SPORTS

ଆଇପିଏଲ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ନାଟକୀୟ ବିଜୟ

ଦିଲ୍ଲୀ କ୍ୟାପିଟାଲ୍ସ ହାତରୁ ମ୍ୟାଚ୍‌ ଛଡ଼ାଇ ନେଲା ପଞ୍ଜାବ , ୮ ରନରେ ୭ ଓ୍ଵିକେଟ ହରାଇ ଜିତିବା ମ୍ୟାଚ୍‌ ହାରିଗଲା

କ୍ରିକେଟ ଏକ ଅନିଶ୍ଚିତ  ଖେଳ ବୋଲି ତ ସମସ୍ତେ ଜାଣନ୍ତି। ମାତ୍ର କାଲିର ମ୍ୟାଚରେ ପଞ୍ଜାବ  ଏହାକୁ ପ୍ରମାଣ କରି ଦେଖେଇଦେଲା। ନିଶ୍ଚିତ ଜିତିବା ମ୍ୟାଚ୍‌ ହାରିଗଲା ଦିଲ୍ଲୀ କ୍ୟାପିଟାଲ୍ସ ।  ୧୬୭ ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ ୧୬ ଓଭର ୩ଟି ବଲ୍‌ ସୁଦ୍ଧା ୩ ଓ୍ଵିକେଟ୍‌ ହରାଇ ୧୪୪ ରନ୍‌ କରିଥିଲା। ମାତ୍ର ୮ ରନ୍‌ ଭିତରେ ଖସି ପଡ଼ିଥିଲା ଶେଷ ୭ଟି ଓ୍ଵିକେଟ୍‌ ।

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ ହରାଇ ୧୬୬ ରନ୍‌ କରିଥିଲା। ଦଳ ପକ୍ଷରୁ ଡେଭିଡ୍‌ ମିଲର  ସର୍ବାଧିକ ୪୩ ରନ୍‌, ସର୍ଫରାଜ ଖାନ୍‌ ୩୯, ମନଦୀପ ସିଂହ ୨୯ ରନ୍‌ କରିଥିଲେ। ଆଇପିଏଲ୍‌ରେ ଏହା ଥିଲା ପଞ୍ଜାବର ତୃତୀୟ  ବିଜୟ। ସେହିପରି ୪ଟି ମ୍ୟାଚ୍‌ ଖେଳି ଦ୍ୱିତୀୟ ପରାଜୟ ବରଣ କରିଛି ଦିଲ୍ଲୀ। ଦିଲ୍ଲୀ ଭଲ ସ୍ଥିତିରେ ଥିଲେ ମଧ୍ୟ ପୁଣି ଥରେ ମ୍ୟାଚ ଫିନିସ୍  କରିବାରେ ବିଫଳ ହୋଇଛି।

ପଢନ୍ତୁ: ୱାର୍ଣ୍ଣର ଓ ବେୟାରଷ୍ଟୋଙ୍କ ଶତକ: ମିଳିଲା ବେଷ୍ଟ ରେକର୍ଡ ଓପନିଂ ପାର୍ଟନରଶିପର ଟ୍ୟାଗ

Related posts

ଆଇପିଏଲ ୨୦୧୮: ଏଥର ଦୂରଦର୍ଶନରେ ହେବ ଆଇପିଏଲ ମ୍ୟାଚର ପ୍ରସାରଣ

ENO Beuro

ଏସିଆ କପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ

ENO Beuro

ବିସିସିଆଇ ଦେଲା ମଞ୍ଜୁରୀ: ଆଇପିଏଲରେ ବ୍ୟବହାର ହେବ ଡିଆର୍‌ଏସ୍‌

ENO Beuro

Leave a Comment