News

ବରିଷ୍ଠ ସାମ୍ବାଦିକ କୁଳଦୀପ ନାୟାରଙ୍କ ୯୫ ବର୍ଷ ବୟସରେ ପରଲୋକ

kuldip

ବରିଷ୍ଠ ସାମ୍ବାଦିକ କୁଲଦୀପ୍‌ ନାୟରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଦିଲ୍ଲୀର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସକାଳେ ଦିଲ୍ଲୀର ଏକ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି।

୧୯୨୩ ମସିହା ଅଗଷ୍ଟ ୧୪ ତାରିଖରେ ସେ ପଞ୍ଜାବର ସିଆଲ୍‌କୋଟ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ପୋରାନ ଦେବୀ ଓ ପିତା ଗୁରୁବକ୍ସ ସିଂ ଥିଲେ। ଲାହୋରର ଫରମାନ୍‌ ଖ୍ରୀଷ୍ଟିଆନ୍‌ କଲେଜରୁ ସେ ସ୍ନାତକ ଶିକ୍ଷା ହାସଲ କରିଥିଲେ। ପରେ ଲାହୋର କଲେଜରୁ ଆଇନରେ ଡିଗ୍ରୀ ଲାଭ କରିଥିଲେ।

୧୯୫୨ରେ ସେ ସାମ୍ବାଦିକତା ପାଠ୍ୟକ୍ରମରେ ଉତ୍ତରପଶ୍ଚିମ ବିଶ୍ୱବିଦ୍ୟାଳୟର ମେଡ଼ିଲି ସ୍କୁଲ ଅଫ୍‌ ଜର୍ଣ୍ଣାଲିଜିମ୍‌ରେ ବୃତ୍ତି ଲାଭକରି ନାମ ଲେଖାଇଥିଲେ। ସେ ବିଭିନ୍ନ ଖବର କାଗଜରେ କାର୍ଯ୍ୟ କରିଥିଲେ।

kuldip

ଆଜି ଅପରାହ୍ନ ୧ଟାରେ ଅନ୍ତିମ ସଂସ୍କାର ହେବ । କୁଲଦୀପଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଶୋକ ଜଣାଇଛନ୍ତି । ସେହିପରି ଶୋକ ଜଣାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ନିର୍ଭିକ ସାମ୍ବାଦିକ କୁଲଦୀପ ନାୟାରଙ୍କ ପରଲୋକ ହୋଇଛି।

କୁଲଦୀପ ନାୟାର ୮୦ଟି ଖବରକାଗଜକୁ ସ୍ତମ୍ଭ ଲେଖିଛନ୍ତି । ଏହା ପୁଣି ୧୪ଟି ଭାଷାରେ । କୁଲଦୀପଙ୍କ ଦ୍ୱାରା ସ୍ତମ୍ଭ ପ୍ରକାଶନ କରାଯାଇଥିବା ମୁଖ୍ୟ ଖବରକାଗଜ ମଧ୍ୟରେ ଡେକାନ ହେରାଲଡ(ବେଙ୍ଗାଲୁରୁ), ଦ ଡେଲି ଷ୍ଟାର, ଦ ସଣ୍ଡେ ଗାର୍ଡିଆନ, ଦ ନ୍ୟୁଜ, ଦ ଷ୍ଟେଟମ୍ୟାନ, ଦ ଏକ୍ସପ୍ରେସ ଟ୍ରାଇବୁନ (ପାକିସ୍ତାନ), ଡନ (ପାକିସ୍ତାନ), ପ୍ରଭାଶକ୍ତି ଆଦି।

ପଢନ୍ତୁ; ଥିରୁଅନନ୍ତପୁରମଠାରେ ସ୍ଥାପିତ ହେବ ଝଡ଼ବାତ୍ୟା ପୂର୍ବାନୁମାନ କେନ୍ଦ୍ର

Related posts

ଭାରତର ବିଭିନ୍ନ ରାଜ୍ୟରେ ଝଡବାତ୍ୟା ନେଲା ୩୧ ଜୀବନ: ଟ୍ୱିଟ କରି ଦୁଃଖ ପ୍ରକାଶ କଲେ ମୋଦି

Ratnamani Moharana

ମହିଳା ମାନଙ୍କୁ ମଦ୍ୟପାନ କରୁଥିବା ଦେଖି ବହୁତ ଚିନ୍ତିତ : ଗୋଆ ମୁଖ୍ୟମନ୍ତ୍ରୀ

ENO Beuro

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ପୋଲିସ କନେଷ୍ଟବଳଙ୍କୁ ଅପହରଣ ପରେ କଲେ ନିର୍ମମ ଭାବେ ହତ୍ୟା

ENO Beuro

1 comment

Leave a Comment