February 17, 2019

ଉତ୍ତର ପ୍ରଦେଶ: କୁମ୍ଭ ମେଳାରେ ବୁଡ ପକାଇଲେ ୨.୨୫ କୋଟି ଶ୍ରଦ୍ଧାଳୁ

mela

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଟିତ ପବିତ୍ର କୁମ୍ଭ ମେଳାରେ ମଙ୍ଗଳବାର ପ୍ରାୟ ୨.୨୫ କୋଟି ଲୋକ ବୁଡ ପକାଇଛନ୍ତି। ମେଳା ପ୍ରଶାସନ ଅନୁସାରେ ପ୍ରଥମ ଦିନ ସାହୀ ସ୍ନାନ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା । ଶ୍ରଦ୍ଧାଳୁମାନେ ଭିନ୍ନ ଭିନ୍ନ ଘାଟରେ ବୁଡ଼ ପକାଇଥିଲେ । ସନ୍ଥ ଏବଂ ଶ୍ରଦ୍ଧାଳୁଙ୍କୁ ମେଳା ପରିସରକୁ ସେମବାର ଠାରୁ ଆସିବା ଆରମ୍ଭ ହୋଇଯାଇଥିଲା । ଦେଶର କୋଣ ଅନୁକୋଣରୁ ସାଧୁ ସନ୍ଥମାନେ ମଧ୍ୟ ଆ ସି ଏଠାରେ ପହଞ୍ଚି ସାରିଛନ୍ତି ।

mela

କୁମ୍ଭମେଳାକୁ ଦେଶର ୧୦ଟି ସହରରୁ ବିମାନ ଯୋଡ଼ିବାର ଯାଜନା କରାଯାଇଛି । ନୂଆଦିଲ୍ଲୀ, କୋଲକାତା, ନାଗପୁର, ଭୋପାଳ, ଡେରାଡୁନ, ଇନ୍ଦୋର, ବେଙ୍ଗାଲୁରୁ, ଅହମ୍ମଦାବାଦ୍‌ ଓ ଲକ୍ଷ୍ନୌରୁ ପ୍ରୟାଗରାଜକୁ ବିମାନ ସେବା ମିଳି ପାରିବ । କୁମ୍ଭମେଳା ୩୨୦୦ ହେକ୍ଟର ଜମିରେ ଆୟୋଜନ କରାଯାଇଛି ।

ଉଲ୍ଲେଖଯୋଗ୍ୟ,ପ୍ରଥମ ଦିନର କୁମ୍ଭମେଳାରେ ପାଖାପାଖି ୧୭୦୦ ଲୋକ ନିଜ ପରିବାର ଠାରୁ କିଛି ସମୟ ପାଇଁ ହଜି ଯାଇଥିଲେ । ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ଖୋଲାଯାଇଥିବା ସ୍ୱତନ୍ତ କାର୍ଯ୍ୟାଳୟ ମାଧ୍ୟମରେ ସେମାନଙ୍କ ପରିବାରକୁ ଫେରି ପାରିଥିଲେ । ସୁରକ୍ଷା ଦୃଷ୍ଟିରୁ କୁମ୍ଭମେଳାର ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।

ପଢନ୍ତୁ;  ଯାତ୍ରୀବାହୀ ବସ୍‌ ପୋଡିଲେ ମାଓବାଦୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More