ଆସନ୍ତୁ ଜାଣିବା ରୋଷେଇ ଘରର ବାସନକୁ ନେଇ କଣ କହେ ବାସ୍ତୁ
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
Loading...
ସାଧାରଣତଃ ଦେଖିବାକୁ ମିଳେ ଘରେ ଛୋଟ ପିଲା ଥିଲେ ତା‘ର ଦେହ ବାରମ୍ବାର ଖରାପ ହୋଇଥାଏ। ଏପରିକି ବେଳେବେଳେ ପିଲାକୁ ଔଷଧ ଦେବା ପରେ ମଧ୍ୟ ତାହା କାମ କରେ ନାହିଁ। ବାସ୍ତବରେ ଶିଶୁ ବା ଛୋଟପିଲାମାନଙ୍କୁ ବାରମ୍ବାର ଲୋକଙ୍କ ଖରାପ ନଜର ଲାଗିଥାଏ।
ସାଧାରଣତଃ ଦେଖିବାକୁ ମିଳେ ଘରେ ଛୋଟ ପିଲା ଥିଲେ ତା‘ର ଦେହ ବାରମ୍ବାର ଖରାପ ହୋଇଥାଏ। ଏପରିକି ବେଳେବେଳେ ପିଲାକୁ ଔଷଧ ଦେବା ପରେ ମଧ୍ୟ ତାହା କାମ କରେ ନାହିଁ। ବାସ୍ତବରେ ଶିଶୁ ବା ଛୋଟପିଲାମାନଙ୍କୁ ବାରମ୍ବାର ଲୋକଙ୍କ ଖରାପ ନଜର ଲାଗିଥାଏ। ଖରାପ ନଜର କେବଳ ଛୋଟ ପିଲାଙ୍କୁ ନୁହେଁ ବରଂ ଘର କିମ୍ବା କାର୍ଯ୍ୟାଳୟରେ ମଧ୍ୟ ପଡ଼ିଥାଏ। ଯହାଦ୍ୱାରା ବ୍ୟବସାୟ ଆଦିରେ କ୍ଷତି ହେବା ସହ ଘରେ ଅଶାନ୍ତି ମଧ୍ୟ ଲାଗିରହେ।
ତେବେ ଏହି ନଜର ଦୋଷରୁ ରକ୍ଷା ପାଇବା ପାଇଁ ତନ୍ତ୍ର ଶାସ୍ତ୍ରରେ କିଛି ଉପାୟ କୁହାଯାଇଛି। ଖୁବ୍ କମ୍ ଲୋକେ ଏହା ଜାଣିଥିବେ ଯେ ନଜର ଦୋଷ ଦୂର କରିବାରେ ଲବଙ୍ଗ ବିଶେଷ ଭାବେ ସହାୟକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଲବଙ୍ଗ ଦ୍ୱାରା ନଜର ଦୋଷ ଦୂର କରିବାର ଉପାୟ ବିଷୟରେ।
୧) ପିଲାଙ୍କ ଉପରେ ଲାଗିଥିବା ନଜର ଦୋଷ ଦୂର କରିବା ପାଇଁ ରବିବାର ଓ ମଙ୍ଗଳବାର ଗୋଟିଏ ଲବଙ୍ଗକୁ ତା‘ ଉପରେ ବୁଲାଇ ଫୋପାଡ଼ି ଦିଅନ୍ତୁ।
୨) ଯଦି କୌଣସି କାର୍ଯ୍ୟରେ ବାରମ୍ବାର ବାଧା ଉତ୍ପନ୍ନ ହେଉଛି ତେବେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗୋଟିଏ ଲବଙ୍ଗ ନିଜ ଉପରେ ବୁଲାଇ ବାହାରକୁ ଫିଙ୍ଗି ଦିଅନ୍ତୁ।
୩) ଭଗବାନଙ୍କ ଆରତି କରିବା ସମୟରେ ଦୀପରେ ୨ଟି ଲବଙ୍ଗ ପକାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ସବୁ ଅଧା କାମ ପୂରା ହୋଇଯାଇଥାଏ।
୪) ଧନ ପ୍ରାପ୍ତି ପାଇଁ ଲବଙ୍ଗର ଉପାୟ ବହୁତ ଲାଭଦାୟକ ହୋଇଥାଏ। ଏଥିପାଇଁ ୨ଟି ଲବଙ୍ଗକୁ ସୋରିଷ ତେଲର ଦୀପରେ ପକାଇ ପ୍ରଭୁ ହନୁମାନଙ୍କ ପୂଜା କରନ୍ତୁ।
Shakespeare, in the beautiful garden, among the party. Some of the hall: in fact she was ever to.
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
ଆପଣଙ୍କ ରୋଜଗାରର ମାଧ୍ୟମ ହେଉଛି ଆପଣଙ୍କ ଦୋକାନ । ଏଥିନିମନ୍ତେ ଆପଣ ନିଜର ସବୁ ପୁଞ୍ଜି ଖଟାଇଥିଲେ ବି ହୋଇପାରୁନି ଭଲ ରୋଜଗାର। ପାଖରେ ଥିବା ଅନ୍ୟ ଦୋକାନରେ ଗହଳି ହେଉଥିବା ବେଳେ ଆପଣଙ୍କ ଦୋକାନରୁ ମୁହଁ ଫେରାଇ ନେଉଛନ୍ତି କି ଗ୍ରାହକ ।
ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଗ୍ରହ କିମ୍ବା ଠାକୁରଙ୍କ ସହ ଯୋଡ଼ି ହୋଇ ରହିଛି । ତେଣୁ ବାର ସହ ଯେଉଁ ଠାକୁରଙ୍କ ସମ୍ପର୍କ ଥାଏ, ସେଦିନ ସେହି ଠାକୁରଙ୍କ ପ୍ରିୟ ଜିନିଷ କିଣିଲେ ଶୁଭ ହୁଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସ କରିଥାନ୍ତି।