22.1 C
Bhubaneswar
December 7, 2021
EnewsOdia.Com
ନ୍ୟୁଜ୍

କୁମାରଙ୍କ ପାଇଁ କୁମାର ପୂର୍ଣ୍ଣିମା, ସଜବାଜ ହୋଇ ଉପାସରେ ସାରା ଓଡିଶାର କୁମାରୀ

ଆଜି କୁମାର ପୂର୍ଣ୍ଣିମା । କୁମାରୀମାନଙ୍କ ପର୍ବ । ଏନେଇ ସକାଳୁ ସକାଳୁ ଚଳଚଞ୍ଚଳ ହୋଇଉଠିଛି ଗାଁ ଗଣ୍ଡା । ଆଜି ବଡି ଭୋରରୁ ଉଠି ଗାଧୋଇ ପାଧୋଇ ନୂଆ ଡ୍ରେସ ପିନ୍ଧି ସୂର୍ଯ୍ୟ ପୂଜା କରିଛନ୍ତି କୁମାରୀ କନ୍ୟା । ଓଡିଶାର ବିଭିନ୍ନ ସ୍ଥାନରେ କୁମାରୀ ଚଉରା ମୂଳେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଆଞ୍ଜୁଳା ଟେକିଛନ୍ତି । ଭଲ ବର ପାଇବା ପାଇଁ କୁମାର ପୂର୍ଣ୍ଣିମା ପାଳନ କରାଯାଉଥିବା ବିଧି ରହିଛି । ସକାଳେ ସୂର୍ଯ୍ୟ ପୂଜା ପରେ ସନ୍ଧ୍ୟାରେ ମଧ୍ୟ ଚନ୍ଦ୍ର ପୂଜା କରିବେ କୁମାରୀ । ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା କରି କରି କାର୍ତ୍ତିକେୟଙ୍କ ଭଳି ବର ମନାସିବେ । କାର୍ତ୍ତିକେୟଙ୍କ ଭଳି ସୁନ୍ଦର ବର ଲଭିବା ଉଦ୍ଦେଶ୍ୟରେ ଘରର ଅବିବାହିତ ଝିଅମାନେ ଚନ୍ଦ୍ର ପୂଜା କରିଥାନ୍ତି । ମୁଖ୍ୟତଃ ଏହା କୁମାରୀମାନଙ୍କ ପର୍ବ ହୋଇଥିବାରୁ ଏହାକୁ କୁମାରପୂର୍ଣ୍ଣିମା କୁହାଯାଏ ।ଏହିଦିନ ଓଡିଶାର ବିଭିନ୍ନ ସ୍ଥାନରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ପାଳିତ ହୋଇଥାଏ । ଓଡିଶାର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଆନ୍ତି ଧନଦାତ୍ରୀ । ଗାଁ ଗଣ୍ଡାରେ ମଧ୍ୟ ଅବିବାହିତ ଝିଅମାନେ ବହୁ ଆଡମ୍ବରରେ ଲକ୍ଷ୍ମୀ ପୂଜା କରିଥାନ୍ତି ।

ପଢନ୍ତୁ: ଆଖୁ କିଆରିରୁ ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁକୁ ଗିରଫ କଲା ପୋଲିସ

 

Related posts

ଭାଲେଣ୍ଟାଇନ ଡେ’ରେ ଟାର୍ଗେଟ କରିବ କଳିଙ୍ଗ ସେନା, ସୁରକ୍ଷା ଦେବ କମିସନରେଟ ପୁଲିସ

Ratnamani Maharana

ନବୀନଙ୍କ ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକ

Ratnamani Maharana

ଜାନୁଆରୀ ୧୫ରେ ରସଗୋଲା ମହୋତ୍ସବ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More