News

‘ମଦରକପ୍’ ଅର୍ଚ୍ଚନା , ଡ୍ୟୁଟି ସହ କରିବାକୁ ପଡୁଛି ମା’ର କର୍ତ୍ତବ୍ୟ

archu

ଉତ୍ତରପ୍ରଦେଶର ଝାନ୍‌ସୀ ଜିଲ୍ଲା ଅନ୍ତର୍ଗତ କୋଟୱାଲ ଥାନାରେ କର୍ଯାରତ ମହିଳା ପୁଲିସ ଅର୍ଚ୍ଚନା ଜୟନ୍ତଙ୍କ ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବ ପରେ ଖୁବ ଚର୍ଚାର ବିଷୟ ପାଲଟିଛି। ଅର୍ଚ୍ଚନା ନିଜ ପିଲାଟିକୁ ଡେସ୍କ ଉପରେ ଶୁଆଇ ଦେଇ କାମ କରୁଥିବାର ଫଟୋ ଭାଇରାଲ ହେବା ପରେ ସବୁ ମହଲରୁ ତାଙ୍କୁ ପ୍ରଶଂସା ମିଳିଛି । ଡ୍ୟୁଟି ପ୍ରତି ତାଙ୍କର ନିଷ୍ଠା ଦେଖି ତାଙ୍କୁ ପୋଲିସ୍ ଡିଜି ମଧ୍ୟ ଟୁଇଟ୍ କରି ତାଙ୍କୁ ପ୍ରଶଂସା କରିଛନ୍ତି । ତା ସହିତ ନିଜ ଘର ନିକଟକୁ ତାଙ୍କର ବଦଳି ଆଦେଶ ମଧ୍ୟ ଦେଇଛନ୍ତି ।

archu

ସୂଚନାୟୀ ଅନୁସାରେ , କିଛିଦିନ ତଳେ ଅର୍ଚ୍ଚନାଙ୍କର ଡ୍ୟୁଟି କୋତଓ୍ବାଲିର ଏକ ପରୀକ୍ଷା କେନ୍ଦ୍ରରେ ପଡିଥିଲା। ହେଲେ ପରୀକ୍ଷା କେନ୍ଦ୍ର ବଦଳରେ ତାଙ୍କର ଡ୍ୟୁଟି ରିଶେପଶନ୍‌ କାଉଣ୍ଟରେ ଥିବା ସେ ଜାଣିବାକୁ ପାଇଥିଲେ। ସେଠାରେ ସେ ତାଙ୍କର ୬ମାସର ଶିଶୁ କନ୍ୟାକୁ ନେଇ ଡ୍ୟୁଟି ଆରମ୍ଭ କରି ଦେଇଥିଲେ। ସେହି ସମୟର ଏକ ଫଟୋ କେହିଜଣେ ଉଠାଇବା ସହ ଏହାକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଦେଇଥିଲେ। ଏହାପରେ ଏହି ଫଟୋକୁ ଦେଖି ଅର୍ଚ୍ଚନାଙ୍କର ପ୍ରଶଂସା କରିଥିଲେ ଅନେକ ସୋସିଆଲ ମିଡିଆ ୟୁଜର୍‌।

ଅର୍ଚ୍ଚନାଙ୍କ କାମ ପ୍ରତି ଏଭଳି ନିଷ୍ଠା ଏବଂ ତା ସହିତ ପରିବାର ପ୍ରତି କର୍ତ୍ତବ୍ୟବୋଧକୁ ଦେଖି ସମସ୍ତେ ପ୍ରଶଂସା ଓଜାଡ଼ି ଦେଲେ । ସ୍ଥାନୀୟ ଆଇଜି ତାଙ୍କୁ ୧ ହଜାର ଟଙ୍କା ପୁରସ୍କାର ଦେଇଥିବା ବେଳେ ଡିଜି ସବୁ ପୋଲିସ୍ ଲାଇନରେ ‘କ୍ରେଚ୍’ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ପଢନ୍ତୁ; ଇଣ୍ଡୋନେସିଆରେ ବିମାନ ଦୁର୍ଘଟଣା,୧୮୮ ଯାତ୍ରୀ ମୃତ ଆଶଙ୍କା

Related posts

ବାଜପେୟୀ ଆଜୀବନ ଅବିବାହିତ ରହିବାର କାରଣ…………

ENO Beuro

ସେମିତି କିଛି ହୋଇନାହିଁ,ସମସ୍ତେ ଜୀବିତ ଓ ଭଲ ଅଛନ୍ତି:ଜୈଶ୍‌-ଏ-ମହମ୍ମଦ

ENO Beuro

କୁଆଖାଇ ପଠାରୁ ଅଧପୋଡା ଶବ ଜବତ ଘଟଣା : ଆଜି ଆସିବ ବ୍ୟବଚ୍ଛେଦ ରିପୋର୍ଟ

ENO Beuro

Leave a Comment