News

କୁଆଖାଇ ମର୍ଡର : ଖୋଲିଲା ବହୁ ଚର୍ଚ୍ଚିତ ଉନ୍ମୟ ପାଢୀଙ୍କ ହତ୍ୟା ରହସ୍ୟ !

କୂଆଖାଇ ନଦୀପଠାରୁ ମିଳିଥିଲା ଅର୍ଦ୍ଧଦଗ୍ଧ ମୃତଦେହ

ଖୋଲିଲା ବହୁଚର୍ଚ୍ଚିତ ଉନ୍ମୟ ପାଢୀ ହତ୍ୟାକାଣ୍ଡର ରହସ୍ୟ ।  ଦୀର୍ଘ ଦୁଇମାସ ଧରି ପୋଲିସ ପାଇଁ ମୁଣ୍ଡବିନ୍ଧା ସାଜିଥିବା କୁଆଖାଇ ନଦୀ ପଠାରେ ହୋଇଥିବା ଯୁବକଙ୍କ ହତ୍ୟା ପଛର ରହସ୍ୟକୁ ଖୁଲାସା କରିଛି କମିଶନରେଟ ପୋଲିସ । ଏହା ଏକ ହତ୍ୟା ନୁହେଁ, ବରଂ ଉନ୍ମୟ ପାଢୀ ଆତ୍ମହତ୍ୟା କରିଛନ୍ତି । ଉନ୍ମୟ ନିଜ ପେଟକୁ ପ୍ରଥମେ ଛୁରୀ ଭୁଷିବା ପରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି କହିଛନ୍ତି ପୋଲିସ କମିଶନର ।

ଦୀର୍ଘ ଦୁଇ ମାସଧରି ଏହି ହତ୍ୟାକାଣ୍ଡର ତଦନ୍ତ ପୋଲିସ ଜାରି ରଖିଥିଲା । ତେବେ ନିକଟରେ ଫରେନସିକ ରିପୋର୍ଟ, ସାଇଣ୍ଟିଫିକ ଟିମରୁ ଶବ ବ୍ୟବଚ୍ଛେଦର ରିପୋର୍ଟ ହସ୍ତଗତ ହେବା ପରେ ପୋଲିସ ଏହା ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ବୋଲି ସ୍ପଷ୍ଟ କରିଛି । ଗତ କିଛି ଦିନ ତଳେ କୁଆଖାଇ ନଦୀ ପଠାରୁ ଉନ୍ମୟ ପାଢୀଙ୍କ ଅଧାପୋଡା ଶବ ମିଳିଥିଲା ।

ମାର୍ଚ୍ଚ ୨୧ରେ କୁଆଖାଇ ନଦୀ ପଠାରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ମିଳିଥିଲା । ଘଟଣାସ୍ଥଳରୁ ପୋଲିସ ସେହି ସମୟରେ ଏକ ହାତଲେଖା ଚିଠି ମଧ୍ୟ ଜବତ୍ କରିଥିଲା । ଯେଉଁଥିରେ ପ୍ରେମରେ ଧୋକା ଖାଇବା ପରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଉଥିବା ଲେଖାଯାଇଥିଲା । ମାତ୍ର ପୋଲିସ ଏହାକୁ ହତ୍ୟା ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା ।

ପଢନ୍ତୁ ;

ଆସନ୍ତା ୧୯ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଫଳ !

Related posts

ସମୁଦ୍ର ଭିତରେ ଡଙ୍ଗା ବୁଡି :୪ ମୃତ, ୩୨ ଉଦ୍ଧାର

ENO Beuro

ଟାଙ୍ଗିଆରେ ହାଣି କକାକୁ ହତ୍ୟା କଲା ପୁତୁରା

ENO Beuro

ସ୍ନାତକ ଡିଗ୍ରୀଧାରୀଙ୍କୁ କର୍ମନିଯୁକ୍ତି ଯୋଗାଇବା ପାଇଁ ବାଲିଅନ୍ତା ବ୍ଲକରେ ଆୟୋଜିତ ହେଉଛି ନିଯୁକ୍ତି ମେଳା

ENO Beuro

Leave a Comment