POLITICALS

କାନ୍ଦିଲେ କୁମାରସ୍ୱାମୀ; କହିଲେ ‘ମେଣ୍ଟ ସରକାର ଚଳାଇବା ବହୁତ କଷ୍ଟଦାୟକ’

ମେଣ୍ଟ ସରକାରରେ ରୁନ୍ଧି ହୋଇ ଗଲେଣି। ବହୁ କଷ୍ଟ ସହିବାକୁ ପଡୁଛି। ମହାଦେବଙ୍କ ପରି ବିଷ ପିଇବାକୁ ପଡୁଛି। କୋହ ସମ୍ଭାଳି ନପାରି ଏକ ସାଧାରଣ ସଭାରେ ଏକଥା କହି କାଣ୍ଡିପକାଇଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ। କୁମାରସ୍ୱାମୀ କହିଛନ୍ତି, ଭଗବାନ ତାଙ୍କୁ କର୍ଣ୍ଣାଟକର ଶାସନ କ୍ଷମତା ଦେଇଛନ୍ତି।

ସରକାର ଗଠନ ସମୟରୁ ବିଭାଗ ବଣ୍ଟନ ଓ ମନ୍ତ୍ରୀ ପଦ ନେଇ ଉଭୟ ଦଳରେ ଅସନ୍ତୋଷ ରହିଆସିଛି। ଏହାକୁ ଯେନତେନ ପ୍ରକାରେ ଚଳାଇ ଆସିଛନ୍ତି କୁମାରସ୍ୱାମୀ। ତେବେ ବି ସହଯୋଗୀ ସଦସ୍ୟମାନଙ୍କ ଆକ୍ରମଣ ତାଙ୍କୁ ପ୍ରତି ମୁହୂର୍ତ୍ତରେ କ୍ଷତାକ୍ତ କରୁଛି। ସେଥିପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବନ୍ଧୁମାନେ ତାଙ୍କୁ ଫୁଲ ତୋଡ଼ା ଦେବାବେଳେ ସେ ଭାବବିହ୍ୱଳ ହୋଇପଡ଼ିଥିଲେ। ‘ତୁମେମାନେ ମୋତେ ଫୁଲ ତୋଡ଼ା ଧରି ସ୍ୱାଗତ କରୁଛ; ଭାବୁଛ ଯେ ତୁମର ଜଣେ ଭାଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତୁମେମାନେ ଏଥିପାଇଁ ଖୁସି ଅଛ; କିନ୍ତୁ ମୁଁ ନୁହେଁ। ମେଣ୍ଟ ସରକାର ଚଳାଇବାର ଯନ୍ତ୍ରଣା ମୁଁ ଅନୁଭବ କରୁଛି; ସରକାର ସମ୍ଭାଳିବାର ସବୁ ବିଷ ପିଇ ମୁଁ ବିଷକଣ୍ଠ (ମହାଦେବ) ପାଲଟିଯାଇଛି’ ବୋଲି କୁମାରସ୍ୱାମୀ ସେମାନଙ୍କୁ କହିଥିଲେ। ସେତେବେଳେ ତାଙ୍କ ଆଖିରୁ ଲୁହା ଧାର ଗଡ଼ିଆସିଥିଲା।

ସୂଚନାଯୋଗ୍ୟ, ଜେଡିଏସ୍‌ ସୁପ୍ରିମୋ ତଥା କୁମାରସ୍ୱାମୀଙ୍କ ବାପା ଦେବେଗୌଡ଼ା ମଧ୍ୟ କହିଛନ୍ତି, ବିଶ୍ରାମ ନନେଇ ଦିନକୁ ୧୮ଘଣ୍ଟା କାମ କରୁଛନ୍ତି କୁମାରସ୍ୱାମୀ। ତେଣୁ ସେ ଏଥିପାଇଁ ଚିନ୍ତିତ। ଜେଡିଏସ୍‌ ଓ କଂଗ୍ରେସ ମେଣ୍ଟ ସରକାରରେ ବର୍ତ୍ତମାନ ଏଚ୍‌.ଡି. କୁମାରସ୍ୱାମୀ ହେଉଛନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ।

ପଢନ୍ତୁ;ଶାସ୍ତ୍ର ଅନୁସାରେ ମହିଳାମାନେ ଶଙ୍ଖା ପିନ୍ଧିବା ଦ୍ୱାରା କଣ କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା

Related posts

୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କଲେ ବରଗଡ ଜିଲ୍ଲାପାଳ

Ratnamani Moharana

ନବୀନ-କେସିଆର ତୃତୀୟ ସାମ୍ମୁଖ୍ୟ ଆଲୋଚନା,ଦେଶରେ ପରିବର୍ତ୍ତନ ଜରୁରି

ENO Beuro

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାର ଶେଷ ଦିନ ଆଜି

Ratnamani Moharana

Leave a Comment