• Home
  • News
  • କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା :ନ୍ୟାୟ ନ ପାଇ ଜୀବନ ହାରିଲେ
News

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା :ନ୍ୟାୟ ନ ପାଇ ଜୀବନ ହାରିଲେ

ବହୁଚର୍ଚ୍ଚିତ କୁନ୍ଦୁଲି ଗଣବଳାତ୍କାର ଘଟଣାର ପୀଡ଼ିତା ଆତ୍ମହତ୍ୟା କରିଛନ୍ତି । ସେ ସୋମବାର ନିଜ ଘରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।୪ମାସରୁ ଉର୍ଦ୍ଧ୍ୱକାଳ ନ୍ୟାୟ ପାଇଁ ଲଢେଇ କରି ନିରାଶ କୁନ୍ଦୁଲି ନାବାଳିକା ଶେଷରେ ଆତ୍ମହତ୍ୟାର ପଥ ବାଛି ନେଲେ।କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ନିକଟ ମୁଷାଗୁଡ଼ା ଗ୍ରାମ ଜଙ୍ଗଲରେ ଗତବର୍ଷ ଅକ୍ଟୋବର ୧୦ ତାରିଖରେ ଜଣେ ଆଦିବାସୀ ଯୁବତୀଙ୍କୁ ୪ଜଣ ଯୁବକ ଗଣବଳାତ୍କାର ଅଭିଯୋଗ ହୋଇଥିଲା। ଏଥିରେ ସୁରକ୍ଷା ବାହିନୀର କିଛି କର୍ମଚାରୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ତାପରେ ନାବାଳିକାର ଡାକ୍ତରୀ ମାଇନା କରାଯାଇଥିଲା । କିନ୍ତୁ ନାବାଳିକାଙ୍କୁ କୌଣସି ଦୁଷ୍କର୍ମ ହୋଇ ନଥିବା ରିପୋର୍ଟ ଦେଇଥିଲେ ଡାକ୍ତର । ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ତାପରେ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଏହି ମାମଲା ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା ଓ ଏକ ରାଜନୈତିକ ପ୍ରସଙ୍ଗ ପାଲଟିଥିଲା।

କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଜଣେ ନାବାଳିକାର ପ୍ରାଣହାନୀ ଘଟିଛି ବୋଲି ଅଭିଯୋଗ କରିଛି ଦଳ । ଗତକାଲି କୁନ୍ଦୁଲି ପୀଡିତାଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ଦଳ ଶିଶୁ ଭବନ ଛକରୁ ନବୀନ ନିବାସ ଘେରାଉ ପାଇଁ ରାଲିରେ ଆସୁଥିବା ବେଳେ ବାଟରେ ପୋଲିସ ଅଟାକାଇଥିଲା । ଏହି ସମୟରେ ଏକ ପ୍ରକାର ଧସ୍ତାଧସ୍ତି ଅବସ୍ଥା ସୃଷ୍ଟି ହୋଇଥିଲା । ପରେ ପୋଲିସ ପ୍ରାୟ ୫୦ ଜଣ ବିଜେପି ନେତାଙ୍କୁ ଗିରଫ କରିନେଇଛି ।

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା :ନ୍ୟାୟ ନ ପାଇ ଜୀବନ ହାରିଲେ kunduli rape case

ପଢନ୍ତୁ ;

ଭାବୀ ପତ୍ନୀ କେମିତି ହୋଇଥିବେ ଆସନ୍ତୁ ଜାଣିବା

Related posts

ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗି ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

Krishna Kumar Manoj

ବର୍ଷା ପାଇଁ ବାତିଲ ହେଲା ପରୀକ୍ଷା

Krishna Kumar Manoj

ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) କ୍ଷେତ୍ରରେ ବଡ ଧରଣର ପରିବର୍ତନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More