POLITICALS

ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ!

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଏଚ.ଡି. କୁମାରସ୍ୱାମୀ

ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଡିଏସ୍ ବିଧାୟକ ଦଳ ନେତା ଏଚ.ଡି. କୁମାରସ୍ୱାମୀ। ତାଙ୍କ ସହ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜି. ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବାଚସ୍ପତି ହେବେ କଂଗ୍ରେସ ବିଧାୟକ କେଆର ରମେଶ । ଦିଲ୍ଲୀରେ କଂଗ୍ରେସ ନେତାଙ୍କୁ ଭେଟିବାପରେ ଏନେଇ ଚୁଡାନ୍ତ ନିଷ୍ପତି ହୋଇଛି । ଏହା ସହ କଂଗ୍ରେସକୁ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। କୁହାଯାଉଛି କୁମାରସ୍ୱାମୀଙ୍କ ମନ୍ତ୍ରୀମଣ୍ଡଳରେ ୩୪ ଜଣି ମନ୍ତ୍ରୀ ସ୍ଥାନ ପାଇବେ । କରାଯାଉଥିବା ପୂର୍ବାନୁମାନ ଅନୁସାରେ କଂଗ୍ରେସ ଭାଗରେ ୨୧ ଓ ଜେଡିଏସ ଭାଗରେ ୧୩ଟି ମନ୍ତ୍ରୀ ପଦ ପଡିପାରେ।

ଆଜି ଅପରାହ୍ନରେ ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିୟମରେ ଶପଥ ଗ୍ରହଣ ସମାରୋହ ଲାଗି ଭବ୍ୟ ଆୟୋଜନ କରାଯାଇଛି। ଏହି ଶପଥ ସମାରୋହ ଉତ୍ସବରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ଅଣବିଜେପି ନେତା ସାମିଲ ହେବା କାର୍ଯ୍ୟକ୍ରମ ରହିଛି। ତେବେ ପ୍ରଥମ ଥର ପାଇଁ ବିଜେପି ବିରୋଧରେ ଏକ ବୃହତ ମେଳି ପାଇଁ ବିରୋଧୀ ମାନେ ଏକାଠି ହେଉଥିବା ଚର୍ଚ୍ଚା ହେଉଛି।

ପଢନ୍ତୁ; ନିପା ଭାଇରସ ଆକ୍ରାନ୍ତ ରୋଗୀଙ୍କ ସେବା କରୁଥିବା ନର୍ସଙ୍କ ମୃତ୍ୟୁ

Related posts

Odisha Cabinet Passed A Proposal Of 66% Pay Hike For MLAs, Ministers

ENO Beuro

୨ ରାଜନେତାଙ୍କୁ ନକ୍ସଲଙ୍କ ହତ୍ୟା,ହାତ ବାନ୍ଧି ଜଙ୍ଗଲକୁ ନେଇ ଗୁଳି କଲେ

ENO Beuro

ବିଜେଡ଼ିରୁ ବିଦା ହେବେ ଦାମ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More