• Home
  • News
  • କୁଆଖାଇ ପଠାରୁ ଦରପୋଡା ଶବ ମିଳିବା ଘଟଣା : ବୟଫ୍ରେଣ୍ଡ ମାଷ୍ଟର ମାଇଣ୍ଡ !
News

କୁଆଖାଇ ପଠାରୁ ଦରପୋଡା ଶବ ମିଳିବା ଘଟଣା : ବୟଫ୍ରେଣ୍ଡ ମାଷ୍ଟର ମାଇଣ୍ଡ !

ଭାଇରାଲ ଭିଡ଼ିଓ ଘଟଣାରେ ନୂଆ ମୋଡ

ଉନ୍ମୟଙ୍କ ଦରପୋଡା ମୃତ ଦେହ ମିଳିଲା ପରେ ଭାଇରାଲ ଭିଡିଓରେ ଥିବା ଯୁବତୀ ବିଭିର୍ଣ୍ଣ ଗଣମାଧ୍ୟମକୁ ଯାଇ କହୁଥିଲେ ମୁଁ କିଛି ଜାଣିନୀ । କାହିଁକି , କିଏ ତାଙ୍କୁ ହତ୍ୟା କଲା ? ଏମିତି କି ସେ ଉନ୍ମୟଙ୍କ ଭାଇ ଚିନ୍ମୟ ଉପରେ ଅଭିଯୋଗ ଆଣିଥିଲେ । ହେଲେ ପୁଲିସ ତଦନ୍ତ ପାଇଁ ଯୁବତୀଙ୍କୁ ଡାକିବାରୁ ସେ ବୟଫ୍ରେଣ୍ଡକୁ ସିଦ୍ଧାର୍ଥକୁ ଫୋନ କରି କଥା ହୋଇଥିଲେ । ପରେ କୋଲକାତା ଖସି ପଳାଇବାକୁ ଉଦ୍ୟମ କରିଥିଲେ । ସ୍ପେଶାଲ ସ୍କ୍ୱାଡ ଦୁଇ ଜଣକୁ ଧରିଥିଲା । ଏବେ ସେମାନେ ପୁଲିସ କବଜାରେ ।

ଉନ୍ମୟଙ୍କ ମୃତ ଦେହ ମିଳିବା ପରେ ପୁଲିସ ବିଭିନ୍ନ ଦିଗକୁ ତଦନ୍ତ କରୁଥିଲା । ଦୁଇ ଦିନ ତଳେ ତା ‘ ର ଆକାଉଣ୍ଟ ଯାଞ୍ଚ କରିଥିଲା । ଜାଣିବାକୁ ପାଇଥିଲା ମୃତୁ ପୂର୍ବରୁ ସେଥିରୁ ଲକ୍ଷାଧିକ ଟଙ୍କା ଉଠାଇ ନିଆ ଯାଇଛି ।

ଯେଉଁ ଦିନ ଉନ୍ମୟଙ୍କ ମୃତ ଦେହ ନଦୀ ପଠାରେ ପୋଡା ଯାଉଥିଲା ସେଦିନ ଏକ ନାଲି କାର ବୁଲୁଥିବା ଦେଖିଥିଲେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ । ଉକ୍ତ ଯୁବକଙ୍କ କହିବା ଅନୁସାରେ ଉକ୍ତ କାର ନିକଟରେ ଜଣେ ଯୁବତୀ ଥିଲେ । କିନ୍ତୁ ପୁଲିସ ଏ କଥାକୁ ଖଣ୍ଡନ କରିଛି ।

ମୃତ ଉନ୍ମୟଙ୍କ ପାଦରେ ଥିଲା ଅଳତାର ଚିହ୍ନ । ଉକ୍ତ ଅଳତା ଦେଖିଲେ ଲାଗୁଥିଲା ଦିନେ କି ଦୁଇ ଦିନ ମଧ୍ୟରେ ତାଙ୍କ ପାଦରେ ଲାଗିଛି । ଏପଟେ ଯୁବତୀ ହାତରେ ଲାଗିଛି ମେହେନ୍ଦି । ଆଉ ପାଦରେ ଅଳତା ମଧ୍ୟ । କାଳେ ଉଭୟଙ୍କ ବାହାଘର ହୋଇଛି କି ? ସେ ବ୍ବିଷୟରେ ପୁଲିସ ଘାଣ୍ଟି ହେଉଛି । ହେଲେ ସେମିତି କିଛି ତଥ୍ୟ ପାଇନି ।

କୁଆଖାଇ ପଠାରୁ ଦରପୋଡା ଶବ ମିଳିବା ଘଟଣା : ବୟଫ୍ରେଣ୍ଡ ମାଷ୍ଟର ମାଇଣ୍ଡ ! 171546580

ପଢନ୍ତୁ ;

ନିଜ ଶରୀରର ସୁନ୍ଦରତାକୁ ବଢାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଟିପ୍ସ

Related posts

ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଅଧ୍ୟାପକ ପୁଞ୍ଜିଲାଲ ଗିରଫ,ପୁଞ୍ଜିଲାଲଙ୍କ ଘରୁ ଜବତ ହେଲା ବୋମା ପାଇଁ ଆସିଥିବା ବାଣ ବାରୁଦ

Krishna Kumar Manoj

ଭାରତୀୟ ସଂସ୍କୃତି ତଥା ପ୍ରେମର ପ୍ରତୀକ ତାଜମହଲ କୁ ନେଇ ବିବାଦପୁର୍ଣ୍ଣ ମନ୍ତବ୍ୟ

Krishna Kumar Manoj

ନଅ ଥର ଗୁଳିର ଶିକାର ହେବା ପରେ ମରଣ ମୁହଁରୁ ଫେରିଆସିଥିବା ଯବାନ ଚେତନ ଚିତାହ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More