POLITICALS

ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ସଗରିଆ

krushna

କୋରାପୁଟ ଜିଲ୍ଲା କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ  ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ଶ୍ରୀ ସଗରିଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ନମିଳିବାରୁ ସେ ଇସ୍ତଫା ଦେଲେ ବୋଲି କହିଛନ୍ତି।

krushna

ସଗରିଆ ଇସ୍ତଫା ଦେବାପରେ ଗଣ ମାଧ୍ୟମ ଆଗରେ ସେଇ ପୁରୁଣା କଥା ଦୋହରାଇଛନ୍ତି । ସେ କଂଗ୍ରେସରେ ରହି କାମ କରିବେ ଏବଂ ଯାହା ଦାୟିତ୍ବ ମିଳିବ ତାହା ଠିକ୍ ଭାବେ ତୁଲାଇବେ ବୋଲି କହିଛନ୍ତି । ଏପରିକି ଟିକେଟ ନମିଳିଲେ ବି ସେ କଂଗ୍ରେସ ପାଇଁ କାମ କରିବେ ବୋଲି କହିଛନ୍ତି । ବହୁଜନ ସମାଜବାଦୀ ପାର୍ଟିରେ ସେ ମିଶିବେ ବୋଲି ଯେଉଁ ଚର୍ଚା ହେଉଛି ତାକୁ ଖଣ୍ଡନ କରିଛନ୍ତି ସଗରିଆ । ଏକଥା ବି କହିଛନ୍ତି ବିଜେଡି କିମ୍ବା ବିଜେପି ରେ ସେ ମିଶିବେ ନାହିଁ । ବରଂ ଦଳିତ ବର୍ଗଙ୍କ ସ୍ବର ଆଗକୁ ବଢାଇବାପାଇଁ ସେ କାମ କରିବେ।

ଶ୍ରୀ ଶଗରିଆଙ୍କ ଇସ୍ତଫା ଯଦି ଗୃହୀତ ହୁଏ ତେବେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କର ଆଉ ବିରୋଧୀ ଦଳ ନେତା ମାନ୍ୟତା ରହିବ କିମ୍ବା ନାହିଁ ସେ ନେଇ ମଧ୍ୟ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପଢନ୍ତୁ; ଦ୍ଵିତୀୟ ଟି-୨୦: ରୋହିତଙ୍କ ଦୀପାବଳି ଭେଟି,ସିରିଜ ଜିତିଲା ଭାରତ

Related posts

ଶଙ୍ଖ ଛାଡି ପଦ୍ମ ଧରି ପାରନ୍ତି ସିଦ୍ଧାନ୍ତ ମହାପାତ୍ର !

ENO Beuro

୨୭ରେ ବରଗଡ ଓ ଜୟପୁର ଆସିବେ କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ 

ENO Beuro

ମହାରାଷ୍ଟ୍ରରେ ଏକା ଲଢିବ ବିଜେପି

ENO Beuro

Leave a Comment