POLITICALS

‘ହତ୍ୟା’ ବୟାନକୁ ନେଇ ବିବାଦରେ କୁମାରସ୍ଵାମୀ

swamy

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀଙ୍କର ଏଭଳି ଏକ ଭିଡିଓ ଲୋକଲୋଚନକୁ ଆସିଛି, ଯାହାକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି। ଭିଡିଓରେ ସେ ଦଳର ଜଣେ ନେତାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଆକ୍ରମଣକାରୀକୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳୁଛି। ଜଣେ ପୁଲିସ୍‌ ଅଧିକାରୀଙ୍କୁ କୁମାରସ୍ୱାମୀ ଏହି ନିର୍ଦ୍ଦେଶ ଦେଉଥିବାର ଭିଡିଓ ସାର୍ବଜନୀନ ହେବା ପରେ ରାଜ୍ୟ ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଛି। ଏନେଇ ବିରୋଧୀ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।

swamy

କୁମାରସ୍ବାମୀଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ କର୍ନାଟକରେ ହଟଚମଟ ସୃଷ୍ଟି ହୋଇଛି। ବିଜେପି ନେତା ଶୋଭା କରାନ୍ଦଲାଜେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଏପରି ନିର୍ଦ୍ଦେଶ ଦେବା ଅରାଜକତାକୁ ପ୍ରମାଣିତ କରୁଛି। ଘଟଣା ବିବାଦୀୟ ହେଉଥିବାରୁ କୁମାରସ୍ବାମୀ ଏହାର ଜବାବ ଦେଇଛନ୍ତି।

ସେ ସଫେଇ ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ କାହାକୁ ମାରିବାକୁ ନିର୍ଦ୍ଦେଶ ଦେଇନାହାଁନ୍ତି। ମୃତକ ନେତା ଜଣଙ୍କ ଜଣେ ଭଲ ମଣିଷ ଥିଲେ। ତାଙ୍କୁ କିଏ ମାରିଛି ତାହା ମଧ୍ୟ ସେ ଜାଣି ନ ଥିବା କହିଛନ୍ତି। ତାଙ୍କୁ ଗୁଳି କରି ମାରିଦିଆଯାଇଥିବା ଶୁଣିବା ପରେ ମୁଁ ବହୁତ ରାଗି ଯାଇଥିଲି। ରାଗରେ ଏଭଳି କହି ଦେଇଥିଲି।

ପଢନ୍ତୁ; ଦାନ୍ତ ଜନିତ ସମସ୍ୟା ପାଇଁ ଚିନ୍ତିତ କି ? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ

Related posts

ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା: ୭୨ ଘଣ୍ଟା ମଧ୍ୟରେ ୮ ଜଣ ହତ୍ୟାର ଶିକାର

Ratnamani Moharana

ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରକୁ ମଧ୍ୟ ଯାଞ୍ଚ କରୁଛି ଫ୍ଲାଇଂ ସ୍କ୍ବାର୍ଡ

Ratnamani Moharana

ଦାମୋଦର ରାଉତଙ୍କ ଭବିଷ୍ୟବାଣୀ: ଏଥର ଓଡିଶାରେ ହେବ ଝୁଲା ବିଧାନସଭା

Ratnamani Moharana

Leave a Comment