ୍ମୟଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରିଥିଲା ତାଙ୍କର ଲାପଟପ୍‌ , ଆଇପ୍ୟାଡ , ପେନଡ୍ରାଇଭ ଓ ମୋବାଇଲ ଫୋନ ଜବତ କରୀଥିଲା । ସେ ସମୟର ଜବତ ସାମଗ୍ରୀ କୋଲକାତା ଫୋରେନସିକ ଲ୍ୟାବକୁ ଯାଇଛି । କିଛିମାସ ତଳେ ଉନ୍ମୟ ଉକ୍ତ ଜିନିଷ ଫେସସ୍ତ ପାଇଁ ଆବେଦନ ମଧ୍ୟ କରିଥିଲେ । ହେଲେ ଆବେଦନ ଖାରଜ ହୋଇଯିବାରୁ ପୁଲିସ ଉକ୍ତ ସାମଗ୍ରୀ ଦେଇ ନ ଥିଲେ ।

ଉନ୍ମୟ ସେ ସମୟରେ ପୁଲିସକୁ କହିଥିଲେ ଉକ୍ତ ଭିଡିଓ ଯୁବତୀଙ୍କ ପାଖରେ ମଧ୍ୟ ଥିଲା । ହେଲେ ଯୁବତୀ ପୁଲିସକୁ କହିଥିଲେ କି ଭିଡିଓ ସେ ଡିଲିଟ କରିଦେଇଛନ୍ତି । ଏଭଳି ପରିସ୍ଥିତିରେ ଏବେ ଯେଉଁ ମାଳମାଳ ଭିଡିଓ ଭାଇରାଲ ହେଉଛି ସେ ଆସିଲା କେଉଁଠୁ ? ତେବେ ଏହି ସବୁ ଭିଡିଓ ଗୁଡିକୁ କିଏ କେଉଁ ଉଦ୍ଦେଶ୍ୟରେ ଭାଇରାଲ କରିଛି ଜଣା ପଡିନିି ।

ଉନ୍ମୟଙ୍କ ବଡ ଭାଇଙ୍କୁ ପୁଲିସ ପଚରା ଉଚରା କରିଥିଲା । ସେ ପୁଲିସକୁ କିଛି ତଥ୍ୟ ଦେଇଛନ୍ତି । ମଞ୍ଚେଶ୍ଵର ଥାନା ପୁଲିସ ଉନ୍ମୟଙ୍କ କିଛି ସାଙ୍ଗଙ୍କୁ ମଧ୍ୟ ପଚରା ଉଚରା କରିଛି । ପୁଲିସ ଶ୍ରୀୟା ସିନେମା ହଲ ନିକଟରେ ଥିବା ଏକ ତରକା ହୋଟେଲକୁ ଯାଇଥିଲା । କାରଣ ସେଠାରେ ମଧ୍ୟ ଅଶୀଳ ଭିଡିଓ ଶୁଟିଙ୍ଗ ହୋଇଥିଲା ।

ଉନ୍ମୟ ହତ୍ୟାକାଣ୍ଡ ପୁଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ଉନ୍ମୟଙ୍କୁ କିଏ କାହିଁକି ହତ୍ୟା କରିଛି ସେନେଇ ଅଭିଯୁଙ୍କୁ ଚିହ୍ନଟ କରିପାରିନି ।  ହତ୍ୟା ଘଟଣାକୁ ନେଇ ପୁଲିସ ତନାଘନା କରୁଥିବା ବେଳେ, ହତ୍ୟାକାରୀର କିନ୍ତୁ ସୁରାକ ମିଳୁନାହିଁ । ଅତି ଚତୁରତାର ସହ ଉନ୍ମୟଙ୍କୁ ହତ୍ୟା କରାଯାଇଛ ବୋଲି ତଦନ୍ତ କରୁଥିବା ଅଧିକାରୀ ମାନେ ଅନୁଭବ କରୁଛନ୍ତି ।

ପଢନ୍ତୁ ;

ଲାଲୁଙ୍କୁ ଝଟକା : ଚତୁର୍ଥ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୭ ବର୍ଷ ଜେଲ୍‌