News

ଚର୍ଚ୍ଚାରେ କର୍ଣ୍ଣାଟକର ଭାବି ମୁଖ୍ୟମନ୍ତ୍ରୀ : ଯେଉଁ ବର୍ଷ କଲେ ପ୍ରଥମ ବିବାହ ସେହି ବର୍ଷ ଜନ୍ମ ହୋଇଥିଲେ ଦ୍ୱିତୀୟ ପତ୍ନୀ

By Krishna Kumar Manoj

May 21, 2018

ଚର୍ଚ୍ଚାରେ କୁମାରସ୍ୱାମୀଙ୍କ ଅଭିନେତ୍ରୀ ପତ୍ନୀ ରାଧିକା କୁମାରସ୍ୱାମୀ

ବିଜେପି ସରକାର ଭାଙ୍ଗିବା ପରେ ପରେ ଜଣକ ନାଁ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରିବାକୁ ଲାଗିଲା । ଏହି ନାଁ ରାଧିକା କୁମାରସ୍ୱାମୀଙ୍କର । ଏ ହେଉଛନ୍ତି ସେହି ମହିଳା ଯାହାଙ୍କ ସ୍ୱାମୀ ଆଉ ମାତ୍ର କିଛି ଦିନ ମଧ୍ୟରେ କର୍ଣ୍ଣାଟକ ଶାସନ ଭାର ସମ୍ଭାଳିବେ । ଆଜ୍ଞା ହଁ, ଆମେ କହୁଛୁ ଜେଡିଏସ୍ ନେତା ଏଚଡି କୁମାରସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ ରାଧିକା କୁମାରସ୍ୱାମୀଙ୍କ ବିଷୟରେ ।

ମାତ୍ର ୩୮ ସିଟରେ ବିଜୟୀ ହୋଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସମ୍ଭାଳିବାକୁ ଯାଉଥିବା କୁମାରସ୍ୱାମୀଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଖୁବ୍ ରୋମାଂଚକର । ରାଧିକା କନ୍ନଡ ସିନେ ଜଗତର ଜଣେ ଜଣାଶୁଣା ଚେହେରା । ରାଧିକା ୨୦୦୨ରେ କନ୍ନଡ ସିନେମା ‘ନୀଲା ମେଘା ସମା’ ଜରିଆରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ । ପ୍ରଥମ ସିନେମା କରିବା ସମୟରେ ରାଧିକା ମାତ୍ର ନବମ ଶ୍ରେଣୀରେ ପଢୁଥିଲେ ।  ପୂର୍ବରୁ ସିନେମା ପ୍ରତି କୁମାରସ୍ୱାମୀଙ୍କ ବିଶେଷ ଦୁର୍ବଳତା ଥିବାରୁ ରାଧିକାଙ୍କ ସହ ତାଙ୍କ ସମ୍ପର୍କ ଗଢ଼ିଉଠିଥିଲା ।

୧୬ ଡିସେମ୍ବର ୧୯୫୯ରେ ଜନ୍ମ ଗ୍ରହଣ କରିଥିବା କୁମାରସ୍ୱାମୀଙ୍କ ଜୀବନରେ ଟ୍ୱିଷ୍ଟ ଆସିଥଲା ୨୦୦୬ରେ । କାରଣ ଏହି ବର୍ଷ ତାଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ କନ୍ନଡର ଲୋକପ୍ରିୟ ଅଭିନେତ୍ରୀ ରାଧିକା । ଏଚଡି କୁମାରସ୍ୱାମୀଙ୍କୁ ବିବାହ କରି ସୁନ୍ଦରୀ ରାଧିକା ବନିଗଲେ ରାଧିକା କୁମାରସ୍ୱାମୀ । ନିଜ ସ୍ୱାମୀଙ୍କଠାରୁ ୨୭ ବର୍ଷ ସାନ ରାଧିକା । ଉଭୟଙ୍କର ଏହା ଦ୍ୱିତୀୟ ବିବାହ । କୁମାରସ୍ୱାମୀ ଓ ରାଧିକାଙ୍କ ୬ ବର୍ଷର ଏକ ଝିଅ ମଧ୍ୟ ଅଛି ।

କୁମାରସ୍ୱାମୀଙ୍କ ପ୍ରଥମ ବିବାହ ୧୯୮୬ରେ ଅନୀତାଙ୍କ ସହ ହୋଇଥିଲା । ସବୁଠାରୁ ମଜା କଥା ହେଉଛି ସେହି ବର୍ଷ ହିଁ ରାଧିକାଙ୍କ ଜନ୍ମ ହୋଇଥିଲା । ରାଧିକା ୧ ନଭେମ୍ବର ୧୯୮୬ରେ ଜନ୍ମ ହୋଇଥିଲେ । କୁମାରସ୍ୱାମୀଙ୍କୁ ବିବାହ କରିବା ପୁର୍ବରୁ ରତନ କୁମାରଙ୍କୁ ବିବାହ କରିଥିଲେ ରାଧିକା । ତେବେ ହାର୍ଟଆଟାକ୍ ଯୋଗୁଁ ୨୦୦୨ରେ ତାଙ୍କର ଦେହାନ୍ତ ହୋଇଥଲା । ଖବର ଅନୁସାରେ ରାଧିକା ମାତ୍ର ୧୪ ବର୍ଷ ବୟସରେ ରତନଙ୍କୁ ବିବାହ କରିଥିଲେ ।

ରାଧିକା ନିଜ ଅଭିନୟ ଓ ଗ୍ଲାମର ଜରିଆରେ ଦର୍ଶକଙ୍କ ମନ କିଣୁଥିବା ସହ ପଲିଟିକାଲ୍ କରିଡରରେ ମଧ୍ୟ ପ୍ରଭାବଶାଳୀ । ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଟ୍ କରୁଛନ୍ତି ରାଧିକା । ୟୁଜର୍ସ ଗୁଗଲ୍ ଏବଂ ସୋସିଆଲ୍ ମିଡିଆରେ ରାଧିକାଙ୍କ ଫଟୋ ଅଧିକ ସର୍ଚ କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ କୁମାରସ୍ୱାମୀଙ୍କ ପ୍ରଥମ ପତ୍ନୀ ଏଯାଏଁ ତାଙ୍କଠାରୁ ଅଲଗା ହୋଇନାହାଁନ୍ତି । ନିର୍ବାଚନ ପ୍ରଚାର ଏବଂ ଭୋଟ୍ ସମୟରେ ସେ ତାଙ୍କ ସହ ନଜର ଆସିଥିଲେ ।

ପଢନ୍ତୁ ;

ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ !