CULTURES

ଆଜି ପବିତ୍ର ମାଘସପ୍ତମୀ ,ବୁଡ ଦେଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଆଜି ପବିତ୍ର ମାଘ ଶୁକ୍ଳ ପକ୍ଷ ସପ୍ତମୀ ତିଥି। ଏହି ମାଘ ସପ୍ତମୀକୁ ସୂର୍ଯ୍ୟ ଦେବତାଙ୍କ ଜୟନ୍ତୀ ଭାବେ ପାଳନ କରାଯାଇଥାଏ।ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ଭୋର ପ୍ରାୟ ୩ଟା ୫୦ ମିନିଟରେ ତ୍ରିବେଣୀଶ୍ୱର ମହାଦେବ,ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବଙ୍କ ମହାସ୍ନାନ ସହ ସ୍ୱତନ୍ତ୍ର ନୀତି କରାଯାଇଥିଲା
ସୂର୍ଯୋଦୟ ସମୟରେ ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ, ଭକ୍ତ ଚନ୍ଦ୍ରଭାଗାରେ ସ୍ନାନ କରି ଉଦିତ ର୍ସୂଯ୍ୟାଙ୍କୁ ପ୍ରଣାମ କରିଛନ୍ତି। ଚନ୍ଦ୍ରଭାଗା ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖିଆଗରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।ଏହି ଦିନ ରୋଗଗ୍ରସ୍ତ ବ୍ୟକ୍ତି ସୂର୍ଯ୍ୟ ପୂଜା କଲେ ରୋଗମୁକ୍ତ ହୋଇଥାନ୍ତି ବୋଲିି ବିଶ୍ୱାସ ଅଛି। ଏହି ଲୋକ ବିଶ୍ୱାସ ଅନୁଯାୟୀ, ଆଜି ସକାଳେ ରାଜ୍ୟ ସହିତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ସ୍ନାନ କରିଛନ୍ତି।
ସେହିପରି ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ମେଳା।ଖଣ୍ଡଗିରି ଏବଂ ଉଦୟଗିରିରେ ଯୋରନ୍ଦା ସାଧୁସନ୍ଥମାନେ ତପସ୍ୟା କରିଥାନ୍ତି।ଏହାସହ ହୋମଯଜ୍ଞ ମଧ୍ୟ କରାଯାଇଥାଏ।

ପଢନ୍ତୁ:ସିବିଆଇର ପୂର୍ବ ଅନ୍ତରୀଣ ନିର୍ଦେଶକ ନାଗେଶ୍ଵର ରାଓଙ୍କୁ ସୁପ୍ରୀମକୋର୍ଟଙ୍କ କଡା ଭର୍ତ୍ସନା

Related posts

ଆଜି ପବିତ୍ର ବିଶ୍ୱକର୍ମା ପୂଜା,ସାରା ରାଜ୍ୟ ଉତ୍ସବମୁଖର

ENO Beuro

ଆଜି ମହାପ୍ରଭୁଙ୍କ ବନକଲାଗି,୪ ଘଣ୍ଟା ଦର୍ଶନ ମନା

ENO Beuro

ଶୀତଦିନରେ ପିକନିକର ମଜା ଉଠାଇବାକୁ ଚହୁଁଛନ୍ତି କି ? ଏହି ସ୍ଥାନକୁ ଯାଆନ୍ତୁ ପିକନିକ

ENO Beuro

Leave a Comment