• Home
  • News
  • ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ହେଲେ କୁନା ତ୍ରିପାଠୀ!
News

ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ହେଲେ କୁନା ତ୍ରିପାଠୀ!

ଓଡ଼ିଆ ଟେଲିଭିଜନ ଓ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ କଳାକାର କୁନା ତ୍ରିପାଠୀଙ୍କୁ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ନିଗମର ଅଧ୍ୟକ୍ଷ ଥିବା ମୁନ୍ନା ଖାଁଙ୍କ ସ୍ଥାନରେ ଶ୍ରୀ ତ୍ରୀପାଠୀଙ୍କୁ ଏହି ନିଯୁକ୍ତି ଦିଆଯାଇଛି।

ତାଙ୍କୁ ଗତ ମାର୍ଚ୍ଚ ମାସରେ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ମିଳିଥିଲା। ତେବେ ସେ ପୂର୍ବ ପରି ଓଏଫ୍‌ଡିସି ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ଥିଲେ। ଦୀର୍ଘ ବର୍ଷ ଧରି ସାଇନ୍‌ ବୋର୍ଡ ସଂସ୍ଥା ପାଲଟିଥିବା ଓଏଫ୍‌ଡିସିର ଅଧ୍ୟକ୍ଷ ଭାବେ କୁନା ତ୍ରିପାଠୀଙ୍କ ନିଯୁକ୍ତି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଶ୍ରୀ ତ୍ରିପାଠୀ ଏହି ନିଗମକୁ କେତେଦୂର ଚଳଚଞ୍ଚଳ କରିପାରୁଛନ୍ତି ଓ ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ କି ଠୋସ୍‌ ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସୂଚନାଯୋଗ୍ୟ ଯେ, ଦୁଇବର୍ଷ ତଳେ ଯେତେବେଳେ ଓଲିଉଡର ବହୁ ଅଭିନେତା ବିଜେଡିରେ ମିଶିଲେ, ସେତେବେଳେ କୁନା ତ୍ରିପାଠୀ ମଧ୍ୟ ବିଜେଡିରେ ମିଶିଥିଲେ। ମିଶିବା ପରେ ସେ ବହୁ ନିର୍ବାଚନରେ ଦଳ ପାଇଁ ପ୍ରଚାର କରିଛନ୍ତି। କିନ୍ତୁ ସେ ଏ ପର୍ଯ୍ୟନ୍ତ କୌଣସି ପଦ ପଦବୀରେ ରହିନଥିଲେ।

ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ହେଲେ କୁନା ତ୍ରିପାଠୀ! kuna

ପଢନ୍ତୁ; ଟାଟୁ କରୁଛନ୍ତି କି? ସାବଧାନ! ନଚେତ୍ ହୋଇପାରେ ଏହି ସବୁ ସମସ୍ୟା

Related posts

ଭାରତୀୟ ସଂସ୍କୃତି ତଥା ପ୍ରେମର ପ୍ରତୀକ ତାଜମହଲ କୁ ନେଇ ବିବାଦପୁର୍ଣ୍ଣ ମନ୍ତବ୍ୟ

Krishna Kumar Manoj

ଇଣ୍ଡିଆନ୍‌ ଆଇଡଲ୍‌ ଟପ୍‌-୧୪ରେ ବିଶ୍ୱଜିତ୍‌

Krishna Kumar Manoj

କଲେଜ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More