POLITICALS

ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ !

By Krishna Kumar Manoj

May 21, 2018

କଂଗ୍ରେସରୁ ୨୦ , ଜେଡିଏସରୁ ୧୩ ମନ୍ତ୍ରୀ ହେବେ

କର୍ଣ୍ଣାଟକରେ ସରକାର ଗଢିବେ ଜେଡିଏସ୍ ମୁଖ୍ୟ ଏଚ୍‌ଡି କୁମାର ସ୍ୱାମୀ । ଆସନ୍ତା ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ ।ଶନିବାର ଅପରାହ୍ନରେ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌ ମିଳିତ ସରକାର ଗଠନ ହେବାକୁ ପଥ ପରିଷ୍କାର ହୋଇଯାଇଥିଲା । ଶପଥ ନେବାର ୨୪ ଘଂଟା ମଧ୍ୟରେ ସେ ସଂଖ୍ୟା ଗରିଷ୍ଠତାର ପ୍ରାମାଣ ଦେବେ ଓ ମନ୍ତ୍ରିମଣ୍ଡଳ ଶପଥ ନେବେ ।

ସୋନିଆ-ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବେ କୁମାର ସ୍ୱାମୀ। ଜେଡିଏସ-କଂଗ୍ରେସ ମେଣ୍ଟକୁ କିଭଳି ମଜଭୁତ କରାଯିବ ସେ ନେଇ କଥାବାର୍ତ୍ତା କରିବେ କୁମାର ସ୍ୱାମୀ । ସେପଟେ ନୂଆ ମନ୍ତ୍ରୀମଣ୍ଡଳରେ ଜେଡିଏସର ୧୩ଜଣ ଓ କଂଗ୍ରେସର ୨୦ଜଣ ବିଧାୟକ ସ୍ଥାନ ପାଇବେ ବୋଲି ସୂଚନା ମିଳିଛି । ନିର୍ବାଚନ ପରେ କଂଗ୍ରେସ ସହ ମେଣ୍ଟ କରିଥିବା ଜେଡିଏସ୍ ହାତରେ ରହିଛି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ।  ସେ ଦୃଷ୍ଟିରୁ କୁମାର ସ୍ୱାମୀ ସରକାର ଗଢିବା ନିଶ୍ଚିତ।

ବେଙ୍ଗାଲୁରୁ କାନ୍ତିରବା ଷ୍ଟାଡିୟମରେ ଏଥିପାଇଁ ଭବ୍ୟ ଆୟୋଜନ ଚାଲିଛି।  ଏଥିପାଇଁ ସହଯୋଗୀ ବିଏସ୍‌ପି ମୁଖ୍ୟ ମାୟାବତୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ଆନ୍ଧପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି ।  କଂଗ୍ରେସ ସହ ମେଣ୍ଟ ହେବା ପରେ ଏବେ ମନ୍ତ୍ରିମଣ୍ଡଳକୁ ନେଇ ଚର୍ଚ୍ଚା ।

ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୧୨ ଆବଶ୍ୟକ।  କିନ୍ତୁ କଂଗ୍ରେସ -ଜେଡିଏସ୍‌ ମେଣ୍ଟ ପାଖରେ ୧୧୬ ବିଧାୟକଙ୍କ ସମର୍ଥନ ରହିଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଜେଡିଏସ୍‌ ନିର୍ଣ୍ଣାୟକ ଭୂମିକା ନେବ ବୋଲି କୁହାଯାଉଥିଲା।  ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ଜେଡିଏସ କର୍ଣ୍ଣାଟକ କ୍ଷମତାର ମୁକୁଟ ପିନ୍ଧିଛି ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ବିବାହିତ ମହିଳା ମାନେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି ରଙ୍ଗର ଚୁଡ଼ି, ଜାଣନ୍ତୁ କାରଣ କ’ଣ ?